ନିଜକୁ ସଦା ଜଣେ ଯୋଦ୍ଧା ପରି ପ୍ରସ୍ତୁର ରଖ, ଭଗବଦ୍‌ ଗୀତାର ଏମିତି କେତୋଟି ଶିକ୍ଷା ଅପଣଙ୍କ ଜୀବନ ବଦଳାଇ ଦେବ

ଭଗବାନ ଶ୍ରୀକୃଷ୍ଣଙ୍କ ମୁଖନିସୃତ ବାଣୀ ଶ୍ରୀମଦ୍‌ ଭଗବଦ୍‌ ଗୀତା ହେଉଛି ହିନ୍ଦୁ ଧର୍ମର ଶ୍ରେଷ୍ଟ ଗ୍ରନ୍ଥ। ଏଥିରେ ଥିବା ବାଣୀ ସବୁ ମାନି ଚାଳିଲେ ଜଣେ ବ୍ୟକ୍ତି ନିଜ ଜୀବନକୁ ସୁରୁଖୁରୁରେ ସଜାଡ଼ି ପାରିବ। ଗୀତା ବାଣୀ ମାନିଚଳିଲେ ଜୀବନର ବଡ଼ ବଡ଼ ବିପଦ ବି ଛୋଟ ମନେ ହେବ। ତେବେ ଚାଲନ୍ତୁ ଜାଣିବା ଗୀତାରେ କେଉଁ ଉପଦେଶ ସବୁ ଆମ ପାଇଁ ଉପାକାରୀ।

ନଜ କର୍ମର ଫଳ ପାଇବା ପାଇଁ ସଦା ସକ୍ରିୟ ରହିବା ଉଚିତ। କାହିଁକି ନା, ସମସ୍ତ କର୍ମର ଫଳ ଅଛି। କର୍ମ ଭଲ ହୋଇଥିଲେ ଫଳ ଭଲ ଓ କର୍ମ ମନ୍ଦ ହୋଇଥିଲେ ଫଳ ମନ୍ଦ ହୋଇଥାଏ। ତେଣୁ ବ୍ୟକ୍ତି ନିଜର କର୍ମ ଫଳ ପାଇବା ପାଇଁ ସଦା ତତ୍ପର ରହିବା ଉଚିତ।

ସବୁବେଳେ ଜଣେ ଯୋଦ୍ଧା ପରି ନିଜକୁ ପ୍ରସ୍ତୁତ କରିବା ଉଚିିତ। ଜୀବନ ଏକ ଯୁଦ୍ଧ ପରି। କେତେବେଳେ କାହା ସହ ଲଢ଼ିବାକୁ ପଡ଼ିପାରେ ତାହା କେହି ଜାଣେନା। ତେଣୁ ଜୀବନକୁ ସମ୍ଭାଳିବା ପାଇଁ ଯୋଦ୍ଧାର ରୂପରେ ନିଜକୁ ରଖିବାକୁ ହେବ।

କର୍ତ୍ତବ୍ୟକୁ କେବେ ଅଣଦେଖା କରନାହିଁ। କର୍ତ୍ତବ୍ୟ ପାଳନ ମଣିଷ ଜୀବନର ଧର୍ମ ହୋଇଥାଏ। ଯେଉଁ ବ୍ୟକ୍ତି ନିଜ କର୍ତ୍ତବୁ ମୁକୁଳିବାକୁ ଚେଷ୍ଟା କରେ ସେ ମଣିଷ ପଦବାଚ୍ୟ ନୁହେଁ।

ନିଜ ପରିବାର ସହ ଜଣେ ବ୍ୟକ୍ତିକୁ ସାମାଜିକ କର୍ତ୍ତବ୍ୟର ଭାର ମଧ୍ୟ ଉଠାଇବାକୁ ହେବ। କର୍ତ୍ତବ୍ୟ କହିଲେ କେବଳ ନିଜ ଆତ୍ମୀୟଙ୍କ ଆବଶ୍ୟକତା ପୂରା କରିବା ନୁହେଁ। ଜଣେ ଅଚିହ୍ନା ବ୍ୟକ୍ତି ପ୍ରତି ବି ଆମର କିଛି କର୍ତ୍ତବ୍ୟ ରହିଛି ଏହା ସଦା ସ୍ମରଣ ରହିଲେ ଭଲ।

ଅନ୍ୟକୁ ସାହାଯ୍ୟ କରିବା ପାଇଁ ଅର୍ଥକୁ ମାଧ୍ୟମ ଭାବିବା ଦୁର୍ବଳମନା ବ୍ୟକ୍ତିର ପରିଚୟ। କାହାକୁ ସାହାଯ୍ୟ କରିବା ପାଇଁ ଅର୍ଥ ନୁହେଁ, ମନବଳର ଆବଶ୍ୟକତା ରହିଥାଏ।

ସମ୍ବନ୍ଧିତ ଖବର