୪୦ବର୍ଷରୁ ଊର୍ଧ୍ୱ ହେବ ଏହି ଓକିଲ ଖାଇ ଆସୁଛନ୍ତି କାଚ, ସ୍ତ୍ରୀ ବି କରୁଛନ୍ତି ସମର୍ଥନ: ଭିଡିଓ ଦେଖନ୍ତୁ

ଭୋପାଳ: ମଧ୍ୟପ୍ରଦେଶର ଡିଣ୍ଡୋରିରେ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ସାମ୍ନାକୁ ଆସିଛି। ମଧ୍ୟପ୍ରଦେଶର ଡିଣ୍ଡୋରି ଜିଲ୍ଲାରେ ବସବାସ କରୁଥିବା ଜଣେ ଓକିଲଙ୍କ ଅଦ୍ଭୁତ ଅଭ୍ୟାସ ଦେଖିବାକୁ ମିଳିଛି। ଏହାର ଏକ ଭିଡିଓ ବି ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ସୋସିଆଲ ମିଡିଆରେ ଭାଇରାଲ ହେବାଥିବା ଭିଡିଓରେ ଦେଖିବାକୁ ମିଳୁଛି କି, ଦୟାରାମ ସାହୁ ନାମକ ଜଣେ ଓକିଲ କାଚ ଖାଉଛନ୍ତି। ଶାହପୁରା ଗାଁରେ ରହୁଥିବା ଦୟାରାମ ସାହୁ ଗତ ୪୦ରୁ ୪୫ ବର୍ଷ ହେବ କାଚ ଖାଇ ବଞ୍ଚି ଆସିଛନ୍ତି। ଏହି ଅଭ୍ୟାସ ତାଙ୍କର ପିଲା ଦିନରୁ ଥିବା କଥା ଜଣାପଡ଼ିଛି। କାରଣ ଦୟାରାମ ପିଲାବଳେ କିଛି ଅଲଗା କରିବାକୁ ଇଚ୍ଛା ରଖିଥିଲେ, ତେଣୁ ସେ କାଚ ଖାଇବା ଆରମ୍ଭ କରିଥିଲେ।

୪୦ବର୍ଷରୁ ଊର୍ଧ୍ୱ ହେବ ସେ ଏଭଳି କାଚ ଖାଇ ଆସୁଥିବା ହେତୁ ତାଙ୍କର ଦାନ୍ତ ସବୁ ଖରାପ୍‌ ହୋଇଯାଇଛି। ଅନ୍ୟ କେହି ଏପରି ନକରନ୍ତୁ ବୋଲି ସେ ସର୍ବଦା ଚେତାବନୀ ଦେଇ ଆସିଛନ୍ତି। କାରଣ ଏହା ସ୍ୱାସ୍ଥ୍ୟପକ୍ଷେ ବହୁତ ହାନିକାରକ ହୋଇଥାଏ। ଏଥିପାଇଁ ସେ ଧୀରେଧୀରେ କାଚ ଖାଇବା କମ୍‌ କରି ଦେଇଛନ୍ତି।

ଭିଡିଓରେ ଆପଣ ଦେଖି ପାରିବେ ଦୟାରାମ ସାହୁ ଖୁବ୍‌ ସହଜରେ ଇଲେକଟ୍ରିକ ବଲବ୍ କାଚ ସମେତ ଅନ୍ୟ କାଚ ବୋତଲ ଖଣ୍ଡ ବି ଚୋବାଇ ଖାଇ ଦେଉଛନ୍ତି। ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିବ ବି ଓକିଲଙ୍କୁ କାଚ ଖାଇବାରୁ ରୋକିବା ବଦଳରେ ତାଙ୍କ ପତ୍ନୀ ଏପରି କାଚ ଖଣ୍ଡ ଯୋଗାଡି ସ୍ୱାମୀଙ୍କୁ ଦେଇଥାଆନ୍ତି।

ସମ୍ବନ୍ଧିତ ଖବର