ନୂଆଦିଲ୍ଲୀ: କଥାରେ ଅଛି ଯାହାଙ୍କ ମଧ୍ୟରେ କଳା ଭରି ରହିଛି ତାଙ୍କୁ ପ୍ରତିଭା ପ୍ରଦର୍ଶନ କରିବା ପାଇଁ କୌଣସି ମଞ୍ଚର ଆବଶ୍ୟକତା ପଡ଼ି ନଥାଏ। ସେ ଯେଉଁଠାରେ ବି ଥାଆନ୍ତି ତାଙ୍କ କଳାର ପ୍ରଦର୍ଶନ କରିଥାଆନ୍ତି। ନିକଟରେ ଜଣେ ସେଫଙ୍କ ପ୍ରତିଭାକୁ ନେଇ ଚର୍ଚ୍ଚା କରାଯାଉଛି। ସେଫଙ୍କ ପ୍ରତିଭାର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଏହି ସେଫଙ୍କ ନାମ ହେଉଛି ଅଙ୍କିତ ବଗିୟାଲ। ସେ ଏକ ଧାରୁଆ ଛୁରୀ ସାହାଯ୍ୟରେ ଆଶ୍ଚର୍ଯ୍ୟଜନକ କଳାକୃତି ପ୍ରସ୍ତୁତ କରୁଛନ୍ତି । ଏହାକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ଅଙ୍କିତଙ୍କ କଳାକୁ ଭୁରିଭୁରି ପ୍ରଶଂସା କରିଛନ୍ତି।
View this post on Instagram
ନିକଟରେ ରିଲିଜ ହୋଇଥିବା ବହୁପ୍ରତିକ୍ଷୀତ ସିନେମା ‘ଆଦିପୁରୁଷ’ ବିବାଦ ଘେରରେ ରହିଛି। ଏହି ସିନେମାର ସଂଳାପକୁ ନେଇ ବିଭିନ୍ନ ଲୋକ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି। ଏହି କ୍ରମରେ ଦେଖିବାକୁ ଗଲେ ଅଙ୍କିତ ‘ଆଦିପୁରୁଷ’ ସିନେମାକୁ ଉତ୍ସାହିତ କରିବା ପାଇଁ ଏକ ତରଭୂଜରେ ଭଗବାନ ହନୁମାନଙ୍କ ଏକ ଫଟୋ ଆଙ୍କି ସମସ୍ତଙ୍କୁ ଚିକିତ କରି ଦେଇଛନ୍ତି। ଆଉ ଚିତ୍ରଟି ଖୁବ୍ ଜୀବନ୍ତ ହୋଇଛି।
ସେଫ୍ ଏହି ଭିଡିଓ କ୍ଲିପକୁ ଏକ କ୍ୟାପସନ ସହିତ ସେୟାର କରିଛନ୍ତି। ଯେଉଁଥିରେ ସେ ଲେଖିଛନ୍ତି, ‘ଜୟ ଶ୍ରୀରାମ ଜୟ ବଜରଙ୍ଗବଲି।’ ଏହି ଭିଡିଓ କ୍ଲିପ ସେୟାର ହେବା ପର ଠାରୁ ଏଯାବତ ୫.୮ଲକ୍ଷରୁ ଅଧିକ ଲୋକ ଏହାକୁ ଦେଖି ସାରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/୬୬-2.jpg)