ନୂଆଦିଲ୍ଲୀ: ରାଜସ୍ଥାନର ପ୍ରତାପଗଡ଼ର ଛୋଟିସାଦଡ଼ିରେ ଘଟିଥିବା ଘଟଣା ଚର୍ଚ୍ଚାରେ ରହିଛି। ମା’ ଓ ଝିଅ ସାଂସାରିକ ମୋହମାୟାକୁ ଛାଡ଼ି ସନ୍ୟାସ ଜୀବନ ଗ୍ରହଣ କରିବାର ସମସ୍ତ ପ୍ରସ୍ତୁତି କରି ସାରିଛନ୍ତି।

Advertisment

ମା’ଙ୍କ ନାମ ପ୍ରୀତି ପୋରୱାଲ ରହିଥିବା ବେଳେ ୧୧ବର୍ଷର ଝିଅଙ୍କ ନାମ ସାରା ପୋରୱାଲ ରହିଛି। ଦୁହେଁ ଏପ୍ରିଲ ୨୧ ତାରିଖ ଦିନ ସନ୍ୟାସ ନେଇ ନଗରରୁ ସନ୍ନ୍ୟାସିନୀ  ହୋଇ ବ‌ାହାରି ଯିବାର ସୂଚନା ରହିଛି। ପ୍ରୀତିଙ୍କ ପରିବାର ଏହି କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବି ଆରମ୍ଭ କରି ଦେଇଛନ୍ତି।

ପ୍ରୀତି ପୋରୱାଲ ବୃତ୍ତିରେ ଜଣେ ଶିକ୍ଷୟିତ୍ରୀ ରହିଛନ୍ତି। ସେ ମାସକୁ ଲକ୍ଷାଧିକ ଟଙ୍କାର ପାରିଶ୍ରମିକ ପାଉଥିବା କୁହାଯାଉଛି। ସନ୍ୟାସ ଜୀବନ ଗ୍ରହଣ ପାଇଁ ସେ ଏ ଚାକିରି ବି ଛାଡ଼ି ଦେଇଛନ୍ତି।

ପ୍ରୀତି ପ୍ରଥମଥର ପାଇଁ ଯେତେବେଳେ ସନ୍ୟାସ ଜୀବନ ଗ୍ରହଣ ପାଇଁ ଜଣାଇଥିଲେ ତାଙ୍କ ପରିବାର ରାଜି ହୋଇ ନଥିଲେ। ପରେପରେ ପ୍ରୀତି ସନ୍ୟାସ ଜୀବନ ଗ୍ରହଣ ନକଲେ ସେ ଶାନ୍ତିରେ ରହି ପାରିବେ ନାହିଁ ‌ବୋଲି ପରିବାରଲୋକଙ୍କୁ କହିଥିଲେ। ଏହାପରେ ପରିବାର ପ୍ରୀତିଙ୍କ ଇଚ୍ଛା ଓ ଖୁସକୁ ଦୃଷ୍ଟିରେ ରଖି ତାଙ୍କ ନିଷ୍ପତ୍ତିକୁ ସମର୍ଥନ ଜଣାଇଥିଲେ।

ମା’ଙ୍କ ଏଭଳି ନିଷ୍ପତ୍ତି ଶୁଣି ୧୧ବର୍ଷ ଝିଅ ସାରା ବି ମୋହମାୟା ସଂସାର ତ୍ୟାଗ କରିବ‌େ ବୋଲି କହି ମା’ଙ୍କ ସହ ଦୀକ୍ଷା ନେବାକୁ ପ୍ରସ୍ତୁତ ହୋଇ ରହିଛନ୍ତି। ମା’ ଝିଅଙ୍କ ଏହି ନିଷ୍ପତ୍ତି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାରେ ରହିଛି।