ଭାଷା ସାହିତ୍ୟ ଏବଂ ଗଣିତ ପରୀକ୍ଷା ସମୟରେ କେଉଁ କଥାକୁ ଅଧିକ ଧ୍ୟାନ ଦେବେ?

ଛାତ୍ରଛାତ୍ରୀମାନେ ପରୀକ୍ଷା ସମୟରେ ବିଭିନ୍ନ ବିଷୟ ପଢି ଥାଆନ୍ତି । ପରୀକ୍ଷାରେ ଲେଖିବାବେଳେ କେଉଁ ବିଷୟ ପାଇଁ କେଉଁ ସବୁ ଟିପ୍‌ସ ମନେ ରଖିବା ଉଚିତ୍‌ ? ଏକଥା ଜାଣନ୍ତୁ …

 

photo-youtube

ଭାଷା ସାହିତ୍ୟ : ଓଡ଼ିଆ, ହିନ୍ଦୀ କିମ୍ବା ଇଂରାଜୀ ପରୀକ୍ଷାରେ ଲେଖିବା ବେଳେ ଉତ୍ତର ଗୁଡିକ ଯଥା ସମ୍ଭବ ସଂକ୍ଷିପ୍ତ ହେବା ଦରକାର ।
-ଲେଖିବା ବେଳେ ବେଶି କଟାକଟି ନ କରି ସଫାସୁତୁରା କରି ଲେଖନ୍ତୁ ।
– ଯେମିତିକି ପ୍ରଶ୍ନପତ୍ରର ମାର୍କ କରିବା ବେଳେ ଶିକ୍ଷକଙ୍କୁ ଅସୁବିଧା ହେବ ନାହିଁ ।
– ସବୁବେଳେ ଲେଖିବା ପୂର୍ବରୁ ଭଲ ଭାବେ ଚିନ୍ତା କରନ୍ତୁ । ଏହା ଦ୍ୱାରା ବାରମ୍ବାର କଟାକଟି କରିବାକୁ ପଡିବ ନାହିଁ ।
-ଗୋଟିଏ ଶଦ୍ଦ କିମ୍ବା ବାକ୍ୟକୁ ବାରମ୍ବାର ପ୍ରୟୋଗ କରନ୍ତୁ ନାହିଁ ।

ଗଣିତ: ଗଣିତ ପ୍ରଶ୍ନପତ୍ରର ସମାଧାନ ଷ୍ଟେପ୍‌ ଓ୍ଵାଇଜ୍‌ କରନ୍ତୁ । ମନେରଖନ୍ତୁ ଏଗ୍‌ଜାମିନ୍‌ର ଷ୍ଟେପ୍‌ ମାର୍କ ଦେଇଥଆନ୍ତି ।
-ଗଣିତ ପ୍ରଶ୍ନର ଉତ୍ତର ଦେବା ସମୟରେ ରଫ୍‌ ସ୍ପେଶ୍‌ ରେ ନିଜର କାଲ୍‌କୁଲେସନ୍‌ ଅବଶ୍ୟ ଦେଖାନ୍ତୁ । ଏହାଦ୍ୱାରା ଏଗ୍‌ଜାମିନର୍‌ ଜାଣିପାରିବେ ଯେ ପ୍ରକୃତରେ ଆପଣ ଏହାର ସମାଧାନ କିପରି କରିଛନ୍ତି ।
-ବିଭିନ୍ନ ଫର୍ମୁଲାର ସଠିକ୍‌ ଉପଯୋଗ କରନ୍ତୁ । ଆବଶ୍ୟକସ୍ଥଳେ ଉତ୍ତରରେ ଏହାକୁ ଲେଖିବା ପାଇଁ ଭୁଲନ୍ତୁ ନାହିଁ ।

ସମ୍ବନ୍ଧିତ ଖବର