ନୂଆଦିଲ୍ଲୀ: ବାରମ୍ବାର ଇଣ୍ଟରଭ୍ୟୁ ଦେଇ ଅସଫଳ ରହିବା ପରେ ଜଣେ ବ୍ୟକ୍ତି ନିରାଶ ହୋଇ ଯାଇଥିଲେ। ଏଭଳି ସମୟରେ ତାଙ୍କ ମୁଣ୍ଡକୁ ଏକ ଅଦ୍ଭୁତ ଉପାୟ ଆସିଥିଲା। ସେ ଷ୍ଟେସନରେ ଏକ ଷ୍ଟାଣ୍ଡରେ ରିଜ୍ୟୁମ ଲଗାଇ କିଛି ଘଣ୍ଟା ଛିଡା ହୋଇଥିଲେ। ତିନି ଘଣ୍ଟା ଛିଡ଼ା ହେବାପରେ ତାଙ୍କୁ ଚାକିରି ମିଳି ଯାଇଥିଲା। ଏଭଳି ଖବର ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣା ଟି ସତ।
ପ୍ରକାଶିତ ରିପୋର୍ଟ ମୁତାବକ, ୨୪ବର୍ଷିୟ ହୈଦର ମଲିକଙ୍କୁ ଚାକିରି ଆବଶ୍ୟକ ଥିଲା। କରୋନା ମହାମାରୀ ଚାଲିଥିବାରୁ ତାଙ୍କୁ ଚାକିରି ମିଳୁ ନଥିଲା। ସେ ବାରମ୍ବାର ଜୁମ କଲରେ ଇଣ୍ଟର ଭ୍ୟୁ ଦେଇ ଆସୁଥିଲେ। କିନ୍ତୁ କିଛି ଲାଭ ହେଉ ନଥିଲା। ଏଭଳି ସମୟରେ ତାଙ୍କ ମୁଣ୍ଡକୁ ଏକ ବଚିତ୍ର ଉପାୟ ଆସିଥିଲା। ସେ ଏକ ବୋର୍ଡରେ ନିଜର ସମସ୍ତ ସୂଚନା ଲେଖି ସିଭି ଓ ଲିଙ୍କଇଇନ ପ୍ରୋଫାଇଲର କ୍ୟୁଆର କୋର୍ଡ ସେୟାର କରିଥିଲେ।
/sambad/media/post_attachments/a9f48df36ac8db8209c6cfa7a176eb1c00195f3667ab1c0bff50b06ba49532ca.png)
ଏଭଳି କରିବାକୁ ସେ ତାଙ୍କ ବାପା ମହମୁଦ ମଲିକଙ୍କ ଠାରୁ ପ୍ରେରିତ ହୋଇଛନ୍ତି। ଷ୍ଟେସନରେ ବୋର୍ଡ ଲଗାଇବା ପରେ ହୈଦର ମଲିକ କହିଛନ୍ତି, ‘ପ୍ରଥମ ୫/୧୦ ମିନିଟ ମୋତେ ଭୟ ଲାଗିଥିଲା। କାଳେ କିଏ କ’ଣ କହିବ। କିଛି ସମୟ ପରେ ମୁଁ ସେହି ରାସ୍ତା ଦେଇ ଯାଉଥିବା ଲୋକଙ୍କ ସହିତ କଥା ହେବାକୁ ସ୍ଥିର କରିଥିଲି। ମୁଁ ମୋର ସିଭି ହାତରେ ଧରି ଲୋକଙ୍କୁ ଗୁଡମର୍ଣ୍ଣିଂ କହିବା ଆରମ୍ଭ କରିଲି। ଏହି ସମୟରେ ଅନେକ ଲୋକ ମୋତେ କାର୍ଡ ଓ ଫୋନ ନମ୍ବର ଦେଇଥିଲେ। କେହି ଜଣେ ମୋ ଫଟୋ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଯାହାକି ଭାଇରାଲ ହୋଇଯାଇଛି। ଫଟୋ ଭାଇରାଲ ହେବା ପରେ ମୋତେ ବିଭିନ୍ନ ଆଡକୁ କଲ ଓ ଇଣ୍ଟରଭ୍ୟୁ ପାଇଁ କଲ ଆସିଥିଲା। ମୋ ପାଖକୁ ବିଭାଗ ନିର୍ଦେଶକଙ୍କ ପକ୍ଷରୁ ସକାଳ ୯.୩୦ରେ ଏକ ମେସେଜ ଆସିଥିଲା। ସେଥିରେ ମୋର ୧୦.୩୦ରେ ଇଣ୍ଟରଭ୍ୟୁ ଥିବା ଲେଖାଥିଲା। ଏହି ମେସେଜ ପାଇ ମୁଁ ତୁରନ୍ତ ଉକ୍ତ ଇଣ୍ଟରଭ୍ୟୁ ଦେବାକୁ ଦୌଡ଼ି ଯାଇଥିଲି। ଦ୍ବିତୀୟ ରାଉଣ୍ଡରେ ଚୟନ ହେବାପରେ ମୁଁ ଚାକିରି ପାଇ ଯାଇଥିଲି।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/Man-Gets-Job-in-3-Hours-When-Shows-His-Resume-in-Station_Thumbnail-1.jpg)