ଓକିଲ ବିବାହ ନିୟମ ସହ ସମ୍ବିଧାନର ଧାରା ଲେଖି ଛାପିଲେ ନିଜ ବିବାହ କାର୍ଡ

ନୂଆଦିଲ୍ଲୀ: ସମସ୍ତେ ନିଜ ବିବାହକୁ ସ୍ୱତନ୍ତ୍ର ଏବଂ ସ୍ମରଣୀୟ କରିବାକୁ ଚାହାଁନ୍ତି । ଏଥିପାଇଁ ସେମାନେ ବିଭିନ୍ନ ପ୍ରକାରର  ଉପାୟ ଆପଣାଇ ଥାଆନ୍ତି। ତେବେ ଅନେକ ଲୋକ ଏମିତି ଅଛନ୍ତି ଯେଉଁମାନେ ନିଜ ବିବାହ କାର୍ଡ ଦ୍ବାରା ଲୋକଙ୍କୁ ସଚେତନତା ବର୍ତ୍ତା ବି ଦେଇଥାଆନ୍ତି। । ନିକଟରେ ଜଣେ ଓକିଲଙ୍କ ବିବାହ କାର୍ଡକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଆସାମର ଗୌହାଟିର ଜଣେ ଓକିଲଙ୍କ ବିବାହ କାର୍ଡକୁ ସମ୍ବିଧାନ-ଥିମରେ ମୁଦ୍ରଣ କରାଯାଇଛି । ଏହି ବିବାହ ନିମନ୍ତ୍ରଣରେ ଭାରତୀୟ ବିବାହର ନିୟମ ଏବଂ ଅଧିକାର ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି । କାର୍ଡରେ ଲେଖାଅଛି, “ବିବାହର ଅଧିକାର ହେଉଛି ଭାରତୀୟ ସମ୍ବିଧାନର ଧାରା ୨୧ ଅନୁଯାୟୀ ଜୀବନ ଧାରଣ କରିବାର ଏକ ଉପାଦାନ ।

ତେଣୁ ମୋର ଏହି ମୌଳିକ ଅଧିକାରକୁ ରବିବାର, ୨୮ ନଭେମ୍ବର ୨୦୨୧ ରେ ବ୍ୟବହାର କରିବାର ସମୟ ଆସିଛି ।”
ନିମନ୍ତ୍ରଣରେ ଆହୁରି ମଧ୍ୟ କୁହାଯାଇଛି ଯେ ଯେତେବେଳେ ଆଇନଜୀବୀମାନେ ବିବାହ କରନ୍ତି, ସେମାନେ ‘ହଁ’ କୁହନ୍ତି ନାହିଁ, ସେମାନେ କହନ୍ତି – ‘ଆମେ ସର୍ତ୍ତାବଳୀ ଗ୍ରହଣ କରୁ’। ସମ୍ବିଧାନ ଉପରେ ଆଧାରିତ ବିବାହ କାର୍ଡ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହୋଇଛି ।

ସମ୍ବନ୍ଧିତ ଖବର