ଦେଖନ୍ତୁ ତିନିଟି ବାଘ ସହିତ କିଭଳି ଆରାମରେ ଏହି ବ୍ୟକ୍ତି ବିଶ୍ରାମ ନେଉଛନ୍ତି, ଟୁଇଟ୍ କଲେ ଆଇଏଫଏସ୍ ଅଧିକାରୀ

ନୂଆଦିଲ୍ଲୀ: ପ୍ରତିଦିନ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଆଶ୍ଚର୍ଯ୍ୟଜନକ ଭିଡିଓ ପୋଷ୍ଟ ହୋଇଥାଏ। ଏହି ଭିଡିଓ ମଧ୍ୟରୁ ଏମିତି କିଛି ଭିଡିଓ ଥାଏ ଯାହା ପୋଷ୍ଟ ହେବାର କିଛି ସମୟ ମଧ୍ୟରେ ଭାଇରାଲ ହୋଇଯାଇଥାଏ। ନିକଟରେ ଭାଇରାଲ ହୋଇଥିବା ଏକ ଭିଡିଓରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି କି, ଜଣେ ବ୍ୟକ୍ତି ତାଙ୍କ ଘରେ ଗୋଟିଏ କି ଦୁଇଟି ନୁହେଁ, ଏକାଥରକେ ତିନିଟି ଚିତାବାଘକୁ ଧରି ଶୋଇଛନ୍ତି। ଯିଏ ଏହି ଭିଡିଓ ଦେଖୁଛନ୍ତି ସେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି।

ଏହି ଭିଡିଓକୁ ଭାରତୀୟ ବନ ସେବା ଅଧିକାରୀ ସୁଶାନ୍ତ ନନ୍ଦ ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟରରେ ସେୟାର କରିଛନ୍ତି। ଓଡ଼ିଶାରେ ଅବସ୍ଥାପିତ ଏହି ଅଧିକାରୀ  ସବୁବେଳେ ଏଭଳି ମଜାଳିଆ ଭିଡିଓ ସେୟାର କରୁଥାଆନ୍ତି। ସୁଶାନ୍ତ ମଣିଷ ବାଘ ସହିତ ଶୋଇଥିବା ଏହି ଭିଡିଓକୁ ପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି- ‘ସୁନ୍ଦରୀ ସହ ନିଦ୍ରା’ ।

ଚିତା ସହିତ ବ୍ୟକ୍ତି ଶୋଇଥିବାର ଦୃଶ୍ୟ ଦେଖି ଲାଗୁଛି ଯେ ବାଘ ଓ ଏହି ମଣିଷ ମଧ୍ୟରେ ସମ୍ପର୍କ ବର୍ଷବର୍ଷ ଧରି ରହି ଆସିଛି। ଆଉ ପରସ୍ପର ପରସ୍ପରକୁ ବୋଧହୁଏ ଖୁବ୍ ଭଲ ଭାବେ ଜାଣିଛନ୍ତି । ଏହି ଭିଡିଓକୁ ଏ ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଲୋକ ଦେଖି ସାରିଛନ୍ତି। ଏହି ଭିଡିଓକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ଅନେକ ଲାଇକ୍‌ ଏବଂ ରିଟୁଇଟ କରିବା ସହିତ ସୁନ୍ଦର ପ୍ରତିକ୍ରୟା ମଧ୍ୟ ଦେଇଛନ୍ତି।

ସମ୍ବନ୍ଧିତ ଖବର