ଓଠର ଆକୃତିରୁ ଜାଣନ୍ତୁ ବ୍ୟକ୍ତିଙ୍କର ସ୍ୱଭାବ

ଆମ ସମାଜରେ ବିଭିନ୍ନ ଧରଣର ମଣିଷ ଅଛନ୍ତି । ଅଧିକାଂଶ ଲୋକଙ୍କର ଶାରୀରିକ ଗଠନ ବି ଭିନ୍ନ ଭିନ୍ନ । କାହାର ଆଖି ବଡ଼ ତ ପୁଣି କାହାର ନାକ ଛୋଟ ପୁଣି କାହାର ଓଠ ପତଳା ତ ପୁଣି କାହାର ମୋଟା। ଆସନ୍ତୁ ଜାଣିବା ଓଠର ଆକୃତି କିଭଳି ହୋଇଥିଲେ ଉକ୍ତ ବ୍ୟକ୍ତିଙ୍କର ସ୍ୱଭାବ କିପରି ହୋଇଥାଏ…

photo-speakingtree

ଯେଉଁମାନଙ୍କର ଓଠର ଆକୃତି ବଡ଼, ସେମାନେ ଚୁପ୍‌ ରହି ପାରନ୍ତି ନାହିଁ । ସେମାନେ ସବୁବେଳେ କଥା କହିବାକୁ ଚାହାଁନ୍ତି । ସେହି ବ୍ୟକ୍ତି କୌଣସି ଗ୍ରୁପ୍‌ରେ ଥିଲେ ଭଲ ସହଯାତ୍ରୀ ବା ସହଯୋଗୀ ହୋଇପାରନ୍ତି । ତେବେ ଯଦି ଆପଣ ଜଣେ ଭଲ ଶ୍ରୋତା ହୋଇ ନଥିବେ, ତେବେ ସେହି ବ୍ୟକ୍ତି ବିରକ୍ତ ହୁଅନ୍ତି ଏବଂ କଥା କହିବା ବନ୍ଦ କରି ଦିଅନ୍ତି । ଏମାନଙ୍କର କୌଣସି କଥା ପେଟରେ ରହେ ନାହିଁ ।

 

ଯେଉଁ ପୁରୁଷ ବା ମହିଳାଙ୍କର ଓଠର ଆକୃତି ଛୋଟ, ସେ ଅପେକ୍ଷାକୃତ କମ୍‌ କଥା କହିବାକୁ ପସନ୍ଦ କରନ୍ତି । ସେ ନିଜର ବ୍ୟକ୍ତିଗତ ଜୀବନକୁ ଅନ୍ୟମାନଙ୍କ ସହ ସେଆର୍‌ କରନ୍ତି ନାହିଁ । ଏପରିକି ନିଜର ମନୋଭାବ ଓ ସମ୍ବେଦନାକୁ ବି ନିଜ ଭିତରେ ଚାପି ଧରନ୍ତି । ଏମାନେ ଗୋପନୀୟତାକୁ ବର୍ଷ ବର୍ଷ ଧରି ରଖିପାରନ୍ତି । ପତଳା ଓଠ ଥିବା ଲୋକେ ଖୁବ୍‌ ସତର୍କ ଓ ସେମାନେ ଆଦୌ ରିସ୍କ ଉଠାଇବାକୁ ଚାହାଁନ୍ତି ନାହିଁ ।

photo-speakingtree

ଯେଉଁମାନଙ୍କ ଓଠର ଉପର ଓ ତଳ ଭାଗ ସମାନ ଥାଏ, ସେମାନଙ୍କୁ ସନ୍ତୁଳିତ ଓଠ ଥିବା ବ୍ୟକ୍ତି ବୋଲି କୁହାଯାଇଥାଏ । ଏମାନେ ସହଜରେ ଅନ୍ୟ ଲୋକଙ୍କ ସହିତ ମିଶି ଯାଆନ୍ତି, ମାତ୍ର ସନ୍ତୁଳନ ରକ୍ଷା କରିବାରେ ଧୁରନ୍ଧର । ଏମାନେ ଆଶାବାଦୀ । ଯେଉଁମାନଙ୍କର ଓଠର ଲିପ୍‌ ଲାଇନ୍‌ ନିମ୍ନଗାମୀ, ସେମାନେ ଜୀବନରେ ସହଜରେ ଆଗକୁ ବଢିପାରନ୍ତି ନାହିଁ, ମାତ୍ର ଯେଉଁମାନଙ୍କ ଲିପ୍‌ ଲାଇନ୍‌ ଉପରକୁ ଥାଏ, ସେମାନେ ଏହାର ବିପରୀତ ଧର୍ମୀ ହୋଇଥାଆନ୍ତି ।

ସମ୍ବନ୍ଧିତ ଖବର