ସଭ୍ୟ ଦେଶର ସଭ୍ୟ ପଶୁ, ବାଇକ୍‌ ଚାଳକଙ୍କୁ ବାଟ ଛାଡ଼ି ଦେଇ କଡ଼କୁ ଚାଲିଗଲେ ସିଂହ ଓ ଦୁଇ ଶାବକ

ଗାନ୍ଧୀନଗର: ଯେଉଁଠି ମଣିଷମାନେ ନିଜକୁ ପଶୁଙ୍କଠାରୁ ଯଥେଷ୍ଟ ଉପରେ ମନେ କରନ୍ତି ସେଠାରେ କିନ୍ତୁ ବେଳେ ବେଳେ ପଶୁ ଭିତରେ ମଣିଷଠାରୁ ବି ଭଲ ଗୁଣ ଦେଖିବାକୁ ମିଳେ। ନିକଟରେ ସୋସିଆଲ୍‌ ମିଡିଆରେ ୩ଟି ସିଂହଙ୍କର ଏକ ଭିଡିଓ ଭାଇରାଲ୍‌ ହୋଇଛି। ସେମାନେ କିପରି ଜଣେ ବାଇକ୍‌ ଚାଳକଙ୍କୁ ବାଟ ଛାଡ଼ି ଦେଉଛନ୍ତି ତାହା ଦେଖିବାକୁ ମିଳିଛି। ଭିଡିଓଟିକୁ ଟ୍ବିଟର୍‌ରେ ସେୟାର୍‌ କରିଛନ୍ତି ରାଜ୍ୟସଭା ସାଂସଦ ପରିମଲ ନଥୱାନି।

ସେ ଭିଡିଓଟିକୁ ସେୟାର୍‌ କରି ଲେଖିଛନ୍ତି ଯେ ଏହି ଭିଡିଓରେ ଦେଖିବାକୁ ମିଳିଛି ଜଣେ ସିଂହ ଓ ତାର ଦୁଇ ଛୁଆ ଜଣେ ବାଇକ୍‌ ଚାଳକଙ୍କୁ ବାଟ ଛାଡ଼ି ଦେଇଛନ୍ତି। ସେମାନଙ୍କୁ ଅନେକ ସମ୍ମାନ।

୩୬ ସେକେଣ୍ଡର୍‌ ଏହି ଭିଡିଓଟିକୁ ରାଜସ୍ଥାନର କଚା ରୋଡ୍‌ରୁ ସୁଟ୍‌ କରାଯାଇଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ୩ ସିଂହ ରାସ୍ତାରେ  ଦଳ ହୋଇ ଯାଉଥିବା ବେଳେ ସାମ୍ନାରୁ ବାଇକ୍‌ ଚଳାଇ ଜଣେ କୃଷକ ଆସୁଛନ୍ତି। ସିଂହମାନେ ବାଇକ୍‌ ଚାଳକଙ୍କୁ ବାଟ ଛାଡ଼ି ଦେଇ ନିଜେ କଡ଼କୁ ପଳାଉଛନ୍ତି।

ଏହି ଭିଡିଓଟି ଆଇଏଏସ୍‌ ଅଧିକାରୀ ସୁଶାନ୍ତ ନନ୍ଦ ସେୟାର୍‌ କରି ଲେଖିଛନ୍ତ, ‘ଆମ ଦେଶ ଏକ ସଭ୍ୟ ଦେଶ। ଆମ ଦେଶର ସିଂହ ବି ସଭ୍ୟ।’

ଭିଡିଓଟି ଟ୍ବିଟର୍‌ରେ ସେୟାର୍‌ ହେବା ପରେ ଘଣ୍ଟାକ ଭିତରେ ଶହ ଶହ ଲୋକ ଏହାକୁ ସେୟ‌ାର ଓ ରି-ଟ୍ବିଟ୍‌ କରିଛନ୍ତି।

ସମ୍ବନ୍ଧିତ ଖବର