ପାଣ୍ଡାକୁ ଦେଖିବାକୁ ଯାଇଥିବା ବେଳେ ତଳକୁ ଖସି ପଡ଼ିଲେ ଶିଶୁ କନ୍ୟା, ଭିଡିଓରେ ଦେଖନ୍ତୁ କିଭଳି ଭାବରେ ବଞ୍ଚାଇଲେ ସିକ୍ୟୁରିଟି ଗାର୍ଡ

ନୂଆଦିଲ୍ଲୀ : ଚୀନ୍‌ର ସିଚୁଆନ୍‌ରେ ଘଟିଥିବା ଘଟଣାକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଛି । ସିଚୁଆନ୍‌ରେ ଥିବା ପାଣ୍ଡା ବ୍ରିଡିଙ୍ଗ ସେଣ୍ଟରରେ ଜଣେ ଶିଶୁ ସହ ଯେଉଁ ହୃଦୟ ଥରାଇବା ଭଳି ଘଟଣା ଘଟିଥିଲା ତାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ସୂଚନା ମୁତାବକ, ନିଜ ପରିବାର ସହ ଶିଶୁଟି ପାଣ୍ଡାକୁ ଦେଖିବା ପାଇଁ ଯାଇଥିବା ବେଳେ ଭଲ ଭାବରେ ଦେଖିବା ପାଇଁ ସେ ଲାଗିଥିବା ଜାଲି ଉପରକୁ ଉଠିଥିଲା । ଏହି ସମୟରେ ନିୟନ୍ତ୍ରଣ ହରାଇ ତଳକୁ ଖସି ପଡ଼ିବା ପରେ ଉପସ୍ଥିତ ଥିବା ଲୋକେ ଭୟଭୀତ ହେବା ସହ ସାହାଯ୍ୟ ପାଇଁ ଚିତ୍କାର କରି ଲାଗିଥିଲେ । ଲୋକମାନଙ୍କ ପାଟି ଶୁଣି ସେଠାରେ ପହଞ୍ଚିଥିଲେ ସୁରକ୍ଷା କର୍ମୀ । ସେମାନେ ପ୍ରଥମେ ଏକ ବାଡି ସାହାଯ୍ୟରେ ଶିଶୁଟିକୁ ବାହାରକୁ ଆଣିବା ପାଇଁ ଚେଷ୍ଟା କରିଥିବା ବେଳେ ତାହା ସମ୍ଭବ ହୋଇ ନ ଥିଲା । ପରେ ଜଣେ ସୁରକ୍ଷା କର୍ମୀ ତଳକୁ ନଇଁ ଶିଶୁ କନ୍ୟାର ହାତ ଧରି ଉପରକୁ ଆଣିଥିଲେ । ଏହି ସମୟରେ ଦୃଶ୍ୟକୁ ସେଠାରେ ଥିବା ଲୋକେ ରେକର୍ଡ କରିବା ସହ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଏହାଏବେ ଭାଇରାଲ ହେବାରେ ଲାଗିଛି । ଉଦ୍ଧାର କରାଯାଇଥିବା ଶିଶୁଟି ସମ୍ପୂର୍ଣ୍ଣ ସୁସ୍ଥ ଥିବା ସୂଚନା ମିଳିଛି ।

ସମ୍ବନ୍ଧିତ ଖବର