ନୂଆଦିଲ୍ଲୀ: ପିଲାମାନଙ୍କ ପାଇଁ ବାପା ଓ ମା’ଙ୍କ ବାହାଘରର ଭିଡିଓ ଦେଖିବା ମଜାର କଥା ହୋଇଥାଏ। ବାପା ଓ ମା’ଙ୍କ ବାହାଘରର ଭିଡିଓ ଦେଖୁଥିବା ବେଳେ ଛୋଟ ପିଲାମାନଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରିଥାଏ। ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

Advertisment

ଏହି ଭାଇରାଲ ଭିଡିଓରେ ଜଣେ କୁନି ପୁଅ ତାଙ୍କ ବାପା ଓ ମା’ଙ୍କ ବାହାଘର ଭିଡିଓ ଦେଖିବା ପରେ ମଜାଳିଆ ପ୍ରତିକ୍ରିୟା ଦେଇଛନ୍ତି। ଏହି ଘଟଣାର ଭିଡିଓକୁ ଡିଜିଟାଲ କଣ୍ଟେଣ୍ଟ କ୍ରିଏଟର ମାନସି ଅଗ୍ରୱାଲ ସେୟାର କରିଛନ୍ତି। ଏହି ଭିଡିଓକୁ ଦୁଇ ଲକ୍ଷରୁ ଅଧିକ ଥର ଦେଖା ଯାଇସାରିଲାଣି।

ଉକ୍ତ ଭିଡିଓରେ ଶିଶୁ ଜଣକ ତାଙ୍କ ବାପା ଓ ମା’ଙ୍କ ବିବାହ ସମୟର ସଙ୍ଗୀତ କାର୍ଯ୍ୟକ୍ରମକୁ ଦେଖୁଛି। ଏହି ଯୋଡ଼ିଙ୍କୁ ସିନେମା ରେସ -୨ ଗୀତରେ ନୃତ୍ୟ କରୁଥିବା ଦେଖିବାକୁ ମିଳୁଛି। ଶିଶୁଜଣକ ଏହି ଭିଡିଓକୁ ଦେଖି ତାଙ୍କ ବାପା ଓ ମା’ଙ୍କୁ କହୁଛନ୍ତି କି, ‘ଆରେ ତୁମେ ଦୁଇଜଣ ଏବେ ବି ସେମିତି ଲାଗୁଛ। ଯେମିତି ଭିଡିଓରେ ଦେଖାଯାଉଛ।’

ତେବେ ଶିଶୁଙ୍କ ଏଭଳି ପ୍ରତିକ୍ରିୟାକୁ ସୋସିଆଲ ମିଡିଆ ବ୍ୟବହାରକାରୀ ପସନ୍ଦ କରିଥିବା ‌ବେଳେ ଅନ୍ୟ କେତେଜଣ ବାପା ଓ ମା’ ଶିଶୁଙ୍କୁ ଦେଇଥିବା ସଂସ୍କାରକୁ ନେଇ ପ୍ରଶ୍ନ କରିଛନ୍ତି କି ଶିଶୁ ଜଣକ ତୁମ ଦୁଇଜଣଙ୍କୁ ବାପା-ମା’ ନକହି ତୁ ବୋଲି କହୁଛି। ଆପଣମାନେ ତାକୁ କ’ଣ ଶିଖାଇ ନାହାନ୍ତି ବଡ଼ ଲୋକଙ୍କୁ ଆପଣ ବୋଲି କୁହାଯାଏ।