ନୂଆଦିଲ୍ଳୀ: ଏକ ଲୋକପ୍ରିୟ ଇ-କମର୍ସ ସାଇଟ୍ରେ ବିକ୍ରି ହେଉଛି ଏକ ନିଆରା ଟଏଲେଟ୍ ପେପର୍। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଫଟୋ ଥିବା ଏହି ଟଏଲେଟ୍ ପେପର୍ ଗୋଟା ୯୦୦ ଟଙ୍କା ଦରରେ ବିକ୍ରି ହେଉଛି।
ତେବେ, ଏହି ଟଏଲେଟ୍ ପେପର୍ ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧୀମାନେ ବାହାର କରି ବିକ୍ରି କରୁଥିବା ଜାଣିବାକୁ ମିଳିଛି। ଏହା ହାତ ତିଆରି ଏବଂ ଏକଦମ ଟଏଲେଟ୍ ପେପର୍ ଡିଜାଇନ୍ରେ କରାଯାଇଛି।
/sambad/media/post_attachments/wp-content/uploads/2019/05/Roll1-300x93.png)
ଟଏଲେ୍ଟ୍ ପେପର୍ ଉପରେ ଟ୍ରମ୍ପ ଏକ ନୀଳ ରଂଗର କୋର୍ଟ ସହ ନାଲି ରଂଗର ଟାଏ ପିନ୍ଧା ଫଟୋରେ ଦେଖିବାକୁ ମିଳୁଛନ୍ତି। ତେବେ, ତାହା ଗତ ବର୍ଷରୁ ହୋଇଥିଲେ ମଧ୍ୟ ଏପରି ଖୋଲାଖୋଲି ଭାବେ ବିକ୍ରି ହୋଇ ନଥିଲା। ନିକଟରେ ଏକ ଅଗ୍ରଣୀ ଇ-କମର୍ସ ସାଇଟ୍ ଏହି ଟଏଲେଟ୍ ପେପର୍ର ବିକ୍ରୟ ଆରମ୍ଭ କରିଛି।
ଏହି ଟଏଲେଟ୍ ପେପର୍କୁ ଚୀନରେ ତିଆରି କରାଯାଇଛି। ୨୪୦ ସିଟ୍ ଥିବା ଏହି ଟଏଲେଟ୍ ପେପର୍ର ସମସ୍ତ ସିଟ୍ରେ ଟ୍ରମ୍ପଙ୍କ ଫଟୋ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/1557226888-Trump22.jpg)