ମକର ସଂକ୍ରାନ୍ତି ଶ୍ରୀମନ୍ଦିରର ଏକ ପ୍ରମୁଖ ପର୍ବ। ଏହି ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କର ମକର ଚଉରାଶି ବେଶ ହୋଇଥାଏ। କିନ୍ତୁ ମକର ସଂକ୍ରାନ୍ତି ପୂର୍ବଦିନ ଆଉ ଗୋଟିଏ ବିଶେଷ ନୀତି ‌ହୁଏ। ତାହା ହେଉଛି- ‘ନବାଙ୍କ’। ଏଥିରେ ଶ୍ରୀଜଗନ୍ନାଥଙ୍କ ବିଜେପ୍ରତିମା ଶ୍ରୀମଦନମୋହନଙ୍କର ‘ନବାଙ୍କ ବେଢ଼ା’ ନୀତି ଏବଂ ରତ୍ନସିଂହାସନରେ ଶ୍ରୀଜଗନ୍ନାଥାଦିଙ୍କର ‘ନବାଙ୍କ ବେଶ’ ଅନୁଷ୍ଠିତ ହୋଇଥାଏ।
ଏ ପ୍ରସଙ୍ଗରେ ମନକୁ ପ୍ରଶ୍ନ ଆସେ- ଏହାର ନାମ ‘ନବାଙ୍କ’ କାହିଁକି?

Advertisment

Drinking Water:ନବରଂଗପୁର ଜିଲ୍ଲାରେ ବଢ଼ୁଛି ଜଳକଷ୍ଠ: ପାଣି ପାଇଁ ମାରପିଟ୍

‘ନବାଙ୍କ’ର ଅର୍ଥ- ନବବର୍ଷ। କିନ୍ତୁ ମକର ସଂକ୍ରାନ୍ତିର ପୂର୍ବଦିନ କ’ଣ ଶ୍ରୀଜଗନ୍ନାଥଙ୍କ ନବବର୍ଷର ଅବସର?
ମକର ସଂକ୍ରାନ୍ତି କ’ଣ ତାଙ୍କର ନବବର୍ଷ?

ଏ ପ୍ରସଙ୍ଗରେ ‘ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ’ରେ କୁହାଯାଇଛି- ସୌରମାସ ପୌଷ ବା ଧନୁମାସର ଶେଷଦିନ ଶ୍ରୀଜଗନ୍ନାଥଙ୍କର ଏହି ଯାତ୍ରା (ନବାଙ୍କ ବେଢ଼ା) ହୁଏ। ତହିଁ ଆରଦିନଠାରୁ ହିନ୍ଦୁ ଜ୍ୟୋତି‌ଷଶାସ୍ତ୍ର ଅନୁସାରେ ସୂର୍ଯ୍ୟଦେବଙ୍କର ଉତ୍ତରାୟଣ ଗତିର ଆରମ୍ଭ ହୋଇଥାଏ। ସେହି ଅନୁସାରେ ନୂତନ ବର୍ଷର ଆରମ୍ଭ ହେବାରୁ, ସମ୍ଭବତଃ ଶ୍ରୀଜଗନ୍ନାଥଙ୍କର ଏହି ଯାତ୍ରାର ଏପରି ନାମକରଣ ହୋଇଛି।
କିନ୍ତୁ ଶ୍ରୀଜଗନ୍ନାଥଙ୍କର ପୂଜା, ନୀତି, ତତ୍ତ୍ବ ଆଦି ବିଷୟକ ଶାସ୍ତ୍ରଗ୍ରନ୍ଥ ଏ ସଂପର୍କରେ ଭିନ୍ନ କଥା କହନ୍ତି। ଏହିଦିନର ନୀତିରୁ ଜଣାଯାଏ, ଯେ ମକର ସଂକ୍ରାନ୍ତିର ପୂର୍ବଦିନ ଶ୍ରୀଜଗନ୍ନାଥଙ୍କର ନବାଙ୍କ ଯାତ୍ରା ଅନୁଷ୍ଠିତ ହୋଇଥାଏ। ଏଥିରେ ତାଙ୍କର ବିଜେପ୍ରତିମା ଶ୍ରୀ ମଦନମୋହନ ଶ୍ରୀଜଗନ୍ନାଥଙ୍କଠାରୁ ଆଜ୍ଞାମାଳ ପାଇ, ମହାଜନ ସେବକଙ୍କ ହାତରେ ବିଜେ ହୋଇ ରତ୍ନସିଂହାସନକୁ ସାଢ଼େ ଚାରିବେଢ଼ା ପରିକ୍ରମା କରନ୍ତି। ତାହା ପରେ ସେ ବିମାନରେ ବିଜେ ହୋଇ ମୁଖ୍ୟ ମନ୍ଦିରକୁ ସାଢ଼େ ଚାରିବେଢ଼ା ପରିକ୍ରମା କରନ୍ତି। ଏହି ନଅ ବେଢା ହେଉଛି, ‘ନବାଙ୍କ ବେଢ଼ା’।

‘ଅଙ୍କ’ର ଗୋଟିଏ ଅର୍ଥ- ଚିହ୍ନ ବା ସ‌ଙ୍କେତ। ‘ନୀଳାଦ୍ରି ମହୋଦୟ’ (୩୩ ଅଧ୍ୟାୟ, ୨୧ ଶ୍ଳୋକ)ରେ ଏହାକୁ ନେଇ ଏକ ତାତ୍ତ୍ବିକ ଉଲ୍ଲେଖ ଅଛି। ତାହା ହେଉଛି- ‘‘ଅଷ୍ଟଦଶାନି ଚିହ୍ନାନି ନିବସନ୍ତି ନବଂ ନବମ୍। ତସ୍ମାନ୍ନବାଙ୍କ ନାମ୍ନୀୟଂ ଯାତ୍ରା ତଦ୍‌ଗଦିତା ନୃପ।’’

Odia Student: ଜମ୍ମୁ କଶ୍ମୀରରେ ଗୋତି ଖଟୁଛନ୍ତି ନିଖୋଜ ଛାତ୍ର; ଉଦ୍ଧାର ପାଇ ଡିଆଇଜିକୁ ଚିଠି ଲେଖିଲେ ବିଧାୟକ

‘ଅଙ୍କ’ର ଗୋଟିଏ ଅର୍ଥ- ଚିହ୍ନ ବା ସ‌ଙ୍କେତ। ‘ନୀଳାଦ୍ରି ମହୋଦୟ’ (୩୩ ଅଧ୍ୟାୟ, ୨୧ ଶ୍ଳୋକ)ରେ ଏହାକୁ ନେଇ ଏକ ତାତ୍ତ୍ବିକ ଉଲ୍ଲେଖ ଅଛି। ତାହା ହେଉଛି- ‘‘ଅଷ୍ଟଦଶାନି ଚିହ୍ନାନି ନିବସନ୍ତି ନବଂ ନବମ୍। ତସ୍ମାନ୍ନବାଙ୍କ ନାମ୍ନୀୟଂ ଯାତ୍ରା ତଦ୍‌ଗଦିତା ନୃପ।’’ ଏହାର ଅର୍ଥ- ଶ୍ରୀଜଗନ୍ନାଥଙ୍କର ଏହି ନବାଙ୍କ ବେଢ଼ା ଦର୍ଶନ କରୁଥିବା ଲୋକମାନଙ୍କ ଶରୀରରେ, ଭଗବାନଙ୍କ ଶରୀରରେ ଥିବା ଅଠରଟି ଚିହ୍ନ ନବ ନବ (ନୂଆ ନୂଆ) ଭାବରେ ରହିଯାଆନ୍ତି। ସେଥିପାଇଁ ଏହି ଯାତ୍ରା ‘ନବାଙ୍କ ଯାତ୍ରା’ ଏବଂ ଏହି ବେଢ଼ା ‘ନବାଙ୍କ ବେଢ଼ା’ ନାମରେ ଖ୍ୟାତ।  ‘ସ୍କନ୍ଦପୁରାଣ’- ଉତ୍କଳଖଣ୍ଡ’ (୪୨ ଅଧ୍ୟାୟ,୧୪ ଶ୍ଳୋକ)ରେ ମଧ୍ୟ କୁହାଯାଇଛି- ଭଗବାନଙ୍କର ସେହି ଯାତ୍ରା ବା ସେହି ଲୀଳା ଦର୍ଶନ କରୁଥିବା ମହାତ୍ମାମାନଙ୍କ ଶରୀରରେ ନୂତନ ଭାଗ୍ୟଚିହ୍ନ ପ୍ରକାଶ ପାଇଥାଏ।  ଏହା ହିଁ ନବାଙ୍କର ଆଧ୍ୟାତ୍ମିକ ତାତ୍ପର୍ଯ୍ୟ।