ବୁଢ଼ା ବାପା-ମା’ଙ୍କୁ ହତାଦର କରି ସଂପତ୍ତି ହଡ଼ପ କରିପାରିବେ ନାହିଁ ପୁଅଝିଅ; ଆଇନରେ ଦେଉଛି ଅନେକ ସୁରକ୍ଷା

ନୂଆଦିଲ୍ଲୀ: କୁହାଯାଏ, ଭଗବାନଙ୍କ  ଚଳନ୍ତି ପ୍ରତିମା ହେଉଛନ୍ତି ବାପାମାଆ। ହେଲେ ଏହା ଜାଣି ମଧ୍ୟ କିଛି ସନ୍ତାନ ଜନ୍ମକଲା ବାପାମାଆଙ୍କ ସେବା କରିବା ତ ଦୂରର କଥା ବରଂ ତାଙ୍କୁ ଆଡ ଆଖିରେ ବି ଚାହୁଁନାହାନ୍ତି । ତେବେ ଏଭଳି ଉଦ୍ଧତ ପିଲାମାନଙ୍କୁ ବାଟକୁ ଆଣିବା ପାଇଁ ଏବଂ ଅସହାୟ ବୁଦ୍ଧ ବାପାମାଆଙ୍କୁ ସୁରକ୍ଷା ଦେବାକୁ ଆମ ଦେଶର ଆଇନ ବ୍ୟବସ୍ଥାରେ ଅନେକ ଗୁରୁତ୍ୱପୂର୍ଣ୍ଣ ଅଧିକାର ବରିଷ୍ଠ ନାଗରିକଙ୍କୁ ଦିଆଯାଇଛି । ଯେଉଁଥିରେ ଯଦି କୌଣସି ସନ୍ତାନ ନିଜ ବାପାମାଆଙ୍କୁ ଅଣଦେଖା କରେ ତେବେ ସେ ପୈତୃକ ସଂପତ୍ତିରୁ  ବଂଚିତ ହେବା ସହ ବାପାମାଆ ଚାହିଁଲେ ତାଙ୍କୁ ଘରୁ ମଧ୍ୟ ବେଦଖଲ କରିପାରିବେ।

• ଯଦି କୌଣସି ସନ୍ତାନ ନିଜ ବାପାମାଆଙ୍କୁ ଦୁର୍ବ୍ୟବହାର କରନ୍ତି କିମ୍ବା ଖାଇବା ପିଇବା ଦେବାରେ ଅବହେଳା କରନ୍ତି, ବାପାମାଆଙ୍କ ସହ ଚାକର ଭଳି ବ୍ୟବହାର କରନ୍ତି ତେବେ ବାପାମାଆ ଚାହିଁଲେ ଏଭଳି ପୁଅ-ଝିଅ-ଜ୍ୱାଇଁ କିମ୍ବା ନାତି-ନାତୁଣୀଙ୍କୁ ନିଜ ମାଲିକାନାରେ ଥିବା ଘରୁ ବାହାର କରିପାରିବେ । ଏପରିକି ସଂପତ୍ତିରୁ ମଧ୍ୟ ଏମାନଙ୍କୁ ବେଦଖଲ କରିପାରିବେ । ସେହିଭଳି ଯଦି ପିଲାମାନଙ୍କ ନାଁରେ ପୂର୍ବରୁ ସଂପତ୍ତି କରିଦେଇଛନ୍ତି ତେବେ ତାକୁ ଫେରାଇ ମଧ୍ୟ ଆଣିପାରିବେ । ତେବେ ଏହା କେବଳ ସେମାନଙ୍କ ଅର୍ଜିତ ତଥା ପୈତୃକ ସଂପତ୍ତି ଉପରେ ଲାଗୁ ହେଉନି ବରଂ ବାପାମାଆଙ୍କ ନାଁରେ ଥିବା ଅନ୍ୟାନ୍ୟ ସଂପତ୍ତି ଉପରେ ମଧ୍ୟ ଲାଗୁ ହେଉଛି।

www.pixoto.com

• ସେହିଭଳି ହିନ୍ଦୁ ମ୍ୟାରେଜ୍ ଆକ୍ଟ ଅନୁସାରେ ପ୍ରଥମ ପତ୍ନୀ ବଂଚି ଥାଉ ଥାଉ ଯଦି ସ୍ୱାମୀ ଦ୍ୱିତୀୟ ବିବାହ କରେ ତେବେ ଏହା ଦଣ୍ଡନୀୟ ଅପରାଧ । କିନ୍ତୁ ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ବ୍ୟକ୍ତି ଜଣକ ଯଦି ଦ୍ୱିତୀୟ ବିବାହ କଲେ ତାହା ଗ୍ରହଣ ଯୋଗ୍ୟ ଅଟେ । ଏଥିସହିତ ଦ୍ୱିତୀୟ ପତ୍ନୀଙ୍କ ଔରସରୁ ଜାତ ସନ୍ତାନ ବି ସଂପତ୍ତିର ହକଦାର ହେବେ।

• ଯଦି କୌଣସି ପରିବାରରେ ଚାରି ଭାଇ ଥାନ୍ତି ଆଉ ଏମାନଙ୍କ ଭିତରୁ ଜଣେ କେହି ବାପାମାଆଙ୍କୁ ଫସେଇ ସେମାନଙ୍କର ଜାଲ ଦସ୍ତଖତ କରି ସଂପତ୍ତି ନିଜ ନାଁରେ କରିଦିଅନ୍ତି ତେବେ ବାକି ଭାଇମାନେ ଚାହିଁଲେ ଏ ବାବଦରେ କୋର୍ଟରେ ଚ୍ୟାଲେଂଜ କରିପାରିବେ।

• ସେହିଭଳି ବାପାମାଆ ବଂଚିଥିବା ସମୟରେ ଯଦି ସେ ତାଙ୍କର ଅର୍ଜିତ ସଂପତି ଅନ୍ୟ କୌଣସି ବ୍ୟକ୍ତିଙ୍କୁ ଦାନ କରିଦିଅନ୍ତି ତେବେ ଏଭଳି ପରିସ୍ଥିତିରେ ସନ୍ତାନମାନେ ଏଥିରେ କୌଣସି ଅଧିକାର ଜାହିର କରିପାରିବେନି । ଏପରିକି ତାଙ୍କ ମୃତ୍ୟୁ ପରେ ବି ସେ ସେଥିରେ ନିଜ ଅଧିକାର ଜାହିର କରିପାରିବେ ନାହିଁ । ତେବେ ରେଜିଷ୍ଟ୍ରେସନ୍ ଆକ୍ଟ ଅନୁସାରେ ଅସ୍ଥାବର ସଂପତ୍ତିର କବଲା କରିବା ନିହାତି ଜରୁରୀ । ଯଦି ବାପା ଏହାକୁ ରେଜିଷ୍ଟର୍ଡ କରି ନ ଥିବେ ତେବେ ଆପଣ ଏ ନେଇ କୋର୍ଟରେ ଚ୍ୟାଲେଂଜ କରିପାରିବେ।

ସମ୍ବନ୍ଧିତ ଖବର