ଆଜିକାଲି ଅନେକ କଥା ଯୋଗୁଁ ଲୋକେ ନିସଙ୍ଗତାର ଶିକାର ହେଉଛନ୍ତି। ଏହା ପଛରେ ଯେକୌଣସି କାରଣ ଥିଲେ ମଧ୍ୟ ଏହା ଆପଣ ଓ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଖୁବ୍ କ୍ଷତିକାରକ ହୋଇପାରେ। ଏହା ଯୋଗୁଁ ଡିପ୍ରେସନ୍ ଓ ହୃଦ୍ଘାତର ଭୟ ଅନେକ ମାତ୍ରାରେ ବଢ଼ିଯାଏ।
ଏକ ଗବେଷଣାରୁ ଜଣାପଡ଼ିଛି ଯେ, ନିସଙ୍ଗତା ଯୋଗୁଁ ହୃଦ୍ଘାତର ଭୟ ୪୦ ପ୍ରତିଶତ ବଢ଼ିଯାଏ।
ସମୟ ପୂର୍ବରୁ ମରିବାର ସମ୍ଭାବନା ମଧ୍ୟ ୫୦ ପ୍ରତିଶତ ପର୍ଯ୍ୟନ୍ତି ବଢ଼ିଯାଏ।
ଗବେଷଣାରୁ ଏହା ମଧ୍ୟ ଜଣା ପଡ଼ିଛି ଯେ, ହୃଦ୍ରୋଗ ଥିବା ଅଧିକାଂଶ ବ୍ୟକ୍ତିମାନଙ୍କରନିସଙ୍ଗତା ଯୋଗୁଁ ମୃତ୍ୟୁ ହୋଇଛି।
ଗବେଷଣା ଅନୁସାରେ, ଯେଉଁ ବ୍ୟକ୍ତିମାନେ ନିସଙ୍ଗତା ଶିକାର ହୁଅନ୍ତି, ସେମାନଙ୍କୁ କ୍ରନିକ୍ ଡିଜିଜ୍ର ଭୟ ଅଧିକ ହୋଇଥାଏ ଓ ଏମିତି ଲୋକଙ୍କୁ ଡିପ୍ରେସନ୍ର ଭୟ ମଧ୍ୟ ଅଧିକ ଥାଏ।
ନିସଙ୍ଗତା କାରଣରୁ ଡିପ୍ରେସନ୍ର ଭୟ ବଢ଼ିଥାଏ। ଯଦି ଆପଣ ନିସଙ୍ଗ ଅଛନ୍ତି ଓ ଉଦାସ ଓ ମାନ୍ଦାଳିଆ ଅନୁଭବ କରୁଛନ୍ତି ତା’ହେଲେ ତୁରନ୍ତ ଡାକ୍ତରଙ୍କ ସହ ସମ୍ପର୍କ କରନ୍ତୁ, ଏହା ଭୟଙ୍କର ହୋଇପାରେ।
ଯେତେବେଳେ ଆପଣ ନିସଙ୍ଗ ଥାଆନ୍ତି ସେହି ସମୟରେ ଆପଣ ଭବିଷ୍ୟତ ଓ କ୍ୟାରିୟର୍ ବିଷୟରେ ଅଧିକ ଷ୍ଟ୍ରେସ୍ ନେଇଥା’ନ୍ତି, ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ବହୁତ ଖରାପ ହୋଇପାରେ।
ନିସଙ୍ଗତା ଆପଣଙ୍କ ଖାଇବା ପିଇବା ଓ ଖାଦ୍ୟ ଉପରେ ମଧ୍ୟ ପଡ଼ିଥାଏ। ଏମିତି ସମୟରେ ଆପଣ ଅଧିକ ଜଙ୍କ୍ ଫୁଡ୍ ଖାଇଥାନ୍ତି ଓ ବ୍ୟାୟାମ ମଧ୍ୟ କରନ୍ତି ନାହିଁ। ସ୍ୱାସ୍ଥ୍ୟ ପ୍ରତି ଏହା ବହୁତ ଖରାପ ହୋଇଥାଏ। ତେଣୁ, ଶରୀର ଉପରେ ଏହାର ଖରାପ ପ୍ରଭାବ ଦେଖାଦିଏ।