ଅସୁମାରି ପ୍ରେମ କାହାଣୀରେ ଭରା ଭାରତୀୟ ପୁରାଣ କଥା। ଶିବ-ପାର୍ବତୀ, ବିଷ୍ଣୁ-ଲକ୍ଷ୍ମୀ, ରାମ-ସୀତା ଏବଂ କୃଷ୍ଣ-ରାଧାଙ୍କ ପ୍ରେମ କାହାଣୀ କାହାକୁ ଅଛପା ନୁହେଁ। କିନ୍ତୁ, ଏମିତି କିଛି କାହାଣୀ ରହିଛି ଯାହାର ଶେଷ ସୁଖଦ ହୋଇ ନାହିଁ। ସେମିତି ଗୋଟିଏ କାହାଣୀ ହେଉଛି ଗଣେଶ ଓ ତୁଳସୀଙ୍କ ସମ୍ପର୍କ ଆଧାରିତ।

Advertisment

ବିଘ୍ନନାଶକ ଗଣେଶ ତୁଳସୀଙ୍କ ଅମର ପ୍ରେମ ଗ୍ରହଣ ନ କରିବାରୁ ସେ କ୍ଷୁବ୍ଧ ହୋଇ ତାଙ୍କୁ ଶାପ ଦେଲେ। ତୁଳସୀଙ୍କ ଘୃଣା ଓ କ୍ରୋଧ ଗଣେଶଙ୍କୁ ମଧ୍ୟ ଆଘାତ ଦେଲା। ସେ ତାଙ୍କୁ ଏମିତି ଶିକ୍ଷା ଦେଲେ ଯାହା ଫଳରେ ତାଙ୍କର ସାର ଜୀବନ ଅନୁତାପରେ କଟିଲା। ଖାଲି ସେତିକି ନୁହେଁ, ନିଜ ପୂଜାଉପଚାରରେ ତୁଳସୀ ବ୍ୟବହାରକୁ ମଧ୍ୟ ଗଣେଶ ନିଷିଦ୍ଧ କଲେ। କାହାଣୀର ଆରମ୍ଭ ଏଇଠୁ:

ଧର୍ମରାଜଙ୍କ କନ୍ୟା ତୁଳସୀ ଯୁବା ବୟସରେ ଥିଲେ ଭଗବାନ ବିଷ୍ଣୁଙ୍କର ନୈଷ୍ଠିକ ଉପାସୀକା। ସବୁବେଳେ ସେ ଗଙ୍ଗାକୂଳକୁ ଯାଇ ସେଠାରେ ଥିବା ବିଷ୍ଣୁ ମନ୍ଦିରରେ ପୂଜାଚ୍ଚର୍ନା କରୁଥିଲେ।

ଦିନେ ସେ ଗଙ୍ଗାକୂଳକୁ ଯାଇ ଦେଖିଲେ ଜଣେ ସୌମ୍ୟଦର୍ଶୀ ଯୁବକ ଧ୍ୟାନରେ ବସିଛନ୍ତି। ସେ ଯୁବକ ହେଉଛନ୍ତି ସ୍ୱଂୟ ଗଣେଶ। ଧ୍ୟାନରୁ ଉତ୍ପନ୍ନ ଆଭା ଯୋଗୁଁ ତୁଳସୀ ବିଭୋର ହୋଇଗଲେ। ସେ ତାଙ୍କ ପାଖରେ ପହଞ୍ଚି ପ୍ରେମ ନିବେଦନ କରିବା ସହ ବିବାହ ପ୍ରସ୍ତାବ ଦେଲେ।

publive-image
କିନ୍ତୁ, ଗଣେଶ ନମ୍ରତାର ସହ ତାହା ଅଗ୍ରାହ୍ୟ କରିଦେଲେ। ବାପା ଶିବ ଓ ମାଆ ପାର୍ବତୀଙ୍କ ଯୋଡ଼ି ସହ ମେଳ ଖାଇବା ପରି କନ୍ୟାକୁ ସେ ବିବାହ କରିବେ ବୋଲି କହିଲେ।

ଏହାକୁ ଅପମାନ ବିଚାରି ଗଣେଶଙ୍କ ପ୍ରତି ନିଜର ଏକତରଫା ପ୍ରେମ ଯୋଗୁଁ କଷ୍ଟ ପାଇ ତୁଳସୀ କୁପିତା ହେଲେ ଓ ତାଙ୍କୁ ଶାପ ଦେଲେ। କହିଲେ, ଦିନେ ତୁମେ ନିଜ ଇଚ୍ଛା ବିରୋଧରେ ବିବାହ କରିବ। ଏଥିରେ ଗଣେଶ ପାଲଟା ଶାପ ଦେଇ କହିଲେ ଭବିଷ୍ୟତରେ ତୁମେ ଜଣେ ରାକ୍ଷସକୁ ବିବାହ କରିବ।

publive-image
ଗଣେଶଙ୍କ ଶାପ ପାଇ ତୁଳସୀ ତୁରନ୍ତ ନିଜର ତ୍ରୁଟି ବୁଝି ପାରି ତାଙ୍କୁ କ୍ଷମା ମାଗିଲେ। ତୁଳସୀ ବହୁ କାକୁତିମିନତି ହେବା ପରେ ଗଣେଶ ଦୟାପରବଶ ହୋଇ ଶାପକୁ ଆଶୀର୍ବାଦରେ ପରିଣତ କରି କହିଲେ, ସେ ଭଗବାନ ବିଷ୍ଣଙ୍କ ଆଶିଷ ପାଇ ଶାପମୁକ୍ତ ହେବା ସହ ଗୋଟିଏ ପବିତ୍ର ବୃକ୍ଷ ପାଲଟି ଯିବେ। କିନ୍ତୁ, ଗଣେଶଙ୍କ ଠାରୁ ଚିର ଦିନ ଦୂରେଇ ରହିବେ, କେଭେ ତାଙ୍କ ପୂଚାର୍ଚ୍ଚନାରେ ଲାଗିବେ ନାହିଁ।

ଗଣେଶଙ୍କ ଶାପ ଯୋଗୁଁ ତୁଳସୀ ରାକ୍ଷସ ରାଜା ସ୍କନ୍ଦଚୂଡ଼ ବା ଜଳନ୍ଧରଙ୍କୁ ବିଭା ହେଲେ। ସ୍କନ୍ଦଚୂଡ଼ ସ୍ୱେଚ୍ଛାଚାରୀ ହୋଇ ଉଠିବାରୁ ମହାଦେବ ତାଙ୍କୁ ହତ୍ୟା କଲେ।