ମହିଳା ନାଗାସାଧୁମାନଙ୍କର ଜୀବନ ଶୈଳୀ କିଛିି କମ୍‌ ରୋମାଞ୍ଚକର ନୁହେଁ

ନାଗା ସାଧୁମାନଙ୍କର ରହସ୍ୟମୟ ଜୀବନ ଶୈଳୀ ଉପରେ ଆପଣଙ୍କୁ ବିଶେଷ କିଛି ତଥ୍ୟ ଜଣା ନ ଥିବ। କିନ୍ତୁ ଆପଣ କ’ଣ ଜାଣନ୍ତି କି ମହିଳା ନାଗା ସାଧୁମାନଙ୍କର ଜୀବନ ଶୈଳୀ ବି କମ୍‌ ରୋମାଞ୍ଚକର ନୁହେଁ। ଆସନ୍ତୁ ଜାଣିବା ମହିଳା ନାଗା ସାଧୁମାନଙ୍କ ସଂପର୍କୀତ କିଛି ରୋଚକ କଥା।

ନାଗା ସାଧୁ ବା ସନ୍ନ୍ୟାସୀ ହେବା ପାଇଁ ୧୦ ରୁ ୧୫ ବର୍ଷ ଯାଏଁ କଠିନ ବ୍ରହ୍ମଚର୍ଯ୍ୟ ବ୍ରତ ଧାରଣ କରିବାକୁ ପଡ଼ିଥାଏ। ଯେଉଁ ମହିଳା ସାଧ୍ୱୀ ହେବାକୁ ଚାହାଁନ୍ତି,ତାଙ୍କୁ ପ୍ରଥମେ ତାଙ୍କର ଗୁରୁଙ୍କର ବିଶ୍ୱାସ ଜନ୍ମାଇବାକୁ ପଡ଼ିବ ଯେ ସେ ପ୍ରକୃତରେ ସାଧ୍ୱୀ ହେବାକୁ ଉପଯୁକ୍ତ। ମହିଳା ନାଗା ସାଧୁମାନେ ଜୀବିତ ଥିବା ବେଳେ ନିଜର ଅନ୍ତ୍ୟେଷ୍ଟି କ୍ରିୟା ବା ପିଣ୍ଡ ଦାନ କରିଥାନ୍ତ। ସେମାନେ ନିଜର ମୁଣ୍ଡ ଲଣ୍ଡା କରିଥାନ୍ତି।

ଯେଉଁ ଦିନ ସେମାନେ ପିଣ୍ଡ ଦାନ କରିଥାନ୍ତି,ସେହି ଦିନ ନଦୀରେ ସ୍ନାନ କରିବା ପରେ ସାରା ଦିନ ଭଗବାନଙ୍କର ଜପ କରିଥାନ୍ତି। ଯେଉଁ ମହିଳାମାନେ ନାଗା ସାଧୁ ହେବାକୁ ଚାହାଁନ୍ତି,ସେମାନଙ୍କୁ ନିଜର ପରିବାର ଓ ସମାଜ ସହିତ ସଂପୂର୍ଣ୍ଣ ରୂପେ ମୋହ ଭଙ୍ଗ କରିବାକୁ ପଡ଼ିବ। ସେମାନଙ୍କୁ ଉଲଗ୍ନ ସାଧୁମାନଙ୍କ ସହିତ ରହିବାକୁ ପଡ଼ିଥାଏ। ମହିଳା ନାଗା ସାଧୁମାନେ ହଳଦିଆ ବସ୍ତ୍ର ପିନ୍ଧିଥାନ୍ତି।

ସମ୍ବନ୍ଧିତ ଖବର