ନୟାପଲ୍ଲୀ ବୃଦ୍ଧା ହତ୍ୟା ଓ ଲୁଟ ମାମଲାରେ ଆସିଲା ସାଂଘାତିକ ତଥ୍ୟ, ଲୁଟେରାର ୨୫ ପ୍ରେମିକା

ମାମଲା ଯେତିକି, ପ୍ରେମିକା ସେତିକି

ଭୁବନେଶ୍ବର: ଏବେ ନଜର ପକାଇବା ଜଣେ ଅଭିଯୁକ୍ତର କଳା କାରନାମା ଉପରେ । ଲୁଟ କରିବା ପାଇଁ ହତ୍ୟା କରୁଥିବା ଏହି ଅଭିଯୁକ୍ତଙ୍କ ନାଁରେ ଥାନାରେ ମାମଲା ଯେତିକି ତାର ପ୍ରେମିକା ସଂଖ୍ୟା ସେତିକି । ଲୁଟ କରିବା ପଛର କାରଣ ଥିଲା, ଲୁଟ ଅଳଙ୍କାରକୁ ସେ ତା ପ୍ରେମିକାକୁ ଉପହାର ଦେଉଥିଲା ।

ସିଧା ସିଧା କହିବାକୁ ଗଲେ ନାରାୟଣ ନାଁରେ ମାମଲା ଯେତିକି ପ୍ରେମିକା ସେତିକି ।  ନୟାପଲ୍ଲୀରେ ବୃଦ୍ଧାକୁ ହତ୍ୟା କରି ଲୁଟ କରିଥିଲା ନାରାୟଣ । ତାର ରିମାଣ୍ଡ ଅବଧି ସରିଛି । ରିମାଣ୍ଡ ବେଳେ ପୋଲିସ ଆଗରେ ସତ ଓଗାଳିଛି ନାରାୟଣ । କହିଛି କାହା କାହା ସହିତ ଥିଲା ପ୍ରେମ ସମ୍ପର୍କ । କେମିତି କରୁଥିଲା ଲୁଟ । ଲୁଟ ଅଳଙ୍କାର କାହାକୁ କାହାକୁ ଦେଉଥିଲା । ଏହି ତଥ୍ୟ ଯେତିକି ରୋଚକ ସେତିକି ସଂଘାତିକ । କାରଣ ପ୍ରେମିକାକୁ ଖୁସି କରିବା ପାଇଁ ଏଭଳି ଲୁଟପାଟ କରୁଥିଲା ନାରାୟଣ ।

ଜଣେ ହକରରୁ କାମ ଆରମ୍ଭ କରିଥିବା ନାରାୟଣ ଦେହ ବେପାରରେ ମଧ୍ୟ ସମ୍ପୃକ୍ତ ଥିଲା । ତାଲାବନ୍ଦ ସମୟରେ ଦେହ ବେପାର କାରବାର ବନ୍ଦ ହେବା ପରେ ଲୁଟପାଟ ଆରମ୍ଭ କରିଥିଲା ଅଭିଯୁକ୍ତ । ଡ୍ରଗ୍ସ କାରବାର ବି ସାମିଲ ଥିଲା ନାରାୟଣ । ଅଭିଯୁକ୍ତ ଠାରୁ ପୁଲିସ ସୁନା ଚେନ, ଆକ୍ରମଣ କରିଥିବା କଟୁରୀ ଜବତ କରିଛି ।
ସମ୍ବନ୍ଧିତ ଖବର