‘ଜୀବନ ସାରା ପାଠ ପଢ଼ି ବୁଢ଼ା ହେଇଯିବି’ କହି ପାଠ ପଢ଼ିବିନି କହୁଥିବା କୁନି ପିଲାର ଭିଡିଓ ଭାଇରାଲ୍‌

ନୂଆଦିଲ୍ଳୀ: ସୋସିଆଲ୍‌ ମିଡିଆରେ ବିଭିନ୍ନ ପ୍ରକାରର ଭିଡିଓ ଭାଇରାଲ୍‌ ହେବାର ଆପଣ ଦେଖିଥିବେ। ଏପରି କିଛି ଭିଡିଓ ଅଛି, ଯାହାକୁ ଦେଖିବା ପରେ ଆପଣଙ୍କ ମନ ଏକଦମ ହାଲୁକା ହୋଇଯିବ। ସୋସିଆଲ୍‌ ମିଡିଆରେ ଆପଣ ଅନେକ ଛୋଟ ଛୁଆଙ୍କ ଭିଡିଓ‌ ଦେଖିଥିବେ। ନିକଟରେ ବି ଜଣେ ଶିଶୁର ଭିଡିଓ ସୋସିଆଲ୍‌ ମିଡିଆ‌ରେ ଭାଇରାଲ୍‌ ହୋଇଛି। ଭାଇରାଲ୍‌ ଭିଡିଓରେ ଛୁଆଟିର ସରଳତା ଦେଖି ଆପଣ ହସି ହସି ବେଦମ୍‌ ହୋଇଯିବେ।

ଟ୍ବିଟର୍‌ରେ ସେୟାର୍‌ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ କୁନି ପିଲାଟିଏ କାନ୍ଦ କାନ୍ଦ ଆଖିରେ ଅନେଇଛି। ପିଲାଟି ପାଠ ପଢ଼ିବନି ବୋଲି କହୁଥିବା ସହ ସେ ପାଠ ପଢ଼ିବାକୁ କାହିଁକି ଚାହୁଁନାହିଁ ତାହାର କାରଣ କହୁଛି। ଯେତେବେଳେ ଭିଡିଓରେ କୁନି ପିଲାର ମାଆ କହୁଛନ୍ତି ଯେ ତୁ କାହିଁକି ପଢିବୁନି ବୋଲି ସେତେବେଳେ ପିଲାଟି ଉତ୍ତର ଦେଉଛି, ‘ଜୀବନ ଯାକ ପାଠ ପଢ଼ି ପଢ଼ି ବୁଢ଼ା ହେଇଯିବି।’

 

ଏହି ଭିଡିଓଟିକୁ ଟ୍ବିଟର୍‌ରେ ଜିନ୍ଦେଗୀ ଗୁଲ୍‌ଜାର ହୈ ପେଜ୍‌ରେ ପୋଷ୍ଟ୍‌ କରାଯାଇଛି। ଭିଡିଓଟିର ଏବେ ସୁଦ୍ଧା ୫୦୬ ହଜାର ଭିୟୁ ହୋଇ ସାରିଲାଣି। ତେବେ ପିଲାଟିର ଏହି କଥାକୁ ଅନେକ ବ୍ୟବହାରକାରୀ ଉଚିତ ବୋଲି ମଧ୍ୟ କହିଛନ୍ତି।

ଅନେକ ବ୍ୟବହାରକାରୀ କମେଣ୍ଟ୍‌ରେ ଲେଖିଛନ୍ତି ଯେ ପିଲାଟି ଏକ୍‌ଦମ୍ ଠିକ୍‌ କଥା କହୁଛି। କେହି କେହି ଲେଖିଛନ୍ତି ହଁ ଆମ ସହିତ ବି ଏପରି ଘଟିଛି।

ସମ୍ବନ୍ଧିତ ଖବର