ଗୁଜରାଟ ସଚିବାଳୟରେ ବାଘ

ଅହମଦାବାଦ୍‌ : ଗୁଜରାଟ ଗାନ୍ଧୀନଗର ସ୍ଥିତ ସଚିବାଳୟରେ ଆଜି ଏକ ଚିତାବାଘ ପଶି ଯାଇଥିଲା। ସୁରକ୍ଷା କ୍ୟାମେରାରୁ ସଚିବାଳୟକୁ ଚିତାବାଘ ପଶୁଛି ବୋଲି ଦେଖିବାକୁ ମିଳିବାପରେ ରାଜ୍ୟ ଜଙ୍ଗଲ ବିଭାଗ ପକ୍ଷରୁ ବଡ଼ ଧରଣର ସର୍ଚ୍ଚ ଅପରେସନ୍‌ ଆରମ୍ଭ ହୋଇଥିଲା। ୫୦ରୁ ଉର୍ଦ୍ଧ ଜଙ୍ଗଲ ସୁରକ୍ଷାକର୍ମୀ ଆଜି ସଚିବାଳୟରେ ମୁତୟନ ହୋଇଥି‌ଲେ। ୫ ଘଣ୍ଟାର କସରତ ପରେ ସଚିବାଳୟ ପରିସର ନିକଟସ୍ଥ ଏକ ପାର୍କରୁ ଚିତାବାଘକୁ ଉଦ୍ଧାର କରାଯାଇଥିଲା। ପରେ ଜଙ୍ଗଲ ଅଧିକାରୀମାନେ ବାଘକୁ ଏକ ଟ୍ରାକ୍ଟର‌ ଯୋ‌‌ଗେ ନେଇ ଯାଇଥିଲେ। ତେବେ ଚିତାବାଘ କିଭଳି ସଚିବାଳୟକୁ ପ୍ରବେଶ କଲା ତାହା ଜଣା ପଡ଼ିନଥିବା ବେଳେ ରାତି ୧ଟାରେ ଏହା ସଚିବାଳୟକୁ ପ୍ରବେଶ କରିଥିଲା ବୋଲି ଜଣାପଡ଼ିଛି। ସଚିବାଳୟରେ ବାଘ ପଶିଛି ଜଣାପଡ଼ିବାପରେ ପୁଲିସ ସମସ୍ତ ୬ଟି ଯାକ ଗେଟ୍‌ ବନ୍ଦ କରି ଦିଆଯାଇଥିଲା ଏବଂ ସଚିବାଳୟକୁ ମନ୍ତ୍ରୀ ଏବଂ ଅମଲାମାନଙ୍କ ପ୍ରବେଶକୁ ବାରଣ କରାଯାଇଥିଲା।

ସମ୍ବନ୍ଧିତ ଖବର