ଲେମ୍ବୁ ଡିମ୍ବ ‘ୟୁଜୁ ତାମା’

ଜାପାନରେ ଏକ ପ୍ରକାରର କୁକୁଡ଼ା ଡିମ୍ବ ମିଳେ, ଯାହାର ବାସନା ଓ ସ୍ବାଦ ଲେମ୍ବୁ ପରି। ଏହି ଡିମ୍ବର ନାମ ‘ୟୁଜୁ ତାମା’। ‘ୟୁଜୁ’ ଏକ ପ୍ରକାରର ଫଳ। ଜାପାନ୍‌ର କୋସିରେ ଏହା ପ୍ରଚୁର ପରିମାଣରେ ଫଳେ। ଏହାର ସୁଗନ୍ଧ ଓ ସ୍ବାଦ ଲେମ୍ବୁ ପରି। ଜାପାନୀମାନେ ଅଧିକା˚ଶ ଖାଦ୍ୟ ପ୍ରସ୍ତୁତିରେ ଏହାକୁ ପକାନ୍ତି। କଞ୍ଚା ଓ ପାଚିଲା ୟୁଜୁ ଖାଆନ୍ତି। କୁକୁଡ଼ାଙ୍କୁ ନିୟମିତ ୟୁଜୁ ଚୋପା, ରାଶି ଓ କେଲ୍‌ (ବ୍ରୋକୋଲି ଜାତୀୟ ପରିବା) ଖୁଆଇଲେ, ସେଗୁଡ଼ିକ ପାରୁଥିବା ଡିମ୍ବରୁ ଲେମ୍ବୁର ସ୍ବାଦ ଓ ସୁଗନ୍ଧ ବାହାରୁଥିବା ପ୍ରକାଶ। ଡିମ୍ବ ଅଭଙ୍ଗା ଥିବା ବେଳେ ମଧ୍ୟ ଲେମ୍ବୁର ସୁଗନ୍ଧ ବାହାରେ।

ସମ୍ବନ୍ଧିତ ଖବର