ମେହସାନା(ଗୁଜୁରାଟ): ଆନ୍ତର୍ଜାତୀୟ ସ୍ତରରେ ସମସ୍ତେ ତାଙ୍କୁ ବାୟୁ ଗ୍ରହଣକାରୀ ବୋଲି ମନେ କରନ୍ତି। କାରଣ ଏହି ୮୮ ବର୍ଷୀୟ ବ୍ୟକ୍ତି ଜଣକ କେବଳ ବାୟୁ ଗ୍ରହଣ କରି ଜୀବନ ଧାରଣ କରିଛନ୍ତି।
ଗୁଜୁରାଟର ମେହସାନା ନିକଟବର୍ତ୍ତୀ ଚାରୋଦ୍ ଗ୍ରାମରେ ରହୁଥିବା ଏହି ଭାରତୀୟ ଯୋଗୀଜଣକ ହେଲେ ପ୍ରହଲାଦ ଜାନିି। ସେ ପ୍ରାୟ ସାତ ଦଶକ ଅର୍ଥାତ୍ ୭୦ ବର୍ଷ ଧରି ବିନା ଖାଦ୍ୟ ଓ ଜଳରେ ବଞ୍ଚିଛନ୍ତି। ୮୮ ବର୍ଷୀୟ ପ୍ରହଲାଦ ଲାଲ୍ ପୋଷାକ ପିନ୍ଧିଥାନ୍ତି। ସେ ନାକରେ ଗୁଣା ମଧ୍ୟ ଲଗାଇଛନ୍ତି। ହେଲେ ମୁହଁରେ ଦାଢି ରହିଛି ତାଙ୍କର।ଏହି କାରଣରୁ ତାଙ୍କୁ ଅନେକ ମାତାଜୀ ବୋଲି ସମ୍ବୋଧନ କରନ୍ତି। ପ୍ରହଲାଦଙ୍କର ଏହି ବିସ୍ମୟକର ଜୀବନ ଶୈଳୀ ଅନେକଙ୍କୁ ବିସ୍ମିତ କରିଛି। ତାଙ୍କ ଉପରେ ଅନେକ ବିଶେଷଜ୍ଞ ନାନା ପ୍ରକାରର ଡାକ୍ତରୀ ପରୀକ୍ଷା ନିରୀକ୍ଷା ମଧ୍ୟ କରିଛନ୍ତି।ସେମାନଙ୍କ ମଧ୍ୟରେ ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏ.ପି ଜେ ଅବଦୁଲ କଲାମ୍ ବି ଅନ୍ତର୍ଭୁକ୍ତ।
୨୦୧୦ରେ ଡିଫେନ୍ସ ଇନ୍ଷ୍ଟିଚ୍ୟୁଟ ଅଫ୍ ଫିଜିଓଲୋଜି ଆଣ୍ଡ୍ ଆଲାଏଡ୍ ସାଇନ୍ସେସ(ଡିଆଇପିଏସ୍) ଏବଂ ଡିଫେନ୍ସ ରିସର୍ଚ ଆଣ୍ଡ ଡେଭେଲପମେଣ୍ଟ ଅର୍ଗାନାଇଜେସନ୍(ଡିଆର୍ଡିଓ) ପକ୍ଷରୁ ପ୍ରହଲାଦ ଜାନିଙ୍କୁ ନେଇ ଗବେଷଣା କରାଯାଇଥିଲା। ତାଙ୍କ ଶରୀରର ୧୫ ଦିନ ଯାଏଁ ପରୀକ୍ଷା ନିରୀକ୍ଷା କରାଯାଇଥିଲା। ତାଙ୍କର ଏମ୍ ଆର୍ ଆଇ, ଅଲ୍ଟ୍ରାସାଉଣ୍ଡ ଭଳି ପରୀକ୍ଷା ମଧ୍ୟ ହେଉଥିଲା।
/sambad/media/post_attachments/wp-content/uploads/2018/06/prahlad-jani_625x300_1528778269410-300x185.jpg)
ଗବେଷଣାରୁ ଏହି ନିଷ୍କର୍ସ ବାହାରିଥିଲା ଯେ ପ୍ରହଲାଦ ଜାନିଙ୍କ ପାଖରେ କ୍ଷୁଧା ଓ ଜଳାଭାବ ଅନୁକୂଳିତ ଶରୀର ରହିଛି। ପ୍ରହଲାଦ ଜାନି ମାତା ଅମ୍ବେଙ୍କର ଜଣେ ଭକ୍ତ। ସେ ତାଙ୍କୁ ଧ୍ୟାନ କରନ୍ତି। ସେହି ଧ୍ୟାନ ବଳରେ ସେଭଳି ଅସାଧାରଣ ଜୀବନ ଜୀଉଁଥିବା କୁହାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ପ୍ରଭାବଶାଳୀ ରାଜନୈତିକ ନେତୃବୃନ୍ଦ ପ୍ରହଲାଦ ଜାନିଙ୍କର ଆର୍ଶୀବାଦ ଗ୍ରହଣ କରିବାକୁ ତାଙ୍କ ଆଶ୍ରମକୁ ଆସିଛନ୍ତି।