କ୍ୟାପ୍‌ଟେନ୍‌ କିଡ୍‌ଙ୍କ ଶେଷ ଦିନ

କୁଖ୍ୟାତ ଜଳଦସ୍ୟୁ କ୍ୟାପ୍‌ଟେନ୍‌ କିଡ୍‌ଙ୍କୁ ୧୭୦୧ରେ ଲଂଡନ୍‌ର ୱାପି˚ରେ ଫାଶୀ ଦିଆଯାଇଥିଲା। ତେବେ, ଥରକରେ ସେ ମରି ନ ଥିଲେ। ତାଙ୍କ ପ୍ରଶ˚ସକଙ୍କ ସ˚ଖ୍ୟା ଥିଲା ବେଶ୍‌ ଅଧିକ। ଉଭୟ ସାଧାରଣ ଦର୍ଶକ ଏବ˚ ପ୍ରଶାସନ ମଧୢରେ ଥିଲେ ତାଙ୍କର ବହୁ ସମର୍ଥକ। ତାଙ୍କ ଗଳାରେ ଲାଗିବା ପରେ ଫାଶୀ ଦଉଡ଼ି ଦୁଇ ଦୁଇ ଥର ଛିଡ଼ିଥିଲା। ଦଣ୍ଡ ପ୍ରଦାନ ବିଭାଗରେ କାର୍ଯ୍ୟରତ କେହି ଜାଣିଶୁଣି ଏ ପରି କରିଥିଲେ। ସେତେ ବେଳେ ସମର୍ଥକମାନେ ଚିତ୍କାର କରିଥିଲେ- ‘କିଡ୍‌ ଦଉଡ଼! କିଡ୍‌ ଦଉଡ଼!’ କିନ୍ତୁ, ସେ ଏତେ ମଦ୍ୟପାନ କରିଥିଲେ ଯେ ଦଉଡ଼ି ପଳାଇବା ଅବସ୍ଥାରେ ନ ଥିଲେ। ଏପରିକି ଠିକ୍‌ରେ ଛିଡ଼ା ସୁଦ୍ଧା ହୋଇପାରୁ ନ ଥିଲେ। ତୃତୀୟ ଥରରେ ଯାଇ ତାଙ୍କୁ ଝୁଲାଯାଇଥିଲା ଫାଶୀ ଖୁଣ୍ଟରେ।

ସମ୍ବନ୍ଧିତ ଖବର