ଚକପଦା: ପୁଣି ଏକ କଲରାପତରିଆ ବାଘଛାଲ ଜବତ ହୋଇଛି। କନ୍ଧମାଳ ଜିଲ୍ଳାର ଚକପଦା ଥାନା ଅନ୍ତର୍ଗତ ବ୍ରାହ୍ମଣୀପଡ଼ା ଗ୍ରାମରେ ଟିକାବାଲି ଜଙ୍ଗଲ ଅଧିକାରୀଙ୍କ ସହାୟତାରେ ଏସ୍ଟିଏଫ୍ର ଏକ ଟିମ୍ ମିଳିତ ଚଢ଼ାଉ କରି ଏହି ବାଘଛାଲ ଜବତ କରିଛି। ବାଘଛାଲ ଜବତ ହେବା ସହ ବ୍ରାହ୍ମଣୀପଡ଼ା ଗ୍ରାମର ଦିବଗଂତ ରାଘବ ନାୟକଙ୍କ ପୁଅ ବିରେନମିତ୍ର ନାୟକଙ୍କୁ ଗିରଫ କରାଯାଇଛି।
ଏହି ଚଢ଼ାଉ ବେଳେ ବାଘଛାଲ ବ୍ୟତୀତ ଅନ୍ୟ ଅପରାଧିକ ସାମଗ୍ରୀ ମଧ୍ୟ ଜବତ ହୋଇଛି। ଆବଶ୍ୟକୀୟ ସଫେଇ ଦେଇନପାରିବାରୁ ଅଭିଯୁକ୍ତଙ୍କୁ ଧରାଯିବା ସହ ଫୁଲବାଣୀ ଫରେଷ୍ଟ ଡିଭିଜନ୍ ଅଧୀନସ୍ଥ ଟିକାବାଲି ଜଙ୍ଗଲ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି। ଏ ନେଇ ତଦନ୍ତ ଆରମ୍ଭ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/f2830b60-0597-4d76-a535-68adf915e37d.jpg)