ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ ହୋଇଯାଇଛି। ପ୍ରାର୍ଥୀମାନେ ନିଜ ନିଜ ଉପାୟରେ ଭୋଟ୍ ପାଇଁ ପ୍ରଚାର କରୁଥିବାର ଦେଖିବାକୁ ମିଳିଛି। ଉତ୍ତରପ୍ରଦେଶର ଆଲିଗଡ଼ରେ ଏକ ନିଆରା ଘଟଣା ଦେଖିବାକୁ ମିଳିଛି। ଜଣେ ପ୍ରାର୍ଥୀ ଗଳାରେ ଚପଲ ହାର ପିନ୍ଧି ଭୋଟ୍ ମାଗୁଥିବାର ଫଟୋରେ ଦେଖିବାକୁ ମିଳିଛି। ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ। ପ୍ରାର୍ଥୀ ଜଣକ ଚପଲ ଚିହ୍ନରେ ଛିଡ଼ା ହୋଇଥିବାରୁ ଚପଲ ହାର ପିନ୍ଧି ଭୋଟ୍ ମାଗୁଥିବାର ସୂଚନା ରହିଛି।
ପଣ୍ଡିତ କେଶବ ଦେବ ନାମକ ଏହି ପ୍ରାର୍ଥୀ ଜଣକ ନିଜକୁ ଜଣେ ଆର୍ଟିଆଇ କର୍ମକର୍ତ୍ତା ବୋଲି କହୁଛନ୍ତି। ପୂର୍ବରୁ ସେ ବିଧାୟକ ଭାବେ ନିର୍ବାଚନ ଲଢ଼ି ସାରିଛନ୍ତି। ଏଥର ସେ ଲୋକସଭା ନିର୍ବାଚନରେ ବି ଲଢୁଛନ୍ତି। ତେବେ ଚପଲ ମାଳ ପିନ୍ଧି ଚପଲ ଚିହ୍ନ ପାଇଁ ଭୋଟ୍ ଦେବା ପାଇଁ ନିବେଦନ କରୁଥିବା ଏହି ପ୍ରାର୍ଥୀଙ୍କୁ ନେଇ ଖୁବ୍ ଚର୍ଚ୍ଚା ହେଉଛି।
#WATCH | Aligarh, UP: Independent candidate from Aligarh Pandit Keshav Dev has been allotted 'slippers' as the election symbol. After which, he was seen carrying out the election campaign wearing a garland of 7 slippers around his neck. (08.04) pic.twitter.com/V0Hm8JYRmC
— ANI (@ANI) April 8, 2024
ଏପରି ନିଆରା କାର୍ଯ୍ୟ ସେ ପ୍ରଥମ ଥର କରିନାହାନ୍ତି। ୨୦୨୨ ମସିହାରେ ବି ପଣ୍ଡିତ କେଶବ ଦେବ ବିଧାନସଭା ନିର୍ବାଚନ ଲଢ଼ିଥିବାର ଦେଖିବାକୁ ମିଳିଥିଲେ। ସେ ହେଉଛନ୍ତି ଭ୍ରଷ୍ଟାଚାର ବିରୋଧୀ ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଓ ତାଙ୍କ ଦଳର ପଞ୍ଚ୍ ଲାଇନ୍ ହେଉଛି ‘ମାନବ ଅଧିକାରର ଯୁଦ୍ଧ’।
ସେ ଗତବର୍ଷ ନଭେମ୍ବର ମାସରେ ବି ସୋସିଆଲ୍ ମିଡିଆରେ ଚର୍ଚ୍ଚା ପାଲଟିଥିଲେ। ସେ ଜଣେ କ୍ରିକେଟର୍ ବିଶ୍ବ କପ୍ ଟ୍ରଫି ଉପରେ ପାଦ ରଖିଥିବା ନେଇ ଆଲିଗଡ଼ର ଦିଲ୍ଲୀ ଗେଟ୍ ପୁଲିସ୍ ଷ୍ଟେସନ୍ରେ ମାମଲା ରୁଜୁ କରିଥିଲେ।