ଜାଣନ୍ତୁ କାହିଁକି ଗଣେଶଙ୍କୁ ଏକଦନ୍ତ କୁହାଯାଏ

ମହାଭାରତରେ ୧ ଲକ୍ଷ ଶ୍ଳୋକ ସହ, ୧.୮ ମିଲିୟନ୍‌ ଶବ୍ଦ ରହିଛି। ଆରମ୍ଭରୁ ୨୪,୦୦୦ ଶ୍ଳୋକ ଥିଲା। ପରେ ତାହା ବଢ଼ିଯାଇ ୧ ଲକ୍ଷରେ ପହଞ୍ଚିଥିଲା। ଆମେ ସମସ୍ତେ ଜାଣନ୍ତି ଯେ ବ୍ୟାସଦେବଙ୍କ ନିର୍ଦ୍ଦେଶକ୍ରମେ ଯିଏ ମହାଭାରତର ଶ୍ଳୋକ ରଚନା କରିଥିଲେ ସେ ହେଉଛନ୍ତି ଗଣେଶ।

ଏହା ପଛରେ ଏକ ମଜ୍ଜାଦାରିଆ କାହାଣୀ ରହିଛି। ବ୍ୟାସଦେବ ନିଜେ ମହାଭାରତ ଲେଖିବାକୁ ଚାହୁଁଥିଲେ। ମାତ୍ର ସେ ଚିନ୍ତା କଲେ ଯେ ସେ ଯଦି ଏକା ଏହାକୁ ଲେଖିବାକୁ ବସନ୍ତି ତ ଅନେକ ସମୟ ଲାଗିଯିବ। ସେଥିପାଇଁ ସେ ଗଣେଶଙ୍କୁ ଏହି କାମରେ ନିୟୋଜିତ କଲେ।

ଗଣେଶ କିନ୍ତୁ ଲେଖା ଆରମ୍ଭ କରିବା ପୂର୍ବରୁ ସେ ନିଜର ଏକ ସର୍ତ୍ତ ରଖିଥିଲେ। ସର୍ତ୍ତଟି ଥିଲା ସେ ଲେଖିବା ଆରମ୍ଭ କଲା ପରେ ଆଉ ଅଟକିବେ ନାହିଁ ଏବଂ ଦୃତ ଗତିରେ ଲେଖି ଚାଲିବେ। ଗଣେଶଙ୍କ ସର୍ତ୍ତ ଶୁଣିବା ପରେ ସ୍ୱୟଂ ବ୍ୟସ ବି ଏକ ସର୍ତ୍ତ ରଖିଲେ। ସର୍ତ୍ତଟି ଥିଲା ନବୁଝି କିଛି ବି ଲେଖିବ ନାହିଁ। ଗଣେଷ ସର୍ତ୍ତ ଗ୍ରହଣ କରି ଲେଖିବା ଆରମ୍ଭ କଲେ।

ଗଣେଶ ଲେଖୁ ଲେଖୁ ହଠାତ ତାଙ୍କ ଲେଖନୀ ସରିଗଲା। ସେ ନିଜ ଦାନ୍ତରୁ ଗୋଟାଏ ଭାଙ୍ଗି ଲେଖିବାରେ ଲାଗିଲେ। ସେଇଦିନଠାରୁ ଗଣେଶ ଏକଦନ୍ତ।

ସମ୍ବନ୍ଧିତ ଖବର