କପାଳର ରେଖା ବି ଦେଇଥାଏ ଅସମୟରେ ମୃତ୍ୟୁର ସୂଚନା

କେତେକ ଲୋକଙ୍କ କପାଳରେ ଅଧିକ ରେଖା ଥାଏ, ତ କେତେକଙ୍କର କମ୍‌। ଯେଉଁ ଲୋକମାନଙ୍କର କମ୍‌ ବୟସରେ କପାଳରେ ଅଧିକ ରେଖା ଥାଏ ତାହା ସେମାନଙ୍କ ପାଇଁ କ୍ଷତିକାରକ।

ନିକଟରେ କରାଯାଇଥିବା ଏକ ଗବେଷଣାରୁ ଜଣାଯାଇଛି ଯେ, ଅଳ୍ପ ବୟସରେ କପାଳରେ ଗଭୀର ରେଖା ଦେଖାଯିବା ସମୟ ପୂର୍ବରୁ ମୃତ୍ୟୁର ଆଶଙ୍କା।

ନିଉୟର୍କରେ ପ୍ରତିବର୍ଷ ହେଉଥିବା ୟୁରୋପିୟନ୍‌ ସୋସାଇଟି ଅଫ୍‌ କାର୍ଡିୟୋଲଜି କଂଗ୍ରେସ-୨୦୧୮ରେ ଏ ସମ୍ପର୍କରେ ହୋଇଥିବା ଗବେଷଣାତ୍ମକ ତଥ୍ୟ ଉପସ୍ଥାପିତ ହୋଇଥିଲା। ପ୍ରାୟ ୨୦ ବର୍ଷ ଧରି ଏ ସମ୍ପର୍କରେ ଗବେଷଣା ଚାଲିଥିଲା। ଏଥିରୁ ସ୍ପଷ୍ଟ ହୋଇଛି ଯେଉଁମାନଙ୍କ କପାଳରେ ଯେତେ ଅଧିକ ରେଖା ଥିବ, ସେମାନଙ୍କଠାରେ ହୃଦ୍‌ରୋଗର ଆଶଙ୍କା ସେତେ ଅଧିକ।

ତେବେ ଏଥିରେ କୁହାଯାଇଛି ଯେ, କେବଳ କପାଳର ରେଖାରୁ ହୃଦ୍‌ରୋଗର ଆଶଙ୍କା କରାଯିବା ଠିକ୍‌ ନୁହେଁ। ବରଂ ଏଥିପାଇଁ କେତେକ ପରୀକ୍ଷା ମଧ୍ୟ ଜରୁରୀ। ଠିକ୍‌ ସେହିପରି କପାଳରେ ଗଭୀର ରେଖା ଥିଲେ ରକ୍ତଚାପ ସ୍ତର ମଧ୍ୟ ତଳ-ଉପର ହୋଇଥାଏ। ଏଥିରୁ ରକ୍ଷା ପାଇବା ପାଇଁ ଆପଣଙ୍କୁ ସନ୍ତୁଳିତ ଆହାର ନେବାକୁ ପଡ଼ିବ। ତା’ଛଡ଼ା ଏଥିପାଇଁ ଆବଶ୍ୟକୀୟ ବ୍ୟାୟାମ ମଧ୍ୟ କରାଯିବା ଉଚିତ।

ସମ୍ବନ୍ଧିତ ଖବର