ଏକ ଆକଳନ ଅନୁଯାୟୀ, ବିଶ୍ବର ପ୍ରାୟ ୩୦ କୋଟିରୁ ଅଧିକ ଲୋକ ଅବସାଦ ବା ଡିପ୍ରେସନ୍ ସହ ଯୁଝୁଛନ୍ତି। ନାଇଟ୍ରସ୍ ଅକ୍ସାଇଡ୍ ବା ଲାଫିଂ ଗ୍ୟାସ୍ର ନିୟନ୍ତ୍ରିତ ଡୋଜ୍ ଅବସାଦରୁ ତୁରନ୍ତ ଆରାମ ଦେଇପାରିବ ବୋଲି ବର୍ମିଂହାମ ବିଶ୍ୱବିଦ୍ୟାଳୟ ଓ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଗବେଷକମାନେ କରିଥିବା ଏକ ସମୀକ୍ଷାରୁ ଜଣାପଡ଼ିଛି। ମେଜର ଡିପ୍ରେସନ୍ ଡିଜ୍ଅର୍ଡର(ଏମ୍ଡିଡି) ଓ ଚିକିତ୍ସା-ପ୍ରତିରୋଧୀ ଡିପ୍ରେସନ (ଟିଆର୍ଡି) ଭୋଗୁଥିବା ବ୍ୟକ୍ତିମାନଙ୍କ କ୍ଷେତ୍ରରେ ଏହି ଚିକିତ୍ସା ପ୍ରଭାବଶାଳୀ ହୋଇପାରିବ ବୋଲି ଗବେଷକମାନେ ଆଶା ବ୍ୟକ୍ତ କରିଛନ୍ତି।
Mayurbhanj Chhau: ମୟୂରଭଂଜ ଛଉକୁ ପ୍ରଶଂସା କଲେ ପଶ୍ଚିମବଙ୍ଗ ରାଜ୍ୟପାଳ
ଗବେଷକମାନେ ମୋଟ ୨୪୭ ଜଣ ସ୍ବେଚ୍ଛାସେବୀଙ୍କୁ ନେଇ ୭ଟି ନୈଦାନିକ ପରୀକ୍ଷଣର ମୂଲ୍ୟାଙ୍କନ କରିଥିଲେ। ପରୀକ୍ଷଣ ସମୟରେ ସ୍ୱେଚ୍ଛାସେବୀମାନେ ଶ୍ବାସକ୍ରିୟାରେ ୫୦ ପ୍ରତିଶତ କିମ୍ବା ୨୫ ପ୍ରତିଶତ ନାଇଟ୍ରସ୍ ଅକ୍ସାଇଡ୍ ଗ୍ରହଣ କରିଥିଲେ। ଲାଫିଂ ଗ୍ୟାସ୍ ଗ୍ରହଣର ଦୁଇ ଘଣ୍ଟା ମଧ୍ୟରେ ଅବସାଦ ଲକ୍ଷଣଗୁଡ଼ିକର ହ୍ରାସ ଦେଖାଦେଇଥିଲା। ଏହି ସୁଧାର କ୍ଷଣସ୍ଥାୟୀ ଥିଲା ଏବଂ ସପ୍ତାହକ ମଧ୍ୟରେ ଲକ୍ଷଣଗୁଡ଼ିକ ଫେରି ଆସିଥିଲା। ସୁତରାଂ ନାଇଟ୍ରସ୍ ଅକ୍ସାଇଡ୍ ଗୁରୁତର ଡିପ୍ରେସନ୍ର ରୋଗୀଙ୍କ ମଧ୍ୟରେ ତୁରନ୍ତ ଓ ଗୁରୁତ୍ୱପୂର୍ଣ୍ଣ କ୍ଷଣସ୍ଥାୟୀ ଉନ୍ନତି ପ୍ରଦାନ କରିବାର କ୍ଷମତା ରଖିଛି ବୋଲି ଗବେଷକମାନେ ନିଶ୍ଚିତ ହୋଇଛନ୍ତି। ଯଦିଓ ଏ ବାବଦରେ ଅଧିକ ଗଭୀର ବିଶ୍ଳେଷଣ ଆବଶ୍ୟକ, ଡିପ୍ରେସନ୍ ସହିତ ଜଡ଼ିତ ସ୍ନାୟୁ ପ୍ରଣାଳୀର ଏକ ପ୍ରମୁଖ ଉପାଦାନ ଗ୍ଲୁଟାମେଟର୍ଜିକ୍ ପ୍ରଣାଳୀକୁ ନାଇଟ୍ରସ୍ ଅକ୍ସାଇଡ୍ କିପରି ଶାନ୍ତ କରେ, ତାହା ସ୍ପଷ୍ଟ ହୋଇଛି।
India vs South Africa T20I: ବାରବାଟୀରେ ଭାରତର ବଡ଼ ବିଜୟ, ୭୪ ରନ୍ରେ ଦକ୍ଷିଣ ଆଫ୍ରିକା ଅଲ୍ଆଉଟ୍
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/12/10/fshfhfhxvbxbv-2025-12-10-01-36-33.jpg)