ନୂଆଦିଲ୍ଲୀ: କଥାରେ ଅଛି ବୟସ ଏକ ସଂଖ୍ୟା ମାତ୍ର। ବୟସକୁ ଧରି ରଖିବାର ପ୍ରୟାସ କରିବା ହୁଏତ ବୋକାମୀ। ମାତ୍ର ବୟସକୁ ମଉଳି ଯିବାକୁ ନଦେଇ, ସଦା ସତେଜ ରଖିବା ବି ଏକ କଳା। ଯେଉଁ କଳା ପାଇଁ ଚର୍ଚ୍ଚାର ପରିସରକୁ ଆସିଛନ୍ତି ଜଣେ ୫୫ ବର୍ଷୀୟା ମହିଳା। ଆପଣ ବି ତାଙ୍କ ଫଟୋ ଦେଖି ବୟସ ଶୁଣିବା ପରେ ଚମକି ଯାଇଥିବେ। ମହିଳାଙ୍କୁ ଦେଖିବା ପରେ ଆପଣ ବିଶ୍ବାସ କରି ପାରୁଛନ୍ତି କି ସେ ୫୫ ବର୍ଷୀୟା ବୟସ୍କା ବୋଲି?
ମହିଳା ଜଣଙ୍କୁ ଦେଖିଲେ ସମସ୍ତଙ୍କ ଆଖି ଧୋକା ଖାଇଯାଉଛି। ଯେକେହି ବି ଭାବିବାକୁ ବାଧ୍ୟ ହେଉଛନ୍ତି ଯେ ସେ ୫୫ ବର୍ଷୀୟା ନୁହନ୍ତି, ବରଂ ୨୫ ବର୍ଷୀୟା ଯୁବତୀ। ହେଲେ ବାସ୍ତବ କଥା ହେଉଛି ମହିଳା ଜଣକ ୩ ଜଣ ସନ୍ତାନଙ୍କ ମାଆ ଓ ତାଠାରୁ ବି ବଡ଼ କଥା ହେଉଛି ସେ ଜେଜେମାଆ ବି ବନିସାରିଲେଣି।
ତାଙ୍କ ନାଁ ହେଉଛି ନାଇଟନେ ଲଙ୍ଗ୍ସବର୍ଥ। ନାଇଟନେ କନ୍ନଡର ବାସିନ୍ଦା ଓ ବୃତ୍ତିରେ ଜଣେ ଫିଟ୍ନେସ୍ ଟ୍ରେନର୍। ସାଧାରଣତଃ ଏହି ବୟସରେ ଲୋକ ଥକିପଡ଼ନ୍ତି, ବିଶ୍ରାମ ନେବାକୁ ଭାବନ୍ତି। ମାତ୍ର ସେ ଏହି ବୟସରେ ଦୈନନ୍ଦିନ ଜିମ୍ ଯାଇ ୱାର୍କଆଉଟ୍ କରିଥାନ୍ତି।
ୱାର୍କଆଉଟ୍ ବେଳର ଫଟୋ ଓ ଭିଡିଓକୁ ସୋସିଆଲ୍ ମିଡିଆରେ ପୋଷ୍ଟ୍ କରନ୍ତି। କେବେ ତାଙ୍କୁ ଡମ୍ବଲ ଉଠାଉଥିବାର ଦେଖିବାକୁ ମିଳେ ତ ପୁଣି ସେ କେବେ ୱେଟ୍ଲିଫ୍ଟିଂ କରୁଥିବାର ଦେଖିବାକୁ ମିଳିଥାଏ। ସୋସିଆଲ୍ ମିଡିଆରେ ସେ ପୋଷ୍ଟ୍ କରୁଥିବା ଗ୍ଲାମରସ୍ ଫଟୋଗୁଡ଼ିକରେ ହଜାର ହଜାର ଲାଇକ୍ସ ମିଳିଥାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/341863723_957716211923955_6824979176592741538_n.jpg)