ସବୁଠାରୁ ଲମ୍ବା ଥୋମଣି ଥିବା କୁକୁର

ଅନ୍ୟ କୁକୁରଙ୍କ ତୁଳନାରେ ବୋର‌୍‌ଜୋଇ ହାଉଣ୍ତ୍‌ ପ୍ରଜାତିର କୁକୁରଙ୍କ ଥୋମଣି ଅଧିକ ଲମ୍ବା। ଥୋମଣି ଯୋଗୁଁ ଏଗୁଡ଼ିକ ବାରିହୋଇପଡ଼ନ୍ତି। ବିଶ୍ୱରେ ସବୁଠାରୁ ଲମ୍ବା ଥୋମଣି ଥିବା କୁକୁର ହେଉଛି- ଏରିସ୍‌। ଏହାର ବୟସ ଦୁଇ ବର୍ଷ ଏବ˚ ଥୋମଣିର ଲମ୍ବ ଏକତିରିଶ ସେଣ୍ଟିମିଟର‌୍‌। ଏରିସ୍‌କୁ ପାଳିଛନ୍ତି, ଭର୍ଜିନିୟା ଅନ୍ତର୍ଗତ ରିଚ୍‌ମନ୍‌ଡର ଲିଲି କାମ୍‌ବରିଆନ୍‌।

Internewscast

ଜନ୍ମଗତ ତ୍ରୁଟି କାରଣରୁ ଏରିସ୍‌ର ଥୋମଣି ଅସ୍ୱାଭାବିକ ଭାବେ ଲମ୍ବିଯାଇଥିବା ଲିଲି ବିଶ୍ବାସ କରନ୍ତି। ଲମ୍ବା ଥୋମଣି ଯୋଗୁଁ ତାଙ୍କ କୁକୁର ଚର୍ଚ୍ଚାରେ। ଏହି ଅସ୍ୱାଭାବିକତାକୁ ଛାଡ଼ି, ଅନ୍ୟ ସବୁ ଦୃଷ୍ଟିକୋଣରୁ ଏରିସ୍‌ ସ୍ୱାଭାବିକ।

ସମ୍ବନ୍ଧିତ ଖବର