ନାଗପୁର: ମହାରାଷ୍ଟ୍ରର ନାଗପୁରରେ ଘଟିଛି ଏକ ଅଭାବନୀୟ ଘଟଣା।ପାର୍ଥୀବ ଜଗତର ମୋହମାୟା ତ୍ୟାଗକରି ଜଙ୍ଗଲ ଭିତରେ ତପସ୍ୟା କରୁଥିଲେ ଜଣେ ବୌଦ୍ଧ ସନ୍ନ୍ୟାସୀ। ସନ୍ନ୍ୟାସୀଜଣକ ଧ୍ୟାାନରତ ଥିବା ବେଳେ ତାଙ୍କୁ ଆକମ୍ରଣ କରି ଏକ କଲରାପତରିଆ ବାଘ ମାରି ଦେଇଛି। ଏହି ଘଟରା ଜଣାପଡ଼ିବା ପରେ ଲୋକଙ୍କ ଭିତରେ ବନବିଭାଗକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ମହରାଷ୍ଟ୍ରର ରାମଦେଗୀର ଘଞ୍ଚ ଅରଣ୍ୟରେ ରାହୁଲ ଓ୍ଵାକେ ନାମକ ଜଣେ ୩୫ ବର୍ଷୀୟ ବୌଦ୍ଧ ସନ୍ନ୍ୟାସୀ ଗତ ଏକ ମାସ ହେବ ସେଠାରେ ଏକ ଗଛ ମୂଳରେ ବସି ଧ୍ୟାନ କରୁଥିଲେ। ତେବେ ଗତ ମଙ୍ଗଳବାର ଅର୍ଥର୍ାତ ଡିସେମ୍ବର ମାସ ୧୧ ତାରିଖ ସକାଳ ୯ଟା ୩୦ ମିନିଟରୁ ୧୦ଟା ଭିତରେ ଏହି ସନ୍ନ୍ୟାସୀ ଜଣକ ଧାନରତ ଥିବା ବେଳେ ତାଙ୍କୁ ଏକ କଲରାପତରିଆ ବାଘ ଆକ୍ରମଣ କରିଥିବା ଜଣାଯାଇଛି।
ନାଗପୁର ଠାରୁ ୧୫୦ କିଲୋମିଟର ଦୂର ତୋଦବା-ଅନ୍ଧେରୀ ବ୍ୟାଘ୍ର ଅଭୟାରଣ୍ୟର ଉପ ନିର୍ଦ୍ଦେଶକ ଗଜେନ୍ଦ୍ର ନରଓ୍ଵାନେଙ୍କ ଠାରୁ ପ୍ରକାଶ ଯେ ଯେଉଁ ସ୍ଥାନରେ ବସି ସନ୍ନ୍ୟାସୀ ଜଣକ ଧ୍ୟାନରତ ଥିଲେ ତାହା ଐତିହାସିକ ବୁଦ୍ଧ ମନ୍ଦିର ଠାରୁ ଅଳ୍ପ ଦୂରରେ ଥିଲା। ଗତ ୧ ମାସ ହେବ ସନ୍ନ୍ୟାସୀଜଣକ ସେଠାରେ ଧ୍ୟାନ କରୁଥିବା ବେଳେ ସ୍ଥାନୀୟ ବୁଦ୍ଧ ମନ୍ଦିରରୁ ଅନ୍ୟ ଦୁଇ ଜଣ ସନ୍ନ୍ୟାସୀ ନିୟମିତ ହେବ ଗତ ଏକ ମାସ ଧରି ସନ୍ୟାସୀ ରାହୁଲ ଓ୍ଵାକେଙ୍କ ପାଖକ ଖାଦ୍ୟ ନେଇ ଯାଉଥିଲେ। ତେବେ ଯେଉଁ ଅଞ୍ଚଳରେ ସନ୍ନ୍ୟାସୀଜଣକ ତପସ୍ୟା କରୁଥିଲେ ,ସେ ସ୍ଥାନରେ ବନ୍ୟଜନ୍ତୁମାନେ ବିଚରଣ କରୁଥିବା ନେଇ ସନ୍ନ୍ୟାସୀଙ୍କୁ ପୂର୍ବରୁ ସତର୍କ କରି ଦିଆଯାଇଥିଲା। ତେବେ ଦୁର୍ଭଗ୍ୟପୂର୍ଣ୍ଣ ଭାବେ ସନ୍ୟାସୀଜଣକ ସେ ସ୍ଥାନ ଛାଡ଼ିବାର ପୂର୍ବରୁ ଏପରି ଏକ ଅଘଟଣ ଘଟିଲା। ତେବେ ଘଟଣାସ୍ଥଳରୁ ସନ୍ୟାସୀଙ୍କ ଶରୀରାବଶେଷ ଜବତ କରାଯାଇଛି।

Advertisment

publive-image
ତେବେ ଏହି ଐତିହାସିକ ବୁଦ୍ଧ ମନ୍ଦିରକୁ ବହୁ ପର୍ଯ୍ୟଟକ ଆସୁଥିବାରୁ ସମଗ୍ର ଅଞ୍ଚଳକୁ କର୍ଡ଼ନ କରାଯାଇ ଲୋକଙ୍କୁ ସୁରକ୍ଷା ଦେବାକୁ ବ୍ୟବସ୍ଥା କରାଯାଇଛି। ସେହିପରି ବନ୍ୟଜନ୍ତୁମାନେ ଯେପରି ମନ୍ଦିର ନିକଟକୁ ଆସି ନ ପାରିବେ, ସେଥିପାଇଁ ମନ୍ଦିର ଚାରିପଟରେ ସୌରଶକ୍ତି ଚାଳିତ ବୈଦ୍ୟୁତିକ ବାଡ଼ ଲଗାଇବାର ବ୍ୟବସ୍ଥା କରାଯାଉଛିି ବୋଲି ଶ୍ରୀ ନରଓ୍ଵାନେ କହିଛନ୍ତି।