ସମଗ୍ର ବିଶ୍ୱରେ ଥିବା କୁଷ୍ଠ ରୋଗୀଙ୍କଭିତରୁ ଅଧାରୁ ଅଧିକ ଅଛନ୍ତି ଭାରତରେ

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଆକଳନ ଅନୁଯାୟୀ ସାରା ବିଶ୍ୱରେ ଏବେ ପ୍ରାୟ ୨ ଲକ୍ଷ କୁଷ୍ଠ ରୋଗୀ ଅଛନ୍ତି। ସବୁଠାରୁ ଚାଞ୍ଚଲ୍ୟକର ତଥ୍ୟ ହେଲା ଯେ ଏଥିମଧ୍ୟରୁ ଅର୍ଦ୍ଧାଧିକ କୁଷ୍ଠ ରୋଗୀ ଭାରତରେ ଅଛନ୍ତି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଏହି କୃଷ୍ଠରୋଗର ନିରାକରଣ ଦିଗରେ ତିନିଟି ବଡ଼ ସମସ୍ୟା ରହିଛି। ଏଥିମଧ୍ୟରୁ ପ୍ରଥମ କାରଣଟି ହେଲା କୁଷ୍ଠ ରୋଗକୁ ଏକ ଦାଗ ଭଳି ବିଚାର କରାଯାଏ। ଦ୍ୱିତୀୟ ସମସ୍ୟା ହେଲା ଯେ ଲୋକଙ୍କ ମନରେ ପୂର୍ବାଗ୍ରହ ଓ ତୃତୀୟ ସବୁଠୁଁ ବଡ଼ କଥା ହେଲା ଯେ କୁଷ୍ଠ ରୋଗୀମାନଙ୍କର ଏଠାରେ ଭେଦଭାବ କରାଯାଇଥାଏ।


ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଦକ୍ଷିଣ-ପୂର୍ବ ଏସିଆ କ୍ଷେତ୍ରର ନିର୍ଦ୍ଦେଶକ ପୁନମ୍‌ କ୍ଷେତ୍ରପାଲ ସିଂହ ଦୁଇଟି ଆଇନ୍‌କୁ କାର୍ଯ୍ୟକାରୀ କରାଯିବା ହେତୁ ଖୁସି ଜାହିର କରିଛନ୍ତି। ଦକ୍ଷିଣ-ପୂର୍ବ ଏସିଆ କ୍ଷେତ୍ର,ବ୍ରାଜିଲ,ଉପସାହାରା ଆଫ୍ରିକା ଓ ପ୍ରଶାନ୍ତ ଅଞ୍ଚଳରେ କୃଷ୍ଠରୋଗୀମାନଙ୍କର ସଂଖ୍ୟା ସର୍ବାଧିକ। ପୁନ୍‌ମ ସିଂହଙ୍କ ଅନୁଯାୟୀ ମୂଳରୁ କୁଷ୍ଠ ରୋଗର ଚିକିତ୍ସା କରାଗଲେ ଏଥିରୁ ଶତ ପ୍ରତିଶତ ମୁକ୍ତି ସମ୍ଭବ। ଭାରତରେ ଏବେ ୧ ଲକ୍ଷରୁ ଅଧିକ କୁଷ୍ଠ ରୋଗୀ ଅଛନ୍ତି।

ସମ୍ବନ୍ଧିତ ଖବର