ଯେତେ କ୍ଷୁଦ୍ର ହେଉ ପଛକେ, ଉଦ୍ଭିଦର ରୂପ ସବୁବେଳେ କଠିନ ହୋଇଥାଏ। ମାତ୍ର ସର୍ବିଆର ବୈଜ୍ଞାନିକମାନେ ଏବେ ଏକ ପ୍ରକାରର ତରଳ ଉଦ୍ଭିଦ ଉଦ୍ଭାବନ କରିଛନ୍ତି। ଅଣୁ ଜ୍ଞାନକୌଶଳ ପ୍ରୟୋଗରେ ବେଲଗ୍ରେଡ୍ ବିଶ୍ବବିଦ୍ୟାଳୟର ବୈଜ୍ଞାନିକମାନେ ନୂଆ ଧରଣର ତରଳ ଉଦ୍ଭିଦ ସୃଷ୍ଟି କରିଛନ୍ତି ଯେଉଁଥିରେ ପ୍ରାକୃତିକ କାଠର ଅବିକଳ ଗୁଣ ସବୁ ଭରି ରହିଛି। ଉଦ୍ଭିଦ କୋଷରେ ରହିଥିବା ଅଣୁତନ୍ତୁ ସଦୃଶ ସେଲୁଲୋଜ ଅଣୁତନ୍ତୁ ଉପଯୋଗରେ ଏହି ଉଦ୍ଭିଦକୁ ବିକଶିତ କରାଯାଇଛି। ତେଣୁ ନିର୍ମାଣ କାର୍ଯ୍ୟଠାରୁ ଆରମ୍ଭ କରି ଶକ୍ତି ଉତ୍ପାଦନ ଯାଏ ବିଭିନ୍ନ କାର୍ଯ୍ୟରେ ଏହାର କାଠସମ ବିନିଯୋଗ ହୋଇପାରିବ।
ଏହାର ପ୍ରମୁଖ ସୁବିଧା ହୋଲା, ଏହା ତରଳ ପଦାର୍ଥ ପରି ଯେକୌଣସି ଆକୃତି ବା ଆକାର ସହିତ ଖାପ ଖୁଆଇ ରହିପାରିବ। ତେଣୁ ତାହା ବହୁମୁଖୀ ବ୍ୟବହାର ପାଇଁ ଅନୁକୂଳ। ଏହାର ଅନ୍ୟ ଏକ ସମ୍ଭାବ୍ୟ ଗୁରୁତ୍ବପୂର୍ଣ୍ଣ ପ୍ରୟୋଗ ରହିଛି ଶକ୍ତି କ୍ଷେତ୍ରରେ। ଏହାକୁ ତିଆରି କରିବାରେ ବ୍ୟବହୃତ ଅଣୁତନ୍ତୁଗୁଡ଼ିକ ଅତ୍ୟନ୍ତ ସୁପରିବାହୀ ହୋଇଥିବାରୁ ସେଗୁଡ଼ିକ ଉଚ୍ଚ କ୍ଷମତାସଂପନ୍ନ ବ୍ୟାଟେରି ଓ ଅନ୍ୟାନ୍ୟ ଶକ୍ତି ସଂରକ୍ଷଣ ଉପକରଣ ନିର୍ମାଣରେ ବ୍ୟବହାର ହୋଇପାରିବେ। ଅନ୍ୟାନ୍ୟ ଅକ୍ଷୟ ଶକ୍ତି ପ୍ରଯୁକ୍ତି ସୃଷ୍ଟି ପାଇଁ ତରଳ ଉଦ୍ଭିଦକୁ ବ୍ୟବହାର କରାଯାଇପାରିବ। ତେବେ ସବୁଠୁ ବଡ଼ କଥା ହେଲା, ଜଙ୍ଗଲ ଓ କୃଷି ଉଦ୍ୟୋଗରୁ ମିଳୁଥିବା ଆବର୍ଜନା ସାମଗ୍ରୀ ପରି ନାନା ଉଦ୍ଭିଦଜାତ ଉପାଦାନରୁ ପ୍ରସ୍ତୁତ ସବୁଜ ରଙ୍ଗର ତରଳ ଉଦ୍ଭିଦ ଅତ୍ୟନ୍ତ ସ୍ଥାୟୀ ଏବଂ ଭବିଷ୍ୟତରେ ପରିବେଶ ଅନୁକୂଳ ବସ୍ତୁର ବିକଳ୍ପ ଭାବେ ଉଭା ହୋଇପାରିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/654d65456ggdgdggd.jpg)