ନୂଆଦିଲ୍ଲୀ: ପୁରୁଷମାନଙ୍କର ଦାଢ଼ି ଓ ନିଶ ରହିବା ସାଧାରଣ କଥା କିନ୍ତୁ ଏହି କ୍ରମରେ ଜଣେ ମହିଳା ଦାଢ଼ି ରଖି ଚର୍ଚ୍ଚାକୁ ଆସିଛନ୍ତି। ଏହି ମହିଳା ଆମେରିକାରେ ବସବାସ କରୁଥିବା ବେଳେ ନାମ ତାଙ୍କର ରହିଛି ଏରିନ ହନିକଟ।
ଏରିନଙ୍କ ୩୦ସେଣ୍ଟିମିଟର ଲମ୍ବର ଦାଢ଼ି ରହିଛି। ତେବେ ଏରିନ ଜଣେ ମହିଳା ହୋଇଥିବା ବେଳେ ତାଙ୍କର କିଭଳି ଭାବେ ଦାଢ଼ି ବଢ଼ୁଛି ବୋଲି ଲୋକେ ପ୍ରଶ୍ନ କରିଛନ୍ତି। ଏହାର ଉତ୍ତର ହେଉଛି, ଏରିନ ପିସିଓଏସରେ ପୀଡ଼ିତ ଅଛନ୍ତି। ଏହି ରୋଗରେ ପୀଡ଼ିତ ହେଲେ ମାର୍ସିକ ଧର୍ମରେ ଅନିୟମିତତା, ଗର୍ଭବତୀ ହେବାରେ ସମସ୍ୟା, ଶରୀରରେ କେଶ ବୃଦ୍ଧି ପାଇବା ଇତ୍ୟାଦି ସମସ୍ୟା ଦେଖା ଦେଇଥାଏ। ପିସିଓଏସରେ ପୀଡ଼ିତ ହେତୁ ଏରିନଙ୍କ ଦାଢ଼ି ବଢ଼ିବା ସମସ୍ୟା ଦେଖା ଦେଉଛି।
ଏରିନ ୩୦ ସେଣ୍ଟିମିଟର ଲମ୍ବର ଦାଢ଼ି ରଖି ଗିନିଜ ୱାଲର୍ଡ ରେକର୍ଡ କରିଛନ୍ତି। ଏରିନଙ୍କ ପୂର୍ବରୁ ଏହି ରେକର୍ଡ ୭୫ବର୍ଷୀୟ ବିବିୟନ ହ୍ବିଲରଙ୍କ ନାମରେ ଥିଲା। ଯାହାଙ୍କ ଦାଢ଼ିର ଲମ୍ବ ୨୫.୫ ସେଣ୍ଟିମିଟର ରହିଥିଲା।
View this post on Instagram
ଗିନିଜ ୱାଲର୍ଡ ରେକର୍ଡ ଏରିନଙ୍କ ଲମ୍ବା ଦାଢ଼ି ସହ ଏକ ଭିଡିଓ ସେୟାର କରିଛି। ଯେଉଁଥିରେ ଆପଣ ସ୍ପଷ୍ଟ ଭାବେ ଏରିନଙ୍କ ଲମ୍ବା ଦାଢ଼ିକୁ ଦେଖି ପାରିବେ।