ପାଠ କରି ନଥିବାରୁ ଶିକ୍ଷୟିତ୍ରୀଙ୍କୁ ଶିଶୁ କିଭଳି ଉତ୍ତର ଦେଉଛି ଦେଖନ୍ତୁ

ନୂଆଦିଲ୍ଲୀ: ଛୋଟ ପିଲାମାନଙ୍କର ଅନେକ ମଜାଦାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ଅନେକ ଥର ସେମାନେ ସେମାନଙ୍କର ବିଦ୍ୟାଳୟରେ ମଜାଳିଆ କାମ କରିଥିବା ଘଟଣା ଚର୍ଚ୍ଚାକୁ ଆସିଥିବା ବେଳେ ସମୟସମୟରେ ସେମାନେ ପିତାମାତାଙ୍କୁ କିପରି ହଇରାଣ କରୁ ଥାଆନ୍ତି ତାହାର ଭିଡିଓ ଦେଖିବାକୁ ମିଳିଥାଏ। ଏହି କ୍ରମରେ ନିକଟରେ ଜଣେ ଛୋଟ ପିଲାର ଭିଡିଓ ଭାଇରାଲ ହୋଇଛି। ଏଥିରେ ସେ ତାର ଶିକ୍ଷୟିତ୍ରୀଙ୍କୁ ପ୍ରଶଂସା କରୁଥିବା ଦେଖିବାକୁ ମିଳୁଛି।

ବାସ୍ତବରେ ଏହି ଭିଡିଓକୁ ଟୁଇଟରରେ ସୁନୀଲ ନାମକ ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ସେୟାର କରିଛନ୍ତି। ଏହି ଭିଡିଓଟି ପୁରୁଣା କିନ୍ତୁ ନିକଟରେ ଏହା ପୁଣିଥରେ ଭାଇରାଲ ହେବାରେ ଲାଗିଛି। ଲୋକମାନେ ଏହି ଭିଡିଓକୁ ଦେଖିବା ସହିତ ବହୁତ ସେୟାର ବି କରୁଛନ୍ତି । ଏହି ଭିଡିଓର କ୍ୟାପସନରେ ଦିଆଯାଇଛି ଯେ, ‘ ଯେତେବେଳେ ତୁମେ  ହୋମୱାର୍କ କରି ନଥିବ, ଏଭଳି ଉପାୟ ଆପଣାଇ ବଞ୍ଚି ଯାଇ ପାରିବ।’

ଏହି ଭିଡିଓରେ ଦେଖାଯାଉଛି ଯେ ଜଣେ ଛୋଟ ପିଲା ତାଙ୍କ ଶିକ୍ଷୟିତ୍ରୀଙ୍କୁ ପ୍ରଶଂସା କରୁଛି । ସେ କହୁଛି,‘ ତୁମେ ବହୁତ ସୁନ୍ଦର ଶାଢ଼ି ପିନ୍ଧି ଆସିଛ ଏବଂ ତୁମେ ମୋର ପ୍ରିୟ ଶିକ୍ଷୟିତ୍ରୀ ।’

ପାଠ କରି ନଥିବାରୁ ଶିକ୍ଷୟିତ୍ରୀଙ୍କୁ ଛୋଟ ପିଲାର ଏଭଳି ଉତ୍ତର ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ବେଶ ପ୍ରଶଂସା କରିଛନ୍ତି।

 

 

ସମ୍ବନ୍ଧିତ ଖବର