ମହିଳାମାନଙ୍କ ପୋଷାକରେ ଯେତେ ଡିଜାଇନ୍ ସେତେ ଫ୍ୟାସନ୍। ସେହିପରି ଲଟ୍କନ୍ ଯାହାକୁ ଡ୍ରେସ୍, ବ୍ଲାଉଜ୍, ଦୁପଟାରେ ଲଗାଯାଇଥାଏ। ଏହାକୁ ଳଗାଇବା ଫଳରେ ବ୍ଲାଉଜ୍, ଲେହେଙ୍ଗା ଆଉ ସୁଟ୍ର ଷ୍ଟାଇଲ୍ ବଢ଼ାଇବା ସହିତ ଅାକର୍ଷଣୀୟ ଦିଶେ। ବିଶେଷକରି ବାହାଘର, ପୂଜାପର୍ବ ଆଦି ସମୟରେ ଯେଉଁ ପାରମ୍ପରିକ ପୋଷାକ ପିନ୍ଧାଯାଏ ସେଥିରେ ଯଦି ଲଟକନ୍ ଲଗାହୁଏ, ତା’ହେଲେ ତା’ର ଆକର୍ଷଣ ଆହୁରି ବଢ଼ିଯାଏ। ତେବେ କେଉଁ ଆଉଟ୍ଫିଟ୍କୁ କେଉଁ ଲଟକନ୍ ଭଲ ମାନିଥାଏ ଜାଣନ୍ତୁ ସେ ସମ୍ପର୍କରେ…
ସିତାରା ବାଲି ଲଟକନ୍: ଆଜିକାଲି ଏହି ଟାଇପ୍ ଲଟ୍କନ୍ର ବହୁତ ଚାହିଦା ରହୁଥିବା ଦେଖିବାକୁ ମିଳୁଛି। ମୁଖ୍ୟତଃ ହଳଦୀ ରସମ, ମେହେନ୍ଦି, ବାହାଘର ଭଳି ଦିନରେ ଶାଢ଼ୀର ବ୍ଲାଉଜ୍ରେ ହେଉ ଅବା ଲେହେଙ୍ଗାରେ ଏହି ଡିଜାଇନ୍ର ଲଟ୍କନ୍ ଲଗାଇ ଆକର୍ଷଣୀୟ ଲୁକ୍ ପାଇପାରିବେ।
ରୋଜ୍ ଡିଜାଇନ୍ ଲଟକନ୍: ଏହା ଏକପ୍ରକାର ୟୁନିକ୍ ଡିଜାଇନ୍ ଲଟକନ୍। ବିଶେଷକରି ବ୍ରାଇଡାଲ୍ ବ୍ଲାଉଜ୍ ତଥା ଲେହେଙ୍ଗାରେ ଏହି ଟାଇପ୍ର ଲଟକନ୍ ଲଗାଇଦେଲେ ଏହାର ସୌନ୍ଦର୍ଯ୍ୟ ଦୁଇଗୁଣିତ ହୋଇଯାଏ।
କଷ୍ଟମାଇଜ୍ ଲଟକନ୍: ଏହି ଟାଇପ୍ର ଲଟ୍କନ୍କୁ ବାହାଘରରେ ପିନ୍ଧିବାକୁ ଚାହୁଁଥିଲେ, ଏହାକୁ ବ୍ରାଇଡାଲ୍ ବ୍ଲାଉଜ୍ ହେଉ ଅବା ଲେହେଙ୍ଗାରେ ଲଗାଇ ସେଥିରେ ବର-କନ୍ୟାଙ୍କର ନାମ ଲେଖିବା ସହ ଆଉ କେତୋଟି ଟ୍ରେଣ୍ଡି ଲାଇନ୍ସ ବି ଲେଖିପାରିବେ।
ଜରକନ୍ ଲଟକନ୍: ବିଶେଷକରି ସିଲଭର୍ କିମ୍ବା ଗୋଲ୍ଡେନ୍ କଲର୍ର ପାରମ୍ପରିକ ପୋଷାକ ସାଙ୍ଗରେ ଏହି ଲଟ୍କନ୍ ଲଗାଗଲେ ଏହା ଖୁବ୍ ସୁନ୍ଦର ଦେଖାଯାଏ।
ଫ୍ଲୋରାଲ୍ ଡିଜାଇନ୍ ଲଟ୍କନ୍: ବାହାଘର, ପୂଜାପର୍ବ ଅବସରରେ ଯଦି ଫ୍ଲୋରାଲ୍ ଡିଜାଇନ୍ର କୌଣସି ଟ୍ରାଡିସ୍ନାଲ୍ ଆଉଟ୍ଫିଟ୍ ପିନ୍ଧୁଥା’ନ୍ତି, ତା’ହେଲେ ସେଥିରେ ଏହି ଫ୍ଲୋରାଲ୍ ଡିଜାଇନ୍ର ଲଟ୍କନ୍ ଲଗାଇଲେ ଏହା ନିଆରା ଲାଗେ।
ଥ୍ରେଡ୍ ଟାସେଲ୍ ଲଟ୍କନ୍: ଏହା ଏକ ପ୍ରକାର ହାଲୁକା ଲଟ୍କନ୍। ଛୋଟ ହେଉ ଅବା ବଡ଼ ଅନେକ ରକମରେ ଏହା ମିଳିଥାଏ। ଏହି ଷ୍ଟାଇଲ୍ର ଲଟ୍କନ୍କୁ ବ୍ଲାଉଜ୍ର ପଛପଟେ ହେଉ କିମ୍ବା ପୋଷାକ ହାତରେ ବି ଲଗାଇହେବ। ସେହିପରି ସିଲ୍କ ଲେହେଙ୍ଗାରେ ବି ଏହି ଟାଇପ୍ର ଲଟ୍କନ୍ ବେଶ୍ ଭଲ ମାନିଥାଏ।
ନେଟ୍ ଡିଜାଇନ୍ ଲଟ୍କନ୍: ମୁଖ୍ୟତଃ ପେଷ୍ଟାଲ୍ କଲର୍ର ଲେହେଙ୍ଗା ସହିତ ଏହି ଟାଇପ୍ର ଲଟ୍କନ୍ ବେଶ୍ ସୁନ୍ଦର ଦେଖାଯାଇଥାଏ। ଆପଣ ଚାହିଁଲେ କଷ୍ଟମାଇଜ୍ କରି ଏହି ଲଟ୍କନ୍ରେ ମୋତି ଓ ପଥର ଲଗାଇ ମଧ୍ୟ ଭିନ୍ନ ଲୁକ୍ ପାଇପାରିବେ।