ଦୀର୍ଘ ଦୁଇ ବର୍ଷ ପରେ ଫ୍ଲିପକାର୍ଟରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ !

ନୂଆଦିଲ୍ଲୀ : ଦୀର୍ଘ ଦୁଇ ବର୍ଷ ପରେ ଦଶର ବଡ଼ ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟରେ ଚାକିରି କରିବାର ସୁଯୋଗ ଆସିଛି। ଦୁଇ ବର୍ଷ ମଧ୍ୟରେ କମ୍ପାନୀରେ ୭୦୦ ପଦବୀ ପଦବୀ ଖାଲି ପଡିଛି। ସୂଚନା ଅନୁସାରେ ପ୍ରାୟ ସମସ୍ତ ଚାକିରି ଆଇଟି ଓ ଟେକ୍ନୋଲୋଜି ବିଭାଗରେ ଖାଲି ରହିଛି। ଏକ ସର୍ବେକ୍ଷଣ ଅନୁସାରେ ଭାରତୀୟମାନେ Directi, Flipkart ଓ Paytmରେ ଚାକିରି କରିବା ପାଇଁ ଅଧିକ ପସନ୍ଦ କରନ୍ତି।

ଦୀର୍ଘ ଦୁଇ ବର୍ଷ ପରେ ଏହି ସୁଯୋଗ ମିଳିଥିବାରୁ ହାତଛଡ଼ା କରିବା ପାଇଁ କେହି ଚାହିଁବେ ନାହିଁ। ଏହାପୂର୍ବରୁ କମ୍ପାନୀ ୧୫୦୦ ପଦବୀ ପାଇଁ ଆବେଦନ ମାଗିଥିଲା। କମ୍ପାନୀର ଯେଉଁ ବିଭାଗ ପାଇଁ ନିଯୁକ୍ତ ସୁଯୋଗ ଦେଇଛି, ସେଥିରେ ଅଧିକ ଆଇଟି ଓ ଟେକ୍ନୋଲୋଜି ବିଭାଗ ସାମିଲ ରହିଛି। ଡାଟା ସାଇଣ୍ଟିଂଷ୍ଟ, ୟୁଆଇ ଓ ୟୁଏକ୍ସ ଡ଼ିଜାଇନର୍ସ, ପ୍ରଡ଼କ୍ଟ ଇଞ୍ଜିନିୟର, ଟେକ୍‌ ପ୍ରୋଡ଼ଭା ମ୍ୟାନେଜର, ସପ୍ଟଟୱର ଡ଼େଭଲୋପର, ଆଇଟି ଇନଫ୍ରାଷ୍ଟକଚର, ସର୍ଭିସ ଡେଲିଭରି ଓ ଆଇଟି ଆପ୍ଲିକେସେନ ସାମିଲ ରହିଛି।

ମିଡ଼ିଆ ରିପୋର୍ଟି ଅନୁସାରେ କମ୍ପାନୀ ପରିବର୍ତ୍ତନ ପାଇଁ ପ୍ରୟାସ ଜାରି ରଖିଛି । ଆଉ ଏବେ ଆର୍ଟିଫିସିଆଲ୍‌ ଇଣ୍ଟିଲଇଜେନ୍‌ସ ଉପରେ ରହିଛି କମ୍ପାନୀର ନଜର। ଆଉ ଏଥିସହତ ଜଡ଼ିତ ପଦବୀ ଖାଲି ରହିଛି। କମ୍ପାନି ବିଗତ ବର୍ଷ ଆଇଆଇଟି ଓ ଆଇଆଇଏମ ପରିବର୍ତ୍ତେ ଅନ୍ୟ ସଂସ୍ଥାନ ଠାରୁ ପ୍ଲେସମେଂଟ କରିଥିଲେ।

ସମ୍ବନ୍ଧିତ ଖବର