ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ ଦେଖିବାକୁ ମିଳିଛି ଏକ ବିରଳ ଟ୍ରଫିକ୍ ଜାମ୍। ଏମିତି ଏକ କାରଣ ଲାଗି ଟ୍ରାଫିକ୍ ଜାମ୍ ହୋଇଛି, ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।
ମାଳମାଳ ସିଂହ ରାସ୍ତା ଉପରେ ଯିବାଆସିବା କରିବା ହେତୁ ଅଟକି ଯାଇଛି ଯାନବାହନ। ଏପରି ଘଟଣା ଘଟିଛି ଦକ୍ଷିଣ ଆଫ୍ରିକାର କ୍ରୁମେର୍ ନ୍ୟାସନାଲ୍ ପାର୍କରେ। ବିଶ୍ୱର ଏକ ପ୍ରସିଦ୍ଧ ସିଂହ ସଫାରି ଭାବେ ପରିଚିତି ଏହି ଅଭୟାରଣ୍ୟରେ ଘଟିଥିବା ଏହି ଘଟଣାକୁ ଜଣେ ଦେଖଣାହାରୀ ଟୁଇଟ୍ କରିବା ପରେ ଏହାର ଭିଡ଼ିଓ ଭାଇରାଲ୍ ହୋଇ ଯାଇଥିଲା।
Just your average traffic jam in South Africa ? pic.twitter.com/ieCe2rev1v
— CBS News (@CBSNews) January 10, 2019
ସେ ଟୁଇଟ୍ କରି ଲେଖିଥିଲେ -‘ସାଉଥ୍ ଆଫ୍ରିକାରେ ଦେଖାଯାଇଥିବା ଏକ ସାଧାରଣ ଟ୍ରାଫିକ୍ ଜାମ୍’।
ଆଶ୍ଚର୍ଯ୍ୟର କଥା ହେଉଛି, ଗାଡିଘୋଡା ଅଟିକି ରହିଥିଲେ ମଧ୍ୟ ସିଂହମାନେ ତିଳେ ମାତ୍ର ବିଚଳିତ ହେବା ଦେଖିବାକୁ ମିଳି ନ ଥିଲା। ସିଂହମାନେ ତାଙ୍କ ରାସ୍ତାରେ ସ୍ବଚ୍ଛନ୍ଦରେ ଯାଉଥିଲେ। ଏହି ଭିଡ଼ିଓକୁ ବହୁ ଲୋକ ଶେୟାର କରିବା ସହ ସୋସିଆଲ୍ ମିଡିଆରେ ଟିପ୍ପଣୀ ମଧ୍ୟ କରିଥିଲେ। ବିଶେଷ କରି ପ୍ରାଣୀ ପ୍ରେମୀମାନେ ଏହାକୁ ବେଶ୍ ପସନ୍ଦ କରିଛନ୍ତି।