ହାତର ମଧ୍ୟମ ଆଙ୍ଗୁଳିରୁ ଜାଣନ୍ତୁ , ଭବିଷ୍ୟତରେ ଆପଣଙ୍କର କ’ଣ ଘଟିପାରେ !

ଶାସ୍ତ୍ର ଅନୁଯାୟୀ ମନୁଷ୍ୟର ପ୍ରତ୍ୟେକ ଅଙ୍ଗରେ କିଛି ନା କିଛି ଗୋପନୀୟ ତଥ୍ୟ ରହିଛି, ଯାହା ତା’ର ଭବିଷ୍ୟତର ଆକଳନ କରିପାରେ । ବିଶେଷ କରି ମନୁଷ୍ୟର ହାତ ପାପୁଲି, ପାଦ ଓ ମୁଖମଣ୍ଡଳରୁ ତା’ର ଚରିତ୍ର ଓ ଭବିଷ୍ୟତ ଜାଣି ହେବ ।

ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ ଆସନ୍ତୁ ଜାଣିବା ହାତର ମଧ୍ୟମ ଆଙ୍ଗୁଳିରୁ ବ୍ୟକ୍ତି ସଂପର୍କରେ । ଯଦି ଆପଣଙ୍କର ମଧ୍ୟମ ଆଙ୍ଗୁଳି ଅନ୍ୟ ଆଙ୍ଗୁଳିଠାରୁ ସାନ, ତେବେ ଆପଣଙ୍କର ଧୈର୍ଯ୍ୟ ନ ଥାଏ । କୌଣସି କାମରେ ସଫଳତା ପାଇବା ପାଇଁ ଆପଣ ବେଶି ସମୟ ଅପେକ୍ଷା କରି ପାରନ୍ତି ନାହିଁ । ଏମାନେ ଶାନ୍ତ ସ୍ୱଭାବର ନୁହଁନ୍ତି । ସେମାନେ ପ୍ରବଳ ମାତ୍ରାରେ ଉତ୍କଣ୍ଠିତ ।

ଯେଉଁ ବ୍ୟକ୍ତିଙ୍କର ହାତର ଆଙ୍ଗୁଳି ଅନ୍ୟ ଆଙ୍ଗୁଳିମାନଙ୍କ ସହ ସମାନ, ତେବେ ତାଙ୍କୁ ଜୀବନରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଯଦି ବ୍ୟକ୍ତିଙ୍କର ମଧ୍ୟମ ଆଙ୍ଗୁଳି ଅନ୍ୟ ଆଙ୍ଗୁଳିମାନଙ୍କଠୁ ଅଳ୍ପ ପତଳା ଓ ଟିକେ ବଡ, ତେବେ ସେ ଅଧିକ କ୍ରିୟାଶୀଳ ଏବଂ ସେ ସଫଳତା ହାସଲ କରିଥାଆନ୍ତି । ଏମାନେ ଭାଗ୍ୟବାନ୍‌ । ବିଶେଷ ପରିଶ୍ରମ ନ କରି ଏପରିକି ନିଜ ପ୍ରତିଭାର ବିଶେଷ ଉପଯୋଗ ନ କରି ବିଭିନ୍ନ କ୍ଷେତ୍ରରେ ସଫଳତା ଲାଭ କରିଥାଆନ୍ତି । ସେମାନେ ସହଜରେ ଯେକୌଣସି ନିଷ୍ପତ୍ତି ନେଇ ପାରନ୍ତି । ଖରାପ ସମୟରେ ବି ଏହି ବ୍ୟକ୍ତିମାନେ ଉପଯୁକ୍ତ ନିଷ୍ପତ୍ତି ଗ୍ରହଣ କରିଥାନ୍ତି ।

photo–speakingtree

ଯେଉଁ ବ୍ୟକ୍ତିଙ୍କର ହାତର ମଧ୍ୟମ ଆଙ୍ଗୁଳି ମାନଙ୍କଠାରୁ ଢେର ବଡ଼ , ସେମାନେ ଖୁବ୍‌ ଅହଙ୍କାରୀ । ଲୋକମାନେ ତାଙ୍କୁ ଜାଣନ୍ତୁ ବୋଲି ସେ ମନେ କରନ୍ତି । ଏହି ବ୍ୟକ୍ତି ସଂଘର୍ଷ କରନ୍ତି, ମାତ୍ର ଜୀବନର ଦ୍ୱିତୀୟାର୍ଦ୍ଧରେ ସଫଳତା ହାସଲ କରନ୍ତି । ଏମାନେ ଦୃଷ୍ଟି ଆକର୍ଷଣକାରୀ । କିନ୍ତୁ ଏମାନଙ୍କ ଭିତରେ ଅନେକ ନକାରାତ୍ମକ ଶକ୍ତି ରହିଥାଏ । ଯଦି କୌଣସି କାର୍ଯ୍ୟରେ ଏହି ବ୍ୟକ୍ତି ଅସଫଳ ହୁଅନ୍ତି, ତେବେ ମାନସିକ ସନ୍ତୁଳନ ହରାଇଥାଆନ୍ତି ।

ସମ୍ବନ୍ଧିତ ଖବର