ପିତା ଦଶରଥଙ୍କ ଆଜ୍ଞା ପାଇ ଶ୍ରୀରାମ ବନବାସ ପାଇଁ ଯିବା ପୂର୍ବରୁ ମାତା କୌଶଲ୍ୟାଙ୍କ ପାଖକୁ ଯାଇଥିଲେ,କିନ୍ତୁ ମହାରାଣୀ ସୁମିତ୍ରାଙ୍କ ନିକଟକୁ ଯାଇ ନ ଥିଲେ। ସେଠାକୁ ଆଜ୍ଞା ନେବା ପାଇଁ ଲକ୍ଷ୍ମଣଙ୍କୁ ପଠାଇଥିଲେ। ମାତା ସୁମିତ୍ରା ପୁତ୍ର ଲକ୍ଷ୍ମଣଙ୍କୁ ଯେଉଁ ଉପଦେଶ ଦେଇଥିଲେ ସେଥିରୁ ତାଙ୍କ ଉଦାର ହୃଦୟର ପରିଚୟ ମିଳେ।
ସେ କହିଲେ,‘ପୁତ୍ର ଲକ୍ଷ୍ମଣ ସୀତା ତୋ’ର ମାତା,ଓ ଶ୍ରୀରାମ ତୋ’ର ପିତା।ଏଣୁ ସେ ଦୁହିଁଙ୍କ ଯତ୍ନ ନେବା ଉଚିତ। ତୁମେ ଅନିଦ୍ରା ରହି ସେମାନଙ୍କର ସୁରକ୍ଷା କରିବ। ସେମାନେ ଯେଉଁଠି ରହିବେ,ତା’ଙ୍କୁ ଅଯୋଧ୍ୟା ମନେ କରିବ।’ଏଭଳି ସର୍ବୋତ୍ତମ ଉପଦେଶ ଦେଇ ପୁତ୍ର ଲକ୍ଷ୍ମଣକୁ ବିଦାୟ ଦେଇଥିଲେ ମାତା ସୁମିତ୍ରା।
ଦ୍ୱିତୀୟଥର ପାଇଁ ମାତା ସୁମିତ୍ରା ନିଜ ଗୌରବମୟ ହୃଦୟର ପରିଚୟ ଦେଇଥିଲେ,ସେତେବେଳେ;ଯେତେବେଳେ ଳକ୍ଷ୍ମଣ ରଣଭୂମିରେ ଆହତ ହୋଇ ମୂର୍ଚ୍ଛିତ ହୋଇ ପଡ଼ିଥିଲେ।ଏଖବର ପାଇବା ପରେ ମାତା ସୁମିତ୍ରାଙ୍କର ଅବସ୍ଥା ବିବ୍ରତ ହୋଇଯାଇଥିଲା। ସେ କହିଲେ‘‘ ହେ ପୁତ୍ର ଲକ୍ଷ୍ମଣ ।ଶ୍ରୀରାମଙ୍କ ପାଇଁ ଯୁଦ୍ଧ କରି ଆହତ ହୋଇଥିବା ଯୋଗୁଁ ମୁଁ ଖୁବ୍‌ ଗର୍ବିତ।ମୁଁ ନିଜକୁ ଧନ୍ୟ ମନେକରୁଛି।ଲକ୍ଷ୍ମଣ ମୋତେ ପୁତ୍ରବତୀ ହେବାର ପ୍ରକୃତ ଗୌରବ ପ୍ରଦାନ କରିଛ।’’

Advertisment

publive-image photo--youtube

ସୁମିତ୍ରାଙ୍କ ସାନପୁଅ ଶତୃଘ୍ନଙ୍କୁ ମଧ୍ୟ ଲଙ୍କାଯାଇ ଶ୍ରୀରାମଙ୍କ ସହାୟତା କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ।ସେ ଚାହୁଁଥିଲେ ଶତୃଘ୍ନ ମଧ୍ୟ ରଣଭୂମିରେ ଯୁଦ୍ଧ କରୁ।କିନ୍ତୁ ମହର୍ଷି ବଶିଷ୍ଠ ସୁମିତ୍ରାଙ୍କୁ ଏଥିରୁ ନିବୃତ୍ତ ହେବାକୁ କହିଲେ।ଶତୃଘ୍ନ ମଧ୍ୟ ଲଙ୍କା ଯାଇ ଭ୍ରାତା ରାମଲକ୍ଷ୍ମଣଙ୍କ ସହାୟତା କରିବାକୁ ପ୍ରସ୍ତୁତ ହୋଇଗଲେ।
ଲଙ୍କା ବିଜୟ କରି ଯେତେବେଳ ଲକ୍ଷ୍ମଣ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରିଥିଲେ,ସେତେବେଳେ ମାତା ସୁମିତ୍ରା ତାଙ୍କୁ ଛାତିରେ ଲଗାଇଥିଲେ।ସୁମିତ୍ରାଙ୍କ ଭଳି ତ୍ୟାଗର ଅନୁପମ ଆଦର୍ଶ ଅନ୍ୟତଃ କ୍ୱଚିତ୍‌ ଦେଖିବାକୁ ମିଳେ।