ବତକଛୁଆମାନଙ୍କର ଡେଣା ଫଡ଼ ଫଡ଼ ଶବ୍ଦ ଆଉ ସେମାନେ ପାଣିରେ ପହଁରିବା ବେଳେ ତାଳ ପକାଇ ସୃଷ୍ଟି କରୁଥିବା କ୍ବାକ୍ କ୍ବାକ୍ ରବ ଅକ୍ଷିତାଙ୍କୁ ପିଲାବେଳୁ ଖୁବ୍ ଭଲ ଲାଗୁଥିଲା। ପାଠପଢ଼ାରୁ ଟିକିଏ ଫୁର୍ସତ୍ ମିଳିଲେ ସେ ଚାଲି ଆସୁଥିଲେ ବାପାଙ୍କ ବତକ ଫାର୍ମକୁ। ବତକଛୁଆମାନଙ୍କୁ ଦୂରରୁ ଦେଖୁଥିଲେ। ସୁଯୋଗ ମିଳିଲେ ଘର ପାଖ କେନାଲ୍କୂଳରେ କିମ୍ବା ପାଖ ପଡ଼ିଆରେ ଚରୁଥିବା ବତକମାନଙ୍କୁ ଏକତ୍ରକରି ରହଣିସ୍ଥଳକୁ ଆଣିବାରେ ବି ବାପାଙ୍କୁ ସହଯୋଗ କରୁଥିଲେ। କିନ୍ତୁ ସେ କେବେ ଭାବି ନ ଥିଲେ ଜୀବନ ତାଙ୍କୁ ଏମିତି ଏକ ରାସ୍ତାରେ ନେଇଯିବ ଯେ ସେ ବାପାଙ୍କ ବୃତ୍ତି ଆପଣାଇବାକୁ ବାଧ୍ୟହେବେ।
IndiGo flight cancel: ଇଣ୍ଡିଗୋ ଯନ୍ତ୍ରଣା କମୁନି: ପଞ୍ଚମ ଦିନରେ ବି ୫୦୦ରୁ ଅଧିକ ବିମାନ ବାତିଲ
ଅକ୍ଷିତାଙ୍କ ଅଭିଳାଷ ଥିଲା ଭିନ୍ନ। ସେ ଚାହୁଥିଲେ ଉଦ୍ୟାନ କୃଷିରେ ସ୍ନାତକୋତ୍ତର କରି ଜଣେ ବିଶେଷଜ୍ଞ ହେବେ ଓ ବାପାଙ୍କୁ ସାହାଯ୍ୟ କରିବେ। କିନ୍ତୁ, ନିୟତିର ନିଷ୍ପତ୍ତି ଥିଲା ଅଲଗା। ପାଠଛାଡ଼ି ପରିବାରର ପେଟପାଟଣା ଦାୟିତ୍ବ ନେବାକୁ ପଡ଼ିଲା ତାଙ୍କୁ। ଜୀବନର ସଂଘର୍ଷ କଥା ମନେପକାଇ ସେ କହନ୍ତି, ମୋତେ ଭାଗ୍ୟ କୃଷିବିତ୍ ହେବାର ସୁଯୋଗ ଦେଲାନାହିଁ। ମୁଁ କିଛି କରିବା ଆଗରୁ ବାପାଙ୍କର ଆକସ୍ମିକ ସ୍ବର୍ଗବାସ େହାଇଗଲା। ସତେ ଅବା ମୋ ଉପରେ ଆକାଶ ଛିଡ଼ି ପଡ଼ିଲା! ମୋ ଭାଇଭଉଣୀମାନେ ସ୍କୁଲ୍ରେ ପଢୁଥାଆନ୍ତି। ମୁଁ ବା ସେମାନଙ୍କ ପାଠପଢ଼ା ବନ୍ଦ କରିଥାଆନ୍ତି କେମିତି?’’ ପରିବାର ପ୍ରତିପୋଷଣ ଲାଗି ଅକ୍ଷିତା ସରକାରୀ ଚାକିରି ଖଣ୍ଡେ ପାଇବାକୁ ପାରୁପର୍ଯ୍ୟନ୍ତ ଚେଷ୍ଟାକରି ବ୍ୟର୍ଥ ହେବାରୁ ସ୍ବଳ୍ପଦିନ ଘରୋଇ ପ୍ରତିଷ୍ଠାନରେ ଚାକିରି କଲେ। ଅଳ୍ପ ଆୟରୁ ଘରପରିବାର ଚଳାଇବା କଷ୍ଟକର ହେଲା। ଅଗତ୍ୟା ସେ ଚାକିରି ଛାଡ଼ିଦେଲେ। ଯାହା ଦେଖି ଦେଖି ବକଟେ ପିଲାରୁ ପ୍ରାପ୍ତବୟସ୍କା ହୋଇଥିଲେ, ସେଇଠିକୁ ଫେରିବାକୁ ନିଷ୍ପତ୍ତି ନେଲେ। ଅକ୍ଷିତା କହନ୍ତି, ‘‘ସେତେବେଳେ ବତକ ପାଳନ ହିଁ ସର୍ବୋତ୍ତମ ପନ୍ଥା ବୋଲି ମୋର ମନେହେଲା।’’ କିନ୍ତୁ, ବତକ ପାଳନ ପଦ୍ଧତି ଆଧୁନିକ କରିବା ଲାଗି ସ୍ଥିରକରି ସେ ଅଣ୍ଡାରୁ ଛୁଆ ଫୁଟାଇବା ଲାଗି ଆବଶ୍ୟକ ଇନ୍କ୍ୟୁବେଟର୍ ଉପରେ ଅନୁସନ୍ଧାନ ଚଳାଇଲେ। ସେ ଦେଖିଲେ ଯେ ହାଇଦ୍ରାବାଦ, ବିଶାଖାପାଟଣା ଓ ବିଜୟୱାଡ଼ା ଭଳି ନଗରୀରେ ବ୍ୟାବସାୟିକ ଅଣ୍ଡା ବା ଚିଆଁଫୁଟା ପଦ୍ଧତି ଅତି ସାଧାରଣ। କିନ୍ତୁ, ତାଙ୍କ ଅଞ୍ଚଳରେ ସେ ସୁବିଧା ନାହିଁ। ସେ ବିଷୟରେ ତାଲିମ ଗ୍ରହଣ କରିବା ଲାଗି ଅକ୍ଷିତା ହାଇଦ୍ରାବାଦ ଗଲେ।
Dead Body: ନିଖୋଜ ଯୁବତୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର
ତା’ ପରବର୍ତ୍ତୀ ଘଟଣା ବିଷୟରେ ଅକ୍ଷିତା କହନ୍ତି, ‘‘ଋଣ ପାଇବା ହେଲା ସବୁଠୁ କଷ୍ଟକର ବ୍ୟାପାର। ବ୍ୟାଙ୍କ୍ ସିକ୍ୟୁରିଟି ଦାବିକଲା ଓ ହାତଉଧାରି ଋଣଦାତାମାନେ ମୋ ସାମର୍ଥ୍ୟ ପ୍ରତି ସନ୍ଦିହାନ ହେଲେ। ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ, ମୁଁ ମୋର ସମସ୍ତ ସଞ୍ଚିତ ଅର୍ଥ ଏକତ୍ରକଲି ଏବଂ ଜିଣିଥିବା ଛୋଟିଆ ଲଟେରି ଅର୍ଥ ମିଶାଇ ସମୁଦାୟ ୩ ଲକ୍ଷ ଟଙ୍କା ବିନିମୟରେ ଇନ୍କ୍ୟୁବେଟର୍ଟିଏ କିଣିଲି।’’ ତା’ପର ଅଳ୍ପ କିଛି ବର୍ଷ ଥିଲା ଅକ୍ଷିତାଙ୍କ ନିମନ୍ତେ ପରୀକ୍ଷା ଦେବା ଭଳି ସମୟ। ବତକ ପାଳନ ଋତୁକାଳୀନ ଏବଂ ପ୍ରାୟ ୬ ମାସ ପାଇଁ ଲାଭଦାୟକ ହୋଇଥିବାରୁ ମାନ୍ଦା ବେପାର ସମୟେର ସେମାନଙ୍କୁ ଖୋଇବା ଥିଲା ବେଶ୍ ବ୍ୟୟବହୁଳ। ପାଣିପାଗଗତ ପ୍ରତିକୂଳତା ଅସହ୍ୟ ହେଉଥିବାରୁ ଅନେକ ବତକଛୁଆ ମଧ୍ୟ ପ୍ରାଣହରାଉଥିଲେ। ସେସବୁ କଷ୍ଟସହଣି ଦିନ କଥା ସ୍ମରଣକରି ଅକ୍ଷିତା କହନ୍ତି, ‘‘ପ୍ରାୟ ପାଞ୍ଚବର୍ଷ ଧରି ମୁଁ ଅସଫଳ ହୋଇ ଚାଲୁଥାଏ ଏବଂ ପୁନର୍ବାର ଚେଷ୍ଟା କରୁଥାଏ। ଏମିତି ଅଧ୍ୟବସାୟ ବଳରେ କ୍ରମେ ମୁଁ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ିକ ସମାଧାନ କରିବାର ଉପାୟ ବାହାର କଲି।’’ ଆଜି ଅକ୍ଷିତା ଛତିଶଗଡ଼, ମହାରାଷ୍ଟ୍ର, ଝାଡ଼ଖଣ୍ଡ ଏବଂ ଓଡ଼ିଶା ସମେତ ଅନେକ ରାଜ୍ୟକୁ ବତକଛୁଆ ଯୋଗାଣ କରୁଛନ୍ତି। ଭଲ ଉପାର୍ଜନ ମଧ୍ୟ କରୁଛନ୍ତି। ତା’ଛଡ଼ା ସେ ଆଉ ଗୋଟାଏ ସେକେଣ୍ଡ୍ହ୍ୟାଣ୍ଡ୍ ଇନ୍କ୍ୟୁବେଟର୍ ବି ଖରିଦ କରିଛନ୍ତି। ଭାଇଭଉଣୀମାନେ ବି ଅକ୍ଷିତାଙ୍କୁ ସହଯୋଗ କରୁଛନ୍ତି। କେବଳ ଏତିକି ନୁହେଁ, ନିଜ ବତକ ଫାର୍ମ ଜରିଆରେ ଗାଁ’ର ଆଉ ୧୦ଜଣଙ୍କୁ ବି ସେ କର୍ମସଂସ୍ଥାନ ଯୋଗାଇ ଦେଇଛନ୍ତି। ସାହସ, ନିଷ୍ଠା ଓ ସର୍ବୋତ୍ତମ ପ୍ରଯୁକ୍ତିବିଦ୍ୟା ବଳରେ ଅକ୍ଷିତା ଫାର୍ମଟିର କାୟା ପରିବର୍ତ୍ତନ କରିଛନ୍ତି। ଅଣ୍ଡାରୁ ସଦ୍ୟ ଫୁଟିଥିବା ପୁଞ୍ଜାଏ ବତକଛୁଆଙ୍କ ପାଖରେ ଛିଡ଼ାହୋଇ ଅକ୍ଷିତା କହନ୍ତି, ‘‘ଏ ବ୍ୟବସାୟକୁ ଆହୁରି ବଢ଼ାଇ ଅଧିକ କର୍ମସଂସ୍ଥାନ ସୃଷ୍ଟି କରିବା ମୋର ଅଭିଳାଷ।’’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/07/fhfsshffh-2025-12-07-03-13-22.jpg)