ସମଲିଙ୍ଗୀଙ୍କୁ ଚାକିରି ଦେବାକୁ ମନାକଲେ ଭୋଗିବାକୁ ପଡ଼ିବ ଜେଲଦଣ୍ଡ!

ସମଲିଙ୍ଗୀ ସମ୍ବନ୍ଧକୁ ନେଇ ବାଦବିବାଦ ଲାଗିରହିଥିବା ବେଳେ ଆଜି ବି ଅନେକ ଦେଶରେ ସମଲିଙ୍ଗୀ ସମ୍ବନ୍ଧ ଅବୈଧ ଅଛି। ଏଲଜିବିଟି ସଂପ୍ରଦାୟ ସହିତ ଜଡିତ ଲୋକ ଆଜି ବି ରାସ୍ତାରେ ନିଜ ଅଧିକାର ପାଇଁ ଲଢ଼ୁଛନ୍ତି । ଏହି ଭିତରେ ଏକ ଭଲ ଖବର ଆଫ୍ରିକାର ଅଙ୍ଗୋଲା ସହରରୁ ଆସିଛି । ମଧ୍ୟ ଆଫ୍ରିକାର ସହର ଅଙ୍ଗୋଲାରେ ସମଲିଙ୍ଗୀ ସଂପର୍କକୁ ବୈଧ ଘୋଷଣା କରାଯାଇଛି । ହ୍ୟୁମନ୍ ରାଇଟ୍ସ ୱାଚ୍ ଏଜେନ୍ସି ଦ୍ୱାରା ଏହି ସୂଚନା ଦିଆଯାଇଛି । ଅଙ୍ଗୋଲା ସରକାର ଏମିତି ଆଇନ ବି ତିଆରି କରିଛନ୍ତି ଯାହା ଲିଙ୍ଗଗତ ଆକର୍ଷଣ ଆଧାରରେ ଭେଦଭାବ ଉପରେ ରୋକ୍ ଲଗାଏ ।

ଲିଙ୍ଗଗତ ଆକର୍ଷଣ ଆଧାରରେ ସମଲିଙ୍ଗୀଙ୍କୁ ଚାକିରୀ ଦେବାକୁ ମନା କରୁଥିବା ଲୋକଙ୍କୁ ନୂଆ ଆଇନ ଅନୁସାରେ, ୨ବର୍ଷର ଜେଲ ହୋଇପାରେ । ବର୍ଷ ୧୯୭୫ରେ ପର୍ତ୍ତୁଗାଲରୁ ସ୍ୱତନ୍ତ୍ରତା ପ୍ରାପ୍ତ କରିବା ପରେ ଅଙ୍ଗୋଲାର ସଂସଦ ପ୍ରଥମ ଥର ୨୩ ଜାନୁୟାରୀକୁ ଏକ ନୂଆ ଦଣ୍ଡ ସଂହିତା ଆପଣାଇଲା, ଯେଉଁଥିରେ ସମଲିଙ୍ଗୀ ସଂପର୍କ ବିରୁଦ୍ଧରେ ବନିଥିବା ବ୍ୟବସ୍ଥାକୁ ହଟାଯାଇପାରିବ । ଅଣ-ସରକାରୀ ସଂଗଠନ ହ୍ୟୁମନ୍ ରାଇଟ୍ସ ୱାଚ୍ ଅଙ୍ଗୋଲା ସଂସଦର ଏହି ପଦକ୍ଷେପକୁ ପ୍ରଂଶସା କରିଛି । ଏହାର ମୁଖ୍ୟାଳୟ ନ୍ୟୁୟର୍କରେ ଅଛି । ଅଙ୍ଗୋଲା ସେହି ଆଫ୍ରିକୀୟ ଦେଶ ମଧ୍ୟରେ ସାମିଲ ହୋଇଯାଇଛି, ଯେଉଁଥିରେ ସମଲିଙ୍ଗୀ ସମ୍ବନ୍ଧକୁ ବୈଧ କରାଯାଇଛି ।

ସମ୍ବନ୍ଧିତ ଖବର