ଯକୃତ କର୍କଟର ଲକ୍ଷଣ କ’ଣ?
ଯକୃତ କର୍କଟକୁ ଚିକିତ୍ସା ବିଜ୍ଞାନରେ ହେପାଟୋସେଲୁଲାର୍ କାର୍ସିନୋମା (ଏଚ୍ସିସି) ମଧ୍ୟ କୁହାଯାଏ। ଏଥିରେ ଯକୃତରେ ଅସ୍ୱାଭାବିକ କୋଷ ବୃଦ୍ଧି ପାଇ ଏକ ଟ୍ୟୁମର ସୃଷ୍ଟି କରେ। ପ୍ରାରମ୍ଭିକ ପର୍ଯ୍ୟାୟ ଯକୃତ କର୍କଟ ରୋଗର ପ୍ରାୟତଃ କୌଣସି ଲକ୍ଷଣ ନଥାଏ। ତଥାପି ରୋଗବଢ଼ିବା ସହ ପେଟ ଯନ୍ତ୍ରଣା କିମ୍ବା ବିଭିନ୍ନ ସମସ୍ୟା ସୃଷ୍ଟି ହେବା, ଅକାରଣରେ ଓଜନ ହ୍ରାସ, ଥକା ଅନୁଭୂତ ହେବା, ଭୋକ ନ ଲାଗିବା ଓ ଚର୍ମ ତଥା ଆଖି ହଳଦିଆ ହେବା (ଜଣ୍ଡିସ୍) ଆଦି ଲକ୍ଷଣ ଦେଖାଯାଇଥାଏ।
ଯକୃତ କର୍କଟ ପାଇଁ ବିପଦର କାରଣଗୁଡ଼ିକ କ’ଣ?
ଯକୃତ କର୍କଟ ପାଇଁ ପ୍ରାଥମିକ ବିପଦ କାରକଗୁଡ଼ିକ ମଧ୍ୟରେ ରହିଛି; କ୍ରନିକ୍ ହେପାଟାଇଟିସ୍ ବି ଓ ସି ସଂକ୍ରମଣ, ଅତ୍ୟଧିକ ମଦ୍ୟପାନ, ମେଦବହୁଳତା ଓ ସମ୍ବନ୍ଧୀୟ ମେଟାବଲିକ୍ ରୋଗ, ପରିବାରରେ ଯକୃତ କର୍କଟ ରୋଗର ଇତିହାସ ରହିଥିଲେ ଏବଂ କବକ ଆଫ୍ଲାଟୋକ୍ସିନ୍ ସଂସ୍ପର୍ଶରେ ଆସିଥାବା ସଂକ୍ରମିତ ଖାଦ୍ୟ ଖାଇଲେ ଯକୃତ କର୍କଟ ହେବାର ଆଶଙ୍କା ବଢ଼ିଥାଏ।
ଯକୃତ କର୍କଟ କିପରି ନିର୍ଣ୍ଣୟ କରାଯାଏ ଓ ଏହାର ଚିକିତ୍ସା ବିକଳ୍ପ କ’ଣ ରହିଛି?
କର୍କଟ ରୋଗ ନିରୂପଣରେ ସାଧାରଣତଃ ଅଲଟ୍ରାସାଉଣ୍ଡ ଓ ସିଟି ସ୍କାନ ଇମେଜିଂ ପରୀକ୍ଷା ସହ ରକ୍ତ ପରୀକ୍ଷା ଓ ଯକୃତ ବାୟୋପ୍ସିର ଆବଶ୍ୟକତା ପଡ଼ିଥାଏ। କର୍କଟ ରୋଗ ଚିକିତ୍ସା ପାଇଁ ଡାକ୍ତରମାନେ ଆବଶ୍ୟକସ୍ଥଳେ ଟ୍ୟୁମର ଅସ୍ତ୍ରୋପଚାର, ଯକୃତ ପ୍ରତିରୋପଣ, କେମୋଥେରାପି, ରେଡିଏସନ୍ ଥେରାପି ଓ ଟାର୍ଗେଟେଡ୍ ଥେରାପି ଦେଇପାରନ୍ତି।
ଯକୃତ କର୍କଟକୁ ରୋକାଯାଇପାରିବ କି?
ହଁ, ଯକୃତ କର୍କଟକୁ ରୋକାଯାଇପାରେ। ଯକୃତ କର୍କଟ ହେବାର ଆଶଙ୍କାକୁ ହ୍ରାସ କରିବା ପାଇଁ ହେପାଟାଇଟିସ୍-ବି ପ୍ରତିଷେଧକ ଟିକା ନିଅନ୍ତୁ, ହେପାଟାଇଟିସ୍-ବି ଓ ସି ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସୁରକ୍ଷିତ ଯୌନ ସମ୍ପର୍କ ଅଭ୍ୟାସ କରନ୍ତୁ, ଶରୀର ଓଜନ ନିୟନ୍ତ୍ରଣ ଓ ସୁସ୍ଥ ଜୀବନଶୈଳୀ ବଜାୟ ରଖନ୍ତୁ, ମଦ୍ୟପାନ ସୀମିତ ରଖନ୍ତୁ ଓ ଆଫ୍ଲାଟକ୍ସିନ ସଂସ୍ପର୍ଶରେ ଆସିବାରୁ ଦୂରେଇ ରୁହନ୍ତୁ।
ଯକୃତ ପ୍ରତିରୋପଣ ଯକୃତ କର୍କଟ (ଏଚ୍ସିସି)ର ଏକ ଚିକିତ୍ସା ପଦ୍ଧତି କି?
ହଁ, କିଛି ନିର୍ଦ୍ଦିଷ୍ଟ ଏଚ୍ସିସି ରୋଗୀଙ୍କ ଲାଗି ଯକୃତ ପ୍ରତିରୋପଣ ହେଉଛି ଏକ ଉପଯୁକ୍ତ ଚିକିତ୍ସା। ଏଚ୍ସିସି ପ୍ରାରମ୍ଭିକ ସୋପାନରେ ଥିଲେ, ମିଲାନ୍ ମାନଦଣ୍ଡ ମଧ୍ୟରେ ଥିଲେ ଓ ଭାସ୍କୁଲାର୍ ଇନ୍ଭାସନ୍ ବା ଏକ୍ସଟ୍ରାହେପାଟିକ୍ ସ୍ପ୍ରେଡ ହୋଇନଥିବା ରୋଗୀମାନେ ଯକୃତ ପ୍ରତିରୋପଣ ଦ୍ବାରା ଲାଭାନ୍ବିତ ହୋଇପାରିବେ। ଏହି ଚିକିତ୍ସା ଦ୍ବାରା ରୋଗୀ ବଞ୍ଚିବାର ସମ୍ଭାବନା, ରୋଗମୁକ୍ତିର ଆଶା ଓ ଜୀବନଧାରଣର ମାନ ବୃଦ୍ଧି ପାଇଥାଏ।
ପ୍ରତିରୋପଣ ଦ୍ବାରା ଯକୃତ କର୍କଟ ରୋଗୀ ଲାଭାନ୍ବିତ ହେଉଛନ୍ତି
ଯକୃତ କର୍କଟକୁ ଚିକିତ୍ସା ବିଜ୍ଞାନରେ ହେପାଟୋସେଲୁଲାର୍ କାର୍ସିନୋମା (ଏଚ୍ସିସି) ମଧ୍ୟ କୁହାଯାଏ। ଏଥିରେ ଯକୃତରେ ଅସ୍ୱାଭାବିକ କୋଷ ବୃଦ୍ଧି ପାଇ ଏକ ଟ୍ୟୁମର ସୃଷ୍ଟି କରେ। ପ୍ରାରମ୍ଭିକ ପର୍ଯ୍ୟାୟ ଯକୃତ କର୍କଟ ରୋଗର ପ୍ରାୟତଃ କୌଣସି ଲକ୍ଷଣ ନଥାଏ।
/sambad/media/media_files/2025/03/05/4I9uYsfytpDBsyEhBQp0.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)