ଦୌଡ଼ି ଆସି କୁନି ହାତରେ ସ୍ୟାଲୁଟ ମାରିଲା ଶିଶୁ, ଖୁସି ହୋଇ ପୁଲିସ ଅଧିକାରୀ ଦେଲେ ପ୍ରତି ସ୍ୟାଲୁଟ

ନୂଆଦିଲ୍ଲୀ: ନିକଟରେ କେରଳ ପୁଲିସ ଅଧିକାରୀଙ୍କ ପ୍ରୋଫାଇଲ ଦ୍ବାରା ଇନଷ୍ଟାଗ୍ରାମ ଓ ଟୁଇଟରରେ ଏକ ଭିଡିଓ ପୋଷ୍ଟ କରାଯାଇଛି। ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି।

ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି, ଜଣେ ପୁଲିସ ଅଧିକାରୀ ଗାଡ଼ି ପାଖରେ ଛିଡ଼ା ହୋଇଛନ୍ତି। ଏତିକି ବେଳେ ତାଙ୍କ ପାଖକୁ ଜଣେ ଶିଶୁ ଦୌଡ଼ି ଆସୁଛି। ଆଉ ମୁଣ୍ଡ ଉପରକୁ କରି ପୁଲିସ ଅଧିକାରୀଙ୍କୁ ସ୍ୟାଲୁଟ ମାରୁଛି। ଶିଶୁର ଏଭଳି ସମ୍ମାନ ଦେଖି ପୁଲିସ ଅଧିକାରୀ ଶିଶୁ ସ୍ୟାଲୁଟର ପ୍ରତି ସ୍ୟାଲୁଟ ବି ଦେଇଥିଲେ। ଏଥିରେ ଶିଶୁ ଜଣକ ଲାଜ କରି ଘଟଣାସ୍ଥଳରୁ ଚାଲି ଯାଇଥିଲା।

ତେବେ ଘଟଣାସ୍ଥଳରେ ଉପସ୍ଥିତ ଥିବା କେହି ଜଣେ ପୁଲିସ ଅଧିକାରୀ ଓ ଶିଶୁଙ୍କ ଏହି ହୃଦୟସ୍ପର୍ଶୀ ଘଟଣାର ଭିଡିଓକୁ କ୍ୟାମେରାରେ ‌କୈଦ କରି ନେଇଥିଲେ। ଭିଡିଓଟି ସୋସିଆଲ ମିଡିଆରେ ପୋଷ୍ଟ ହେବାପରେ ‌ଲୋକେ ବହୁ ଭଲ ପାଇବା ଦେବା ସହିତ  ଭିଡିଓକୁ ସେୟାର ବି କରିଛନ୍ତି।

 

 

View this post on Instagram

 

A post shared by Kerala Police (@kerala_police)

ନିକଟରେ କିଛି ପୁଲିସ ଅଧିକାରୀଙ୍କ କାମକୁ ନେଇ ବେଶ ପ୍ରଶଂସା କରାଯାଉଛି। ପରୀକ୍ଷା ଚାଲିଥିବା ବେଳେ ପୁଲିସ କର୍ମଚାରୀମାନେ ଅନେକ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ  ଠିକ ପରୀକ୍ଷାକେନ୍ଦ୍ରରେ ନିଶ୍ଚିତ ସମୟ ମଧ୍ୟରେ ପହଞ୍ଚାଇଥି‌ଲେ। ଏଥିସହିତ ହୋଲି ଦିନ ଯାନବାହାନ ଚାଲୁ ନଥିବା ବେଳେ ଜଣେ ପୁଲିସଅଧିକାରୀ ତାଙ୍କ ଗାଡ଼ିରେ ବୃଦ୍ଧ ଦମ୍ପତିଙ୍କୁ ବସାଇ ଘରେ ପହଞ୍ଚାଇଥିବା ଖବର ବି ସାମ୍ନାକୁ ଆସିଥିଲା।

 

 

ସମ୍ବନ୍ଧିତ ଖବର