ବିଶ୍ୱବିଦ୍ୟାଳୟ ପରିସରରେ ରହୁଛନ୍ତି ଜୀବନ୍ତ ସି˚ହ

ଯୁକ୍ତରାଷ୍ଟ୍ର ଆମେରିକା ଅନ୍ତର୍ଗତ ଫ୍ଲୋରେନ୍‌ସରେ ଅଛି ‘ୟୁନିଭର୍ସିଟି ଅଫ୍‌ ନର୍ଥ‌୍‌ ଆଲାବାମା’। ଏହା ସ˚ଭବତଃ ବିଶ୍ୱର ଏକ ମାତ୍ର ଶିକ୍ଷାନୁଷ୍ଠାନ, ଯାହା ଭିତରେ ଏକ ବନ୍ଦ ସ୍ଥାନରେ ଅଛନ୍ତି, ଗୋଟିଏ ଜୀବନ୍ତ ସି˚ହ ଏବ˚ ଗୋଟିଏ ଜୀବନ୍ତ ସି˚ହୀ। ଶିକ୍ଷାନୁଷ୍ଠାନ ଭିତରେ ସି˚ହ-ସି˚ହୀଙ୍କ ଉପସ୍ଥିତି ଅନେକଙ୍କୁ ବିସ୍ମିତ କରିପାରେ। ଏବେ ଏହାର କାରଣଟି ଜାଣିବା ହେଉ।

Fine Art America

ଏହି ବିଶ୍ୱବିଦ୍ୟାଳୟର ମାସ୍‌କଟ୍‌ ଜୀବନ୍ତ ସି˚ହ। ଜୀବନ୍ତ ସି˚ହକୁ ମାସ୍‌କଟ୍‌ କରିବା ନିଷ୍ପତ୍ତି ୧୯୭୪ରେ ନିଆଯାଇଥିଲା। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଏ ଭଳି ନିଷ୍ପତ୍ତିକୁ ସମସ୍ତେ ସ୍ୱାଗତ କରିଥିଲେ। ୨୦୦୭ରେ ସି˚ହଙ୍କ ରହଣିକୁ ଆରାମଦାୟକ କରିବା ପାଇଁ ଏକ ପ୍ରଶସ୍ତ ବନ୍ଦ ଘରର ବ୍ୟବସ୍ଥା କରାଯାଇଥିଲା। ତାହାର ନିର୍ମାଣରେ ଖର୍ଚ୍ଚ ହୋଇଥିଲା ତେର ଲକ୍ଷ ଡଲାର‌୍‌। ଏବେ ସେଠି ରହୁଛନ୍ତି ଏକ ସି˚ହ ଦ˚ପତି। ସେମାନଙ୍କ ନାମ ‘ତୃତୀୟ ଲିଓ’ ଏବ˚ ‘ଉନା’। ସେମାନଙ୍କୁ ଦେଖିବାକୁ ଦୈନିକ ବହୁ ପର୍ଯ୍ୟଟକ ଆସୁଥିବା ଜଣାଯାଏ। ଦେଖିବାର ସମୟ ସକାଳ ଆଠରୁ ସନ୍ଧ୍ୟା ଛଅ ଘଣ୍ଟା। ଦେଖିବା ପାଇଁ କୌଣସି ଅର୍ଥ ଦେବାକୁ ପଡ଼େନାହିଁ।

ସମ୍ବନ୍ଧିତ ଖବର