ବିଶ୍ୱ ଐତିହ୍ୟ : ‘ଲିସାନ୍‌’ରେ ରହିଛି ବିଶ୍ୱର ଉଚ୍ଚତମ ବୁଦ୍ଧ ପ୍ରତିମା

ଚୀନ୍‌ର ସିଚୁଆନ୍‌ ପ୍ରଦେଶ ଅନ୍ତର୍ଗତ ଲିସାନ୍‌ ସହରରେ ରହିଛି ବିଶ୍ବର ଉଚ୍ଚତମ ବୁଦ୍ଧ ପ୍ରତିମା। ଏହାକୁ ୧୯୯୬ରେ ବିଶ୍ବ ଐତିହ୍ୟ ମାନ୍ୟତା ମିଳିଥିଲା। ଲିସାନ୍‌ର ‘ମୈତ୍ରେୟ ବୁଦ୍ଧ’ ଭାବେ ପ୍ରସିଦ୍ଧ ପ୍ରସ୍ତର ପ୍ରତିମାଟିର ଉଚ୍ଚତା ୭୧ ମିଟର‌୍‌ ବା ୨୩୩ ଫୁଟ୍‌। ପ୍ରତିମାର ସ୍କନ୍ଧଦେଶର ଓସାର ୨୮ ମିଟର‌୍‌। ଏକ ପାହାଡ଼ କାନ୍ଥରେ ସେଇଟିକୁ ଗଢ଼ା ଯାଇଥିଲା ଅନେକ ବର୍ଷ ତଳେ। ପ୍ରତିମାର ପାଦଦେଶରେ ମିନ୍‌ଜିଆଙ୍ଗ୍‌, ଡାଡୁ ଏବ˚ କ୍ବିଙ୍ଗ୍‌ଇ ନଦୀ ପ୍ରବାହିତ। ସେଠାରେ ପ୍ରତିମା ନିର୍ମାଣ ପୂର୍ବରୁ ନଦୀ ତିନିଟିରେ ନୌକା ଚାଳନା ଅତ୍ୟନ୍ତ ବିପଜ୍ଜନକ ଥିଲା। ବୁଦ୍ଧଙ୍କ ପ୍ରତିମା ତିଆରି କଲେ ନଦୀଗୁଡ଼ିକ ଶାନ୍ତ ହୋଇଯିବେ ମନେକରି ହାଇଥଙ୍ଗ୍‌ ନାମକ ବୌଦ୍ଧ ସନ୍ନ୍ୟାସୀ ୭୧୩ ଖ୍ରୀଷ୍ଟାବ୍ଦରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ତେବେ, ଅର୍ଥାଭାବ ଯୋଗୁଁ ନିର୍ମାଣ କାର୍ଯ୍ୟ ଧିମେଇଯାଇଥିଲା। ହତାଶ ହୋଇ ସେ ନିଜ ହାତରେ ନିଜ ଚକ୍ଷୁ ଫୁଟାଇ ପ୍ରାଣତ୍ୟାଗ କରିଥିଲେ। ତାଙ୍କ ବଳିଦାନ କିନ୍ତୁ ବିଫଳ ହୋଇ ନ ଥିଲା। ତାଙ୍ଗ୍‌ ରାଜବ˚ଶଜ ଜନୈକ ସ˚ଭ୍ରାନ୍ତଙ୍କୁ ପ୍ରଭାବିତ କରି, ହାଇଥାଙ୍ଗ୍‌ଙ୍କ ଶିଷ୍ୟମାନେ ନିର୍ମାଣ କାର୍ଯ୍ୟ ଆଗେଇନେଇଥିଲେ। ୮୦୩ ଖ୍ରୀଷ୍ଟାବ୍ଦରେ ନିର୍ମାଣ କାର୍ଯ୍ୟ ଶେଷ ହେବା ସହ ନଦୀଗୁଡ଼ିକ ଆଶ୍ଚର୍ଯ୍ୟଜନକ ଭାବେ ଶାନ୍ତ ହୋଇଯାଇଥିଲା।

ସମ୍ବନ୍ଧିତ ଖବର