ଆଇସ୍‌କ୍ରିମ୍‌ ବିକାଳିଙ୍କ ମଜାକ୍‌କୁ ସହି ପାରିଲେନି କୁନି ଝିଅ, କଲେ ଏପରି କାମ

ନୂଆଦିଲ୍ଲୀ: ଯଦି ଆପଣ ସୋସିଆଲ୍‌ ମିଡିଆରେ ସକ୍ରିୟ ଥିବେ ତ ଅନେକ ଧରଣର ଭିଡିଓ ଦେଖୁଥିବେ। ସେଥିମଧ୍ୟରୁ କିଛି ପ୍ରେରଣାଦାୟକ ଭିଡିଓ ଦେଖିଥିବେ ତ ପୁଣି କିଛି ମନୋରଞ୍ଜଧର୍ମୀ ଭିଡିଓ ବି ଦେଖୁଥିବେ। ମାତ୍ର ନିକଟରେ ଏକ ଭିଡିଓ ଭାଇରାଲ୍‌ ହୋଇଛି, ଯାହାକୁ ଦେଖିବା ପରେ ଆପଣ ନିଜ ହସ ରୋକିପାରିବେ ନାହିଁ।

ଭିଡିଓରେ ଜଣେ କୁନି ଝିଅର ସରଳତା ଦେଖିବାକୁ ମିଳିଛି। ଭିିଡିଓରେ ତୁର୍କୀର ଜଣେ ଆଇସ୍‌କ୍ରିମ୍‌ ବିକାଳି ନଜର ଆସିଛନ୍ତି। ସେ ତାଙ୍କ ଗ୍ରାହକମାନଙ୍କୁ ଏକ ନିଆରା ଅନ୍ଦାଜରେ ମଜା କରି କରି ଆଇସ୍‌କ୍ରିମ୍‌ ବିକ୍ରି କରିଥାନ୍ତି। ଆଇସ୍‌କ୍ରିମ୍‌ ବିକାଳି ଜଣକ କୋନ୍‌ରେ ଆଇସ୍‌କ୍ରିମ୍‌ ଭରନ୍ତି। ତାହାକୁ ଗ୍ରାହକଙ୍କ ହାତ ଆଡ଼େ ବଢ଼ାନ୍ତି। ମାତ୍ର ଗ୍ରାହକ ଧରିବାକୁ ହାତ ନେବା ବେଳେ ସେ ପୁଣି ନେଇଯାନ୍ତି।

 

ଏପରି ବିକାଳିଙ୍କୁ ହୁଏତ ଆପଣ ବି କେଉଁ ସ୍ଥା‌ନରେ ଦେଖିଥିବେ। ଏହିପରି ଆଇସ୍‌କ୍ରିମ୍‌ କିଣାର ମଜା ଅଧିକାଂଶ ଲୋକ ନେବାକୁ ପସନ୍ଦ ବି କରନ୍ତି। ମ‌ାତ୍ର ଭିଡିଓରେ ଦୃଶ୍ୟମାନ ହେଉଥିବା କୁନି ଝିଅଙ୍କୁ ବିକାଳିଙ୍କ ଏହି ଶୈଳୀ ଆଦୌ ପସନ୍ଦ ଆସିନାହିଁ। ସେ ଆଇସ୍‌କ୍ରିମ୍‌ ବାଲା ଉପରେ ରାଗି ଯାଇ ଧରିଥିବା କୋନ୍‌କୁ ଆଇସ୍‌କ୍ରିମ୍‌ ବିକାଳିଙ୍କ ଉପରକୁ ଫିଙ୍ଗୁଥିବାର ଦେଖିବାକୁ ମିଳିଛି। ଖାଲି ସେତିକି ନୁହେଁ କୁନି ଝିଅଟି ରାଗି ଯାଇ କାନ୍ଦୁଥିବାର ବି ଦେଖିବାକୁ ମିଳିଛି। ଏହି ଭିଡିଓଟିକୁ ଦେଖିବା ପରେ କିଛି ସୋସିଆଲ୍‌ ମିଡିଆ ବ୍ୟବହାରକାରୀ କୁନି ଝିଅଟିକୁ କନ୍ଦା ଯାଉଥିବାରୁ ଏହାକୁ ନାପସନ୍ଦ କରିଛନ୍ତି।

ସମ୍ବନ୍ଧିତ ଖବର