‘ଡୋମିନୋଜ’ର ବଡ ଘୋଷଣା: ଟୋକିଓ ଅଲିମ୍ପିକରେ ରୌପ୍ୟ ପଦକ ବିଜେତା ଚାନୁଙ୍କୁ ଆଜୀବନ ମାଗଣାରେ ଯୋଗାଇବ ପିଜା

ନୂଆଦିଲ୍ଲୀ: ଭାରେ‌ତ୍ତୋଳନ ତାରକା ମୀରାବାଇ ଚାନୁ ଟୋକିଓରେ ଭାରତ ପାଇଁ ପ୍ରଥମ ପଦକ ଜିତି ଭାରତୀୟଙ୍କୁ ଗୌରବାନ୍ୱିତ କରିଛନ୍ତି । ସେ ପଦକ ଜିତିବା ପରେ ଏକ ଜାତୀୟ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ କହିଥିଲେ ଯେ, ସେ ବହୁଦିନ ହେବ ପିଜା ଖାଇନାହାନ୍ତି । ତାଙ୍କର ପିଜା ଖାଇବାର ଇଚ୍ଛାକୁ ଦେଖି ଦେଶର ଲୋକପ୍ରିୟ ପିଜା ବିକ୍ରି କରୁଥିବା କମ୍ପାନି ‘ଡୋମିନୋଜ’ ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି ।

ଡୋମିନୋଜ ପକ୍ଷରୁ କୁହାଯାଇଛି କି, ଟୋକିଓ ଅଲିମ୍ପିକରେ ରୌପ୍ୟ ପଦକ ଜିତିଥିବା ଭାରତୀୟ ଭାରେ‌ତ୍ତୋଳନକାରୀ ମୀରାବାଇଙ୍କୁ କମ୍ପାନି ତରଫରୁ ଆଜୀବନ ମାଗଣାରେ ପିଜା ଯୋଗାଇ ଦିଆଯିବ ।

ଉଲ୍ଲେଖଯୋଗ୍ୟ, ଟୋକିଓ ଅଲମ୍ପିକରେ ଭାରତ ପାଇଁ ପ୍ରଥମ ପଦକ ହାସଲ କରିଥିବା ମୀରବାଇ ଚାନୁ ଏବେ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଗାଁଠୁ ସହର ସବୁ ବର୍ଗର ଲୋକେ ମୀରାଙ୍କୁ ଶୁଭେଚ୍ଛା ଜଣାଇବାକୁ ଭୁଲି ନାହାନ୍ତି । ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସମେତ ଅନେକ ନେତା ମୀରାବାଇଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ବଲିଉଡରୁ ଅମିତାଭ ବଚନ, ଅଭିଷେକ ବଚନ, ସ୍ୱରା ଭାସ୍କର ସମେତ ଅନେକ କଳାକାର ବି ତାଙ୍କୁ ଭାରତର ତାରକା ବୋଲି ଅଭିହିତ କରିଛନ୍ତି ।

ସମ୍ବନ୍ଧିତ ଖବର