ସମସ୍ତେ ଶୋଇଥିବା ବେଳେ ଚାଷୀଙ୍କ ଘରକୁ ପଶି ଆସିଲା ସିଂହ, ତା’ପରେ..

ଗୁଜୁରାଟ: ଜଙ୍ଗଲ ନଷ୍ଟ ହେବା କାରଣରୁ ବନ୍ୟଜନ୍ତୁ ଜନବସତି ମୁହାଁ ହେଉଛନ୍ତି। ଗୁଜୁରାଟର ସଚ୍ଚିବାଳୟରେ ବାଘ ପଶି ଆସିଥିବା ଘଟଣାର କିଛିଦିନ ପରେ ରାଜ୍ୟର ଅମରେଲୀ ଖମ୍ବାରେ ଜଣେ ଚାଷୀଙ୍କ ଘରକୁ ସିଂହ ପଶି ଆସିଥିବା ଘଟଣା ସାମ୍ନାକୁ ଆସିଛି। ତେବେ ଏହି ସିଂହ ଦ୍ୱାରା କେହି କ୍ଷତାକ୍ତ ହୋଇ ନଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ଗତ ରବିବାର ବିଳମ୍ବିତ ରାତିରେ ଅମରେଲୀର ଖାମ୍ବା ଅଞ୍ଚଳରେ ଜଣେ ଚାଷୀଙ୍କ ଘରକୁ ହଠାତ ଗୋଟିଏ ସିଂହ ପଶି ଆସିଥିଲ। ଘର ଭିତରେ ଥିବା ଚିନାବାଦାମ ଗଦା ଉପରେ ସିଂହଟିକୁ ବସିଥିବା ଦେଖି ପରିବାରଲୋକ ଓ ଗ୍ରାମବାସୀଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଥିଲା। ସେମାନେ ଭୟଭୀତ ହୋଇ ସିଂହ ଥିବା କୋଠରୀର ବାହାରୁ କବାଟ ବନ୍ଦ କରି ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀ ପହଞ୍ଚି ସିଂହକୁ କାବୁ କରିବା ସହ ସିଂହକୁ ଜଙ୍ଗଲରେ ସୁରକ୍ଷିତ ଭାବେ ଛାଡିଦେଇଥିଲେ। ଏହା ସତ୍ତ୍ୱେ ବି ଗ୍ରାମବାସୀଙ୍କ ମନରେ ସିଂହର ଭୟ ରହି ଯାଇଛି।

ସମ୍ବନ୍ଧିତ ଖବର